9th Class Life Science (ଜୀବ ବିଜ୍ଞାନ) - ତୃତୀୟ ଅଧ୍ୟାୟ - ଟିସୁ ତନ୍ତ୍ର All Question With Answer
↓ Question & Answer ↓
ଉ: ମେରିଷ୍ଟେମାଟିକ୍ ଟିସୁର ପ୍ରକାରଭେଦ :
ମେରିଷ୍ଟେମାଟିକ୍ ଟିସୁ ବିକାଶ ଅନୁଯାୟୀ ଦୁଇଭାଗରେ ବିଭକ୍ତ;
ଯଥା- 1. ପ୍ରାଥମିକ ମେରିଷ୍ଟେମ୍ ଓ 2. ଉତ୍ତର ମେରିଷ୍ଟେମ୍।
ସ୍ଥାନ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁ ତିନିଭାଗରେ ବିଭକ୍ତ;
ଯଥା- 1. ଅଗ୍ରସ୍ଥ ମେରିଷ୍ଟେମ୍, 2. ପାର୍ଶ୍ଵସ୍ଥ ମେରିଷ୍ଟେମ୍ ଓ 3.
ଅନ୍ତର୍ବିଷ୍ଟି ମେରିଷ୍ଟେମ୍ ।
ମେରିଷ୍ଟେମାଟିକ୍ ଟିସୁର ଗୁଣ :
- ଏହି ପ୍ରକାରର ଟିସୁ ଛୋଟ ଜୀବନ୍ତ କୋଷସମୂହକୁ ନେଇଗଠିତ ।
- ଏହି କୋଷଗୁଡ଼ିକର ବିଭାଜନ କ୍ଷମତା ଜୀବନସାରା ରହିଥାଏ ।
- କୋଷଗୁଡ଼ିକ ଆୟତାକାର ଓ କୋଷଭିତରେ ଅନ୍ତଃକୋଷୀୟ ସ୍ଥାନ ନଥାଏ । ତେଣୁ ଏହି କୋଷଗୁଡ଼ିକ ପରସ୍କରସହ ସଂଯୁକ୍ତ।
- କୋଷ ଭିଭି ସାଧାରଣତଃ ପତଳା।
- କୋଷଗୁଡ଼ିକରେ କୋଷ ଜୀବକ ଭରିହୋଇ ରହିଥାଏ ଓ ନ୍ୟଷ୍ଟି ସୁସ୍ପଷ୍ଟ ।
- କୋଷରେ ରସଧାନୀ ଛୋଟ; ଅନ୍ତର୍ଜୀବକୀୟ ଜାଲିକା, ମାଇଟୋକଣ୍ଡ୍ରିଆ ଓ ଲବକ ଆଦି ଅଙ୍ଗିକା ପ୍ରାରମ୍ଭିକ ଅବସ୍ଥାରେ ଥାଏ।
- କୋଷଗୁଡ଼ିକର ବିପାଚନ ପ୍ରକ୍ରିୟା ଖୁବ୍ ତୀବ୍ର ।
ଉ : ମେରିଷ୍ଟେମାଟିକ୍ ଟିସୁରୁ ସୃଷ୍ଟି ହୋଇଥିବା କୋଷମାନଙ୍କର କ୍ରମବିକାଶ, ଗଠନ ଓ ପୃଥକୀକରଣ ଘଟି ସ୍ଥାୟୀ ଟିସୁ ଗଠିତ
ହୋଇଥାଏ । ଆକାର, ପ୍ରକାର ଓ କାର୍ଯ୍ୟ ଅନୁସାରେ ସ୍ଥାୟୀ ଟିସୁକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ;
ଯଥା- (a) ସରଳ ଟିସୁ ଓ (b) ଜଟିଳ ଟିସୁ ।
