9th Class Life Science (ଜୀବ ବିଜ୍ଞାନ) - ଦ୍ୱିତୀୟ ଅଧ୍ୟାୟ -ଜୀବକୋଷ ଓ ଏହାର ସଂଗଠନ All Question With Answer
↓ Question & Answer ↓
| ପ୍ରାଣୀ କୋଷ | ଉଭିଦ କୋଷ |
|---|---|
| - ଆକାରରେ ପ୍ରାୟ ଗୋଲାକାର ଓ ଉଭିଦ କୋଷଠାରୁ ଅପେକ୍ଷାକୃତ ସାନ । - ଏଥିରେ କୋଷ ଝିଲ୍ଲୀ ଥାଏ ଓ କୋଷ ଭିଭି ନ ଥାଏ । - ରସଧାନୀ ଛୋଟ ଓ ଅସ୍ଥାୟୀ । ଏହା କେବଳ ଆଦି –ପ୍ରାଣୀମାନଙ୍କ ଠାରେ ଦେଖାଯାଏ । - ଏଥିରେ ଲବକ ଆଦୌ ନ ଥାଏ । - ଏଥିରେ ସେଣ୍ଟ୍ରୋଜୋମ୍ ନାମକ କୋଷ ଅଙ୍ଗିକା ଥାଏ । |
- ଆକାରରେ ପ୍ରାୟ ଆୟତାକାର ଓ ପ୍ରାଣୀ କୋଷଠାରୁ ଅପେକ୍ଷାକୃତ ବଡ଼ । - କୋଷ ଝିଲ୍ଲୀ ଓ କୋଷଭିଭି ଥାଏ । - ରସଧାନୀଗୁଡ଼ିକ ସ୍ଥାୟୀ । - ଏଥିରେ ଲବକ ଥାଏ । - ସେଣ୍ଟ୍ରୋଜୋମ୍ ନ ଥାଏ । |
ଉ: - କୋଷ ଭିତରେ ଥିବା କୋଷର ବିଭିନ୍ନ ଉପାଦାନକୁ ଆବୃତ କରି ରଖିଥିବା ଆବରଣକୁ କୋଷ ଝିଲ୍ଲୀ କୁହାଯାଏ ।
- ପ୍ରାଣୀ କୋଷ ଓ ଉଭିଦ କୋଷରେ କୋଷ ଝିଲ୍ଲୀ ଦେଖାଯାଏ । ଏହା ଉଦ୍ଭିଦ କୋଷ ଚାରି ପଟେ ଥୂବା କୋଷଭିତ୍ତି ର ଭିତରପାଖରେ ଲାଗିକରି ଥାଏ ।
- ଏହା ଛିଦ୍ରଯୁକ୍ତ ଓ ଏକ ଅଦ୍ଧପାରଗମ୍ୟ ଝିଲ୍ଲୀ ଅଟେ । କୋଷ ସହ ଜଡ଼ିତ ବିଭିନ୍ନ ପଦାର୍ଥର ଆଦାନପ୍ରଦାନ ପାଇଁ କୋଷ ଝିଲ୍ଲୀ ଏକ ମାଧ୍ୟମ ହିସାବରେ କାର୍ଯ୍ୟ କରେ।
- କୋଷ ଝିଲ୍ଲୀରେ ମୁଖ୍ୟତଃ ସ୍ନେହସାର ଓ ପୁଷ୍ଟିସାର ମିଶ୍ରଣରେ ଗଠିତ ଲିପୋପ୍ରୋଟିନ୍ ଥାଏ ।
- କୋଷ ବାହାରେ ଓ ଭିତରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ୍ର
ସାନ୍ଦ୍ରତାରେ ପାର୍ଥକ୍ୟ ଥୂବାରୁ ଅମ୍ଳଜାନ କୋଷ ବାହାରୁ ଭିତରକୁ ଓ ଅଙ୍ଗାରକାମ୍ଳ ଭିତରୁ ବାହାରକୁ ବିସରଣ ପ୍ରକ୍ରିୟାରେ ଗତି
କରେ।