(a) ସରଳ ଟିସୁ : ଏହି ପ୍ରକାର ଟିସୁ ଗୋଟିଏ ପ୍ରକାରର କୋଷଦ୍ୱାରା ଗଠିତ ଏବଂ କେବଳ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରିଥାଏ । ଏହା ତିନିଭାଗରେ ବିଭକ୍ତ; ଯଥା-
(କ) ପାରେନ୍କାଇମା,
(ଖ) କୋଲେନ୍କାଇମା ଓ
(ଗ) ସ୍କ୍ଲେରେନ୍କାଇମା ।
(କ) ପାରେନ୍କାଇମା :
- ଏହି ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ, ଏମାନଙ୍କର କୋଷଭିତ୍ତି ପତଳା ଓ ଏମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ପାଦନ କରନ୍ତି ।
- ଏହି ଟିସୁରେ ଥିବା କୋଷଗୁଡ଼ିକ ସାଧାରଣତଃ ଗୋଲାକାର କିମ୍ବା ଡିମ୍ବାକାର ଓ ଏମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ରହିଥାଏ |
- ମରୁଜ ଉଦ୍ଭିଦମାନଙ୍କରେ ଥିବା ପାରେନ୍କାଇମା ଟିସୁର କୋଷଗୁଡ଼ିକ ମଧ୍ୟରେ ଅତି କମ୍ ଅନ୍ତଃକୋଷୀୟ ସ୍ଥାନ ରହିଥାଏ ।
- ଜଳଜ ଉଦ୍ଭିଦମାନଙ୍କର ପାରେନ୍କାଇମା ଟିସୁରେ ଥିବା କୋଷଗୁଡ଼ିକ ମଧ୍ୟରେ ବଡ଼ ବଡ଼ ଅନ୍ତଃକୋଷୀୟ ସ୍ଥାନ ଥାଏ ଓ ସେଥ୍ରେ ବାୟୁ ଭର୍ଜିହୋଇ ରହିଥାଏ ।
(ଖ) କୋଲେନ୍କାଇମା :
- ଏହି ଟିସୁ ସାଧାରଣତଃ ଜୀବନ୍ତ, ଲମ୍ବାକାର ଓ ଦୁଇପଟରେ ମୁନିଆଁ ହୋଇଥାଏ । ଏଥିରେ ଥିବା କୋଷଗୁଡ଼ିକର କୋଷଭିତ୍ତି ମୋଟା ଓ ଅନ୍ତଃକୋଷୀୟ ସ୍ଥାନରେ ଲିଗ୍ନିନ୍ ଥୁବାରୁ ଏହି ଟିସୁ ଟାଣ ଓ ନମନୀୟ ହୋଇଥାଏ।
- ମରୁଜ ଉଦ୍ଭିଦମାନଙ୍କରେ କୋଲେନ୍କାଇମାର ସ୍ତର ମୋଟା; କିନ୍ତୁ ଜଳଜ ଉଦ୍ଭିଦମାନଙ୍କରେ ଏହି ଟିସୁ ପ୍ରାୟତଃ ନଥାଏ ।
- ଏହି ଟିସୁରେ ପତ୍ରହରିତ୍ ଥିଲେ ତାହା ଖାଦ୍ୟପ୍ରସ୍ତୁତ କରିଥାଏ ଓ ତାହାକୁ କ୍ଲୋରେନ୍କାଇମା କୁହାଯାଏ ।
(ଗ) ସ୍କ୍ଲେରେନ୍କାଇମା :
- ଏହି ଟିସୁର କୋଷଗୁଡ଼ିକ ମୃତ । ଏହାର କୋଷଭିତ୍ତିରେ ବହୁ ପରିମାଣର ଲିଗ୍ନିନ୍ ଜମିରହିଥିବାରୁ ଏହା ଅତ୍ୟଧୂକ ସ୍ଥୂଳ ଓ ଶକ୍ତ ହୋଇଥାଏ । ଗଠନକୁ ଭିତ୍ତି କରି ଏହି ଟିସୁ ଦୁଇପ୍ରକାରର; ଯଥା- ଦୃଢ଼ ତନ୍ତୁ ଓ ଦୃଢ଼ କୋଷ । ଏହି ପ୍ରକାର ଟିସୁ ନଳିତା ଓ ଛଣପଟ ଇତ୍ୟାଦିରେ ଥାଏ ଏବଂ ଅଧୂକାଂଶ ମଞ୍ଜିର କଠିନ ଅଂଶରେ ଏହି ଟିସୁ ଦେଖାଯାଏ ।
(b) ଜଟିଳ ଟିସୁ :
ବିଭିନ୍ନ ପ୍ରକାରର ସରଳ ଟିସୁକୁ ନେଇ ଜଟିଳ ଟିସୁ ଗଠିତ । ଏହା ସାଧାରଣତଃ ଦୁଇପ୍ରକାରର; ଯଥା-
(କ) ଜାଇଲେମ୍ ଓ (ଖ) ଫ୍ଲୋଏମ୍ ।
(କ) ଜାଇଲେମ୍ : ଚାରିପ୍ରକାରର ସରଳ ଟିସୁ; ଯଥା- ଟ୍ରାକିଡ଼, ଭେସେଲ, ଜାଇଲେମ୍ ପାରେନ୍କାଇମା ଓ ଜାଇଲେମ୍ ଫାଇବରକୁ ନେଇ ଜାଇଲେମ୍ ଗଠିତ । ଉଦ୍ଭିଦ ଶରୀର ମଧ୍ୟରେଜଳ ଓ ଜଳରେ ଦ୍ରବୀଭୂତ ଲବଣ ପରିବହନ କରିବା ଏହି ଟିସୁର କାର୍ଯ୍ୟ ।
(ଖ) ଫ୍ଲୋଏମ୍ : ଏହା ଚାରିପ୍ରକାର ସରଳ ଟିସୁକୁ ନେଇ ଗଠିତ;ଯଥା- ସିଭ୍ ଟ୍ୟୁବ, କମ୍ପାନିୟନ୍ ସେଲ୍, ଫ୍ଲୋଏମ୍ପାରେନ୍କାଇମା ଓ ଫ୍ଲୋଏମ୍ ଫାଇବର । ଏହି ସମସ୍ତ ଟିସୁ ମିଳିତଭାବେ ଉଦ୍ଭିଦର ବିଭିନ୍ନ ଅଂଶକୁ ଖାଦ୍ୟ ପ୍ରେରଣକରିବା ସଙ୍ଗେ ସଙ୍ଗେ ଉଦ୍ଭିଦ ଶରୀର ମଧ୍ୟରେ ଖାଦ୍ୟ ସଂରକ୍ଷଣ ମଧ୍ୟ କରିବାରେ ସାହାଯ୍ୟ କରନ୍ତି ।
ଉ: ଚାରିପ୍ରକାରର ସରଳ ଟିସୁ; ଯଥା- ଟ୍ରାକିଡ୍, ଭେସେଲ୍, ଜାଇଲେମ୍ ପାରେନ୍କାଇମା ଓ ଜାଇଲେମ୍ ଫାଇବର୍କୁ ନେଇ ଗଠିତ ହୋଇଥାଏ।
- ଟ୍ରାକିଡ୍ ଓ ଭେସେଲ୍ର କୋଷଭିତ୍ତି ସ୍ଥୂଳ ଅଟେ।
- କୋଷଗୁଡ଼ିକ ପରସ୍ପର ସହିତ ଲମ୍ବଭାବରେ ସଜ୍ଜିତ ହୋଇ ନଳୀ ସଦୃଶ ରହିଥାନ୍ତି।
- ଏହି ନଳୀ ମଧ୍ୟ ଦେଇ ଭୂଲମ୍ବ ଭାବରେ ଜଳ ଓ ଲବଣ ସରବରାହ ହୁଏ।
- ଜାଇଲେମ୍ ପାରେନ୍କାଇମାର ଜୀବନ୍ତ ଟିସୁ ଖାଦ୍ୟ ସଂରକ୍ଷଣ କରେ ।
- ଜାଇଲେମ୍ ଫାଇବରର ଦୃଢ଼ଟିସୁ ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଏ ।