- ଜଳ ଓ ଏହା ସହିତ ଆବଶ୍ୟକୀୟ ଧାତବଲବଣ ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକର ଯାତାୟାତ ଏହି କୋଷ ଝିଲ୍ଲୀଦେଇ ପରାସରଣ ପଦ୍ଧତିରେ ସମାହିତ ହୋଇଥାଏ ।
ଉ:(କ) ଆତ୍ମଘାତୀ ଥଳି :
କ୍ଷତ କୋଷ ଓ ମୃତ କୋଷ ବା ସେମାନଙ୍କର ଅଙ୍ଗିକାଗୁଡ଼ିକୁ ପାଚନକ୍ରିୟା ସାହାଯ୍ୟରେ କ୍ଷୁଦ୍ରାଶରେ ପରିଣତ କରିବାରେ ଲାଇସୋଜମ୍ ସଂଶ୍ଳିଷ୍ଟ ହୋଇଥିବାରୁ ଏହାକୁ ଆତ୍ମଘାତୀ ଥଳି କୁହାଯାଏ ।
ଉ: (ଖ) ଡିକ୍ଟିଓଜୋମ୍ :
ଉଦ୍ଭିଦ କୋଷରେ ଥିବା ଗଗୀବଡ଼ିକୁ ଡି କ୍ତି ଓ ଜୋମ୍ କୁହାଯାଏ । ଏଗୁଡ଼ିକ କୋଷଭିଭି ତିଆରିରେ ସାହାଯ୍ୟ କରିବା ସହିତ ବିଭିନ୍ନ ପ୍ରକାରର ଏନ୍ଜାଇମ୍ କ୍ଷରଣ କରିଥାଆନ୍ତି ।
ଉ: (ଗ) କ୍ରୋମୋଜୋମ୍ :
ସୁନ୍ୟଷ୍ଟୀୟ କୋଷରେ DNA ଅଣୁଗୁଡ଼ିକ କ୍ରୋମୋଜୋମ୍ ଭିତରେ ସଂଗଠିତ ହୋଇ ରହିଥାଆନ୍ତି । ଜୀବର ପ୍ରତ୍ୟେକ କୋଷରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଅର୍ଥାତ୍ ଦ୍ବିଗୁଣିତ (2n) ସଂଖ୍ୟକ ଓ ଅଗୁଣିତ (n) ସଂଖ୍ୟକ କ୍ରୋମୋଜୋମ୍ ଥାଏ । ଦ୍ଵିଗୁଣିତ କ୍ରୋମୋଜୋମ୍ ସଂଖ୍ୟା କାୟିକ ବା ସୋମାଟିକ୍ କୋଷରେ ରହିଥାଏ ଓ ଅଗୁଣିତ କ୍ରୋମୋଜୋମ୍ ସଂଖ୍ୟା ଜନନ କୋଷମାନଙ୍କରେ ରହିଥାଏ ।
ଉ: (ଘ) ମାଇଟୋକଣ୍ଡ୍ରିଆ :
ସମସ୍ତ ସୁନ୍ୟଷ୍ଟୀୟ କୋଷରେ ମାଇଟୋକଣ୍ଡ୍ରିଆ ଥାଏ । ଏହାର ଆକାର ଏକ ସିଲିଣ୍ଡର ବା କାକୁଡ଼ିପରି। ମାଇଟୋକଣ୍ଡ୍ରିଆର ଆବରଣ ଝିଲ୍ଲୀଟି ଦ୍ବିସ୍ତରୀୟ । ବହିଃସ୍ତରର ଝିଲ୍ଲୀ ଛିଦ୍ରଯୁକ୍ତ, ଚିକ୍କଣ ଓ ନମନୀୟ । ଅନ୍ତଃସ୍ତରର ଝିଲ୍ଲୀ ଭିତରପଟୁ ଭାଙ୍ଗିହୋଇ ଆଙ୍ଗୁଠିଭଳି ଲମ୍ବିଥାଏ ଓ ଏଗୁଡ଼ିକୁ କ୍ରିଷ୍ଣା କୁହାଯାଏ । ମାଇଟୋକଣ୍ଡ୍ରିଆରେ ଅମ୍ଳଜାନଦ୍ୱାରା ଖାଦ୍ୟପଦାର୍ଥଗୁଡ଼ି କର ଜାରଣ ଘଟି ତହିଁରୁ ATP ଶକ୍ତି ଉତ୍ପନ୍ନ ହୁଏ । ତେଣୁ ATP କୁ କୋଷର ଶକ୍ତିମୁଦ୍ରା ଓ ମାଇଟୋକଣ୍ଡ୍ରିଆକୁ କୋଷର ଶକ୍ତିକେନ୍ଦ୍ର କୁହାଯାଏ ।