ଉ :- ଚାରିପ୍ରକାର ପ୍ରାଣୀ ଟିସୁ ମଧ୍ୟରୁ ଏହା ଅନ୍ୟତମ । ଏହାକୁ ଆବରଣୀ ଟିସୁ କୁହାଯାଏ ।
ଆମ ଶରୀରର ବାହାରପଟ ଯେପରି ଚର୍ମଦ୍ଵାରା ଆବୃତ ହୋଇ ରହିଥାଏ ସେହିପରି ଶରୀର ଭିତରେ ଥିବା ଅଙ୍ଗମାନ; ଯଥା- ମୁଖଗହ୍ଵରର ପୃଷ୍ଠସ୍ତର, ଖାଦ୍ୟନଳୀର ଭିତରପାଖ, ଶିରା ଓ ଧମନୀର ଭିତରପାଖ ଓ ବୃକ୍କର ମୂତ୍ରନଳିକା ଏହି ଆବରଣୀ ଟିସୁଦ୍ଵାରା ଆବୃତ ହୋଇ ରହିଥାଏ ।
ଶ୍ରେଣୀ ବିଭାଗ :
- ଗଠନ ଦୃଷ୍ଟିରୁ ଏହି ଟିସୁ ଦୁଇଭାଗରେ ବିଭକ୍ତ; ଯଥା- ସରଳ ବା ଏକସ୍ତରବିଶିଷ୍ଟ ଏପିଥେଲିୟମ୍ ଓ ଜଟିଳ ବା ବହୁସ୍ତରବିଶିଷ୍ଟ ଏପିଥେଲିୟମ୍।
- ସରଳ ବା ଏକସ୍ତରବିଶିଷ୍ଟ ଏପିଥେଲିୟମ୍ ପୁଣି ଚାରିପ୍ରକାରର;
ଯଥା-
(i) ସ୍ପାମସ୍,
(ii) ସ୍ତମ୍ଭାକାର,
(iii) ଘନାକାର ଓ
(iv) କୂଟସ୍ତରୀକୃତ ।
- ଜଟିଳ ବା ବହୁସ୍ତରବିଶିଷ୍ଟ ଏପି ଥେଲିୟମ୍ ଏକାଧିକ ସ୍ତରବିଶିଷ୍ଟ । ଏହା ଶରୀରର ଅଧଚର୍ମ, ଖାଦ୍ୟନଳୀ, ଶ୍ଵାସନଳୀ, ସ୍ବେଦଗ୍ରନ୍ଥି, ମୂତ୍ର ଥଳୀ, ବିଭିନ୍ନ ଗ୍ରନ୍ଥି ଓ ଜନନ ଆବରଣ ଆଦିରେ ରହିଥାଏ।
ଉ: ଲକ୍ଷଣ :
- ଏଥିରେ କୋଷ ସଂଖ୍ୟା ଅପେକ୍ଷାକୃତ କମ୍; କିନ୍ତୁ ଟିସୁ ଭିତରେ ଅନ୍ତଃକୋଷୀୟ ସ୍ଥାନ ଅଧିକ ।
- ଅନ୍ତଃକୋଷୀୟ ସ୍ଥାନରେ ଶ୍ଵେତସାର ଓ ପୁଷ୍ଟିସାର ଦ୍ଵାରା ଗଠିତ ଅନ୍ତଃକୋଷୀୟ ଆଧାର ଭରିରହିଥାଏ ।
- ଏହି ସଂଯୋଜକ ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ; କିନ୍ତୁ ଆଧାର ନିର୍ଜୀବ ।
- ଏହି ଟିସୁରେ କୋଷ ଆଧାର ବ୍ୟତୀତ ଅନେକ ତନ୍ତୁ ଥାଏ; କିନ୍ତୁ ଆଧାର ଝିଲ୍ଲୀ ନଥାଏ ।
କାର୍ଯ୍ୟ :
- ଏହି ଟିସୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭିତରେ ସଂଯୋଗ ସ୍ଥାପନ କରେ ।
- ରକ୍ତ ଏକ ସଂଯୋଜକ ଟିସୁ ଏବଂ ଏହା ଏକ ପ୍ରବାହୀ ଟିସୁ ହୋଇଥିବାରୁ ଏହା ସହିତ ପରିପାକ ଖାଦ୍ୟ, ଶ୍ୱସନ ବାୟୁ; ଅର୍ଥାତ୍ ଅମ୍ଳଜାନ ଓ ଅଙ୍ଗାରକାମ୍ଳ, ହରମୋନ୍, ଭିଟାମିନ୍,
ବର୍ଜ୍ୟବସ୍ତୁ ଆଦି ପ୍ରବାହିତ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।
- ଅସ୍ଥି ଏକ ସଂଯୋଜକ ଟିସୁ । ଏହା ଶରୀରର ଆକାର ନିର୍ଦ୍ଧାରଣ କରିଥାଏ ଓ ଏହା ସହିତ ପେଶୀ ଟିସୁର ସଂଯୋଗଦ୍ୱାରା ଶରୀରର ଚଳନ ସମ୍ଭବ ହୋଇଥାଏ ।
- ଉପାସ୍ଥି ମଧ୍ଯ ଏକ ସଂଯୋଜକ ଟିସୁ । ଏହା ଆମର ନାସାପଟ, ବହିଃକଣ୍ଠ, ଶ୍ଵାସନଳୀର ଭିଭି, ପଞ୍ଜରାହାଡ଼ ଇତ୍ୟାଦିରେ ରହିଥାଏ ।
(କ) ମେରିଷ୍ଟେମାଟିକ୍ ଟିସୁ (Meristematic Tissue) :
ଉ : – ଏହା ଉଚ୍ଚଶ୍ରେଣୀୟ ଉଭିଦମାନଙ୍କ ଶରୀରରେ ଥାଏ । ଭ୍ରୂଣ ଟିସୁ ଓ ତାହାର ବିଭାଜନକ୍ଷମ ଅପତ୍ୟ କୋଷମାନ ମୁଖ୍ୟତଃ ମେରିଷ୍ଟେମାଟିକ୍ ଟିସୁର ଅନ୍ତର୍ଗତ । ଏହି ଟିସୁରୁ ଉଭିଦର ପତ୍ର, ଚେର, କାଣ୍ଡ, ଫୁଲ ଆଦି ତିଆରି ହୋଇଥାଏ ।
- ଏହି ପ୍ରକାର ଟିସୁ ଛୋଟ ଜୀବନ୍ତ କୋଷସମୂହକୁ ନେଇ ଗଠିତ । ଏହି କୋଷମାନଙ୍କର ବିଭାଜନ କ୍ଷମତା ଜୀବନସାରା ରହିଥାଏ ।
- ବିକାଶ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁ ଦୁଇଭାଗରେ ବିଭକ୍ତ; ଯଥା- ପ୍ରାଥମିକ ମେରିଷ୍ଟେମ୍ ଓ ଉତ୍ତର ମେରିଷ୍ଟେମ୍ । ସ୍ଥାନ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁ ତିନିଭାଗରେବିଭକ୍ତ; ଯଥା— ଅଗ୍ରସ୍ଥ ମେରିଷ୍ଟେମ୍, ପାର୍ଶ୍ଵସ୍ଥ ମେରିଷ୍ଟେମ୍ ଓ ଅନ୍ତର୍ବିଷ୍ଟି ମେରିଷ୍ଟେମ୍ । ଅଗ୍ରସ୍ଥ ମେରିଷ୍ଟେମ୍ କାଣ୍ଡ ଓ ଚେରର ଅଗ୍ରଭାଗରେ, ପାର୍ଶ୍ଵସ୍ଥ ମେରିଷ୍ଟେମ୍ କାଣ୍ଡ ଓ ମୂଳରେ ଅନୁଲମ୍ବ ପଙ୍ଗୀ ଭାବରେ ଓ ଅନ୍ତର୍ବିଷ୍ଟି ମେରିଷ୍ଟେମ୍ ଏକ ବୀଜପତ୍ରୀ ଉଭିଦମାନଙ୍କର କାଣ୍ଡରେ ଥିବା ଗଣ୍ଠି ଉପରେ ଓ ସମସ୍ତ ପତ୍ର ଡେମ୍ଫର ମୂଳରେ ଥାଏ ।