(କ) କୋଷଝିଲ୍ଲୀକୁ ______ କୁହାଯାଏ ।
(ଖ) କୋଷଭିଭି ______ ଦ୍ଵାରା ଗଠିତ ।
(ଗ) କୋଷର ଶକ୍ତି ମୁଦ୍ରାଟିକୁ ________ କୁହାଯାଏ ।
(ଘ) ରାଇବୋଜୋମ୍ ଦ୍ବାରା ________ ସଂଶ୍ଳେଷିତ ହୋଇଥାଏ ।
(ଙ) ପ୍ରାକ୍-ନ୍ୟଷ୍ଟୀୟ କୋଷର ଡି.ଏନ୍.ଏ.ଟି ________ ।
(ଚ) ଉଭିଦ କୋଷରେ _______ ନ ଥାଏ ।
(ଛ) ସେଣ୍ଡୋଜୋମ୍କୋଷରେ ନ ଥାଏ ।
(ଜ) ନ୍ୟୁକ୍ଲିୟୋସାଇଡ୍ ସହ ________ ସଂଯୋଜିତ ହେଲେ, ଏହାକୁ ନ୍ୟୁକ୍ଲିୟୋଟାଇଡ୍ କୁହାଯାଏ।
ଉତ୍ତର
(କ) ଅଦ୍ଧପାରଗମ୍ୟ ଝିଲ୍ଲୀ (ଖ) ସେଲ୍ୟୁଲୋଜ୍ (ଗ) ATP (ଘ) ପୁଷ୍ଟିସାର (ଙ) ଗୋଲାକାର (ଚ) ସେଣ୍ଡୋଜୋମ୍ (ଛ) ଉଦ୍ଭିଦ (ଜ) ଫସ୍ସ୍ଫେଟ୍
ପ୍ରାଣୀ କୋଷରେ ଲବକ ଥିଲେ ଏମାନେ ଉଦ୍ଭିଦଭଳି ସ୍ଵଭୋଜୀ ବା ସ୍ଵୟଂପୁଷ୍ଟ ହୋଇଥାଆନ୍ତେ ଓ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିବା ପାଇଁ ସକ୍ଷମ ହୋଇପାରିଥାନ୍ତେ ।
ଉ : – ଗୁଣସୂତ୍ରର ଯେଉଁ ଏକକ ସୂତ୍ରରେ ପଞ୍ଚ ଅଙ୍ଗାରକୀୟ ଶର୍କରା ଏବଂ ଯବକ୍ଷାରୀୟ କ୍ଷାରକକୁ ନେଇ ଗଠିତ ହୋଇଥାଏ, ଏହାକୁ ନ୍ୟୁକ୍ଲିୟୋସାଇଡ୍ କୁହାଯାଏ ।
- ନ୍ୟୁକ୍ଲିୟୋସାଇଡ୍ ସହ ଫସ୍ସ୍ଫେଟ୍ ସଂଯୋଜିତ ହେଲେ ଏହାକୁ ନ୍ୟୁକ୍ଲିୟୋଟାଇଡ୍ କୁହାଯାଏ।
- ଜୀବର ପ୍ରତ୍ୟେକ କୋଷରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କ୍ରୋମୋଜୋମ୍ ଥାଏ ଓ ସେହି ସଂଖ୍ୟାକୁ ଦ୍ବିଗୁଣିତ ଓ ଅଗୁଣିତ ଭାବରେ ଧରାଯାଇଥାଏ।
- ଦ୍ଵିଗୁଣିତ କ୍ରୋମୋଜୋମ୍ ସଂଖ୍ୟା କାୟିକ ବା ସୋମାଟିକ୍ କୋଷରେ ରହିଥିବା ବେଳେ ଏକଗୁଣ (ଅଗୁଣିତ) କ୍ରୋମୋଜୋମ୍ ସଂଖ୍ୟା ଜନନ କୋଷମାନଙ୍କରେ ରହିଥାଏ।