(ଖ) ସରଳ ସ୍ଥାୟୀ ଟିସୁ :
ଉ: – ଏହି ପ୍ରକାର ଟିସୁ ଗୋଟିଏ ପ୍ରକାରର କୋଷଦ୍ଵାରା ଗଠିତ ଏବଂ କେବଳ ଏକପ୍ରକାରର କାର୍ଯ୍ୟ ସମ୍ପାଦନ କରିଥାଏ । ଏହି ପ୍ରକାର ଟିସୁ ତିନି ଭାଗରେ ବିଭକ୍ତ; ଯଥା-ପାରେନ୍କାଇମା, କୋଲେନ୍କାଇମା ଓ ସ୍କେ ରେନ୍କାଇମା । ପାରେନ୍କାଇମା ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ ଓ ଏମାନଙ୍କର କୋଷ ଭିଭି ପତଳା । କୋଲେନ୍କାଇମା ଟିସୁରେ
ଥିବା କୋଷଗୁଡ଼ିକ ଜୀବନ୍ତ ଓ ଏମାନଙ୍କର କୋଷ ଭିଭି ମୋଟା । ସ୍କ୍ଲେରେନ୍କାଇମା ଟିସୁର କୋଷଗୁଡ଼ିକ ମୃତ ଓ ଏହାର କୋଷ ଭିଭିରେ ବହୁ ପରିମାଣର ଲିଗ୍ନିନ୍ଜମିରହିଥିବାରୁ ଏହା ଅଧିକ ସ୍ଥୂଳ ଓ ଶକ୍ତ ହୋଇଥାଏ ।
(ଗ) ରକ୍ତ :
ଉ :- ରକ୍ତ ଏକ ତରଳ ସଂଯୋଜକ ଟିସୁ । ଏହାର ମାଟ୍ରିକ୍ଟକୁ ପ୍ରଲସି ବା ପ୍ଲାଜ୍ମା କୁହାଯାଏ । ପ୍ଲାଜ୍ମା ଏକ ତରଳ ପଦାର୍ଥ । ଏଥିରେ ତିନିପ୍ରକାରର କୋଷ ଭାସମାନ ଅବସ୍ଥାରେ ଥାଆନ୍ତି । ସେଗୁଡ଼ିକ ହେଲେ ଲୋହିତ ରକ୍ତ କଣିକା (RBC), ଶ୍ଵେତ ରକ୍ତ କଣିକା (WBC) ଏବଂ ଅଣୁଚକ୍ରିକା ବା ପ୍ଲେଟ୍ଲେଟ୍ । ପ୍ଲାଜ୍ମାରେ ପ୍ରାୟ ଶତକଡ଼ା 90 ରୁ 92 ଭାଗ ଜଳ ଓ ଅବଶିଷ୍ଟ ବିଭିନ୍ନ ଜୈବିକ ଓ ଅଜୈବିକ ପଦାର୍ଥ; ଯଥା- ଆଲବୁମିନ୍,ଗ୍ଲୋବ୍ୟୁଲିନ, ଫାଇବ୍ରିନୋଜେନ୍, ପ୍ରୋଥ୍ରୋମ୍ବିନ ଆଦି ପ୍ରୋଟିନ୍ ଏବଂ କ୍ଲୋରାଇଡ୍, କାବୌ ନେଟ୍, ବାଇକାର୍ବୋନେଟ୍, ସଲଫେଟ୍, ଫସ୍ଫେଟ୍ ଇତ୍ୟାଦି ଲବଣ । ଏକ ପ୍ରବାହୀ ଟିସୁ ହୋଇଥିବାରୁ ଏହା ସହିତ ପରିପାକ ଖାଦ୍ୟ, ଶ୍ୱସନ ବାୟୁ ଅର୍ଥାତ୍ ଅମ୍ଳଜାନ ଓ ଅଙ୍ଗାରକାମ୍ଳ, ହର୍ମୋନ୍, ଭିଟାମିନ, ବର୍ଜ୍ୟବସ୍ତୁ ଆଦି ପ୍ରବାହିତ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।
(ଘ) ହୃଦ୍ ସ୍ପେଶୀ :
ଉ :- ହୃଦ୍ପେଶୀରେ ଥିବା କୋଷଗୁଡ଼ିକରୁ ଅନେକ ଶାଖା ବାହାରି ପରସ୍ପରସହ ଛନ୍ଦିହୋଇ ରହିଥିବାରୁ ସେହି ସ୍ଥାନରେ କଳାରଙ୍ଗର ଅନ୍ତର୍ବିଷ୍ଟ ଚକ୍ରିକା ସୃଷ୍ଟି ହୋଇଥାଏ । ତେଣୁ ଏହି ପେଶୀ ରେଖୁତ ଦିଶେ । ସ୍ୱୟଂଚାଳିତ ସ୍ନାୟୁ ତନ୍ତ୍ରଦ୍ୱାରା ଏହି ପେଶୀ ନିୟନ୍ତ୍ରିତ ହେଉଥିବାରୁ ଏହା ଅନୈଚ୍ଛିକ ପେଶୀପରି କାମ କରିଥାଏ । ହୃଦ୍ପେଶୀ କୋଷରେ ଅନେକ ମାଇଟୋକଣ୍ଡ୍ରିଆ ଥାଏ । ଏହି ପେଶୀର ସଙ୍କୋଚନ ଓ ପ୍ରସାରଣ ଜୀବନସାରା ଚାଲିଥାଏ ।
(ଙ) ଅସ୍ଥି :
ଉ :- ଅସ୍ଥି ଏକ କଠିନ ସଂଯୋଜକ ଟିସୁ। ଏହି ଟିସୁର ମାଟ୍ରିକ୍ କ୍ୟାଲ୍ସିୟମ୍ ଓ ଫସ୍ଫରସ୍ର ଯୌଗିକ ଉପାଦାନରେ ଗଠିତ ।
ଏହି ଟିସୁ ବେଶ୍ ଟାଣ ଓ ଦୃଢ଼ । ଅସ୍ଥି ଶରୀରର ଆକାର ନିର୍ଦ୍ଧାରଣ କରିଥାଏ ଓ ଏହା ସହିତ ପେଶୀ, ଟିସୁର ସଂଯୋଗଦ୍ଵାରା ଶରୀରର ଚଳନ ସମ୍ଭବ ହୋଇଥାଏ।
| ମେରିଷ୍ଟେମାଟିକ୍ ଟିସୁ | ସ୍ଥାୟୀ ଟିସୁ |
|---|---|
| - ଭ୍ରୂଣ ଟିସୁ ଓ ତାହାର ବିଭାଜନକ୍ଷମ ଅପତ୍ୟ କୋଷମାନଙ୍କରୁ ମେରିଷ୍ଟେମାଟିକ୍ ଟିସୁର ସୃଷ୍ଟି ହୋଇଥାଏ । - ଏହି ଟିସୁର କୋଷମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ନଥାଏ । - ଏହି ଟିସୁ ବିକାଶ ଅନୁଯାୟୀ ଦୁଇଭାଗରେ ବିଭକ୍ତ; ଯଥା- ପ୍ରାଥମିକ ମେରିଷ୍ଟେମ ଓ ଉତ୍ତର ମେରିଷ୍ଟେମ । |
– ମେରିଷ୍ଟେମାଟିକ୍ ଟିସୁରୁ ସୃଷ୍ଟି ହୋଇଥିବା କୋଷମାନଙ୍କର କ୍ରମବିକାଶ, ଗଠନ ଓ ପୃଥକୀକରଣ ଘଟି ସ୍ଥାୟୀ ଟିସୁ ଗଠିତ ହୋଇଥାଏ । - ଏହି ଟିସୁର କୋଷମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ଥାଏ । - ଆକାର, ପ୍ରକାର ଓ କାର୍ଯ୍ୟ ଅନୁସାରେ ଏହି ଟିସୁ ଦୁଇଭାଗରେ ବିଭକ୍ତ; ଯଥା- ସରଳ ଟିସୁ ଓ ଜଟିଳ ଟିସୁ । |
(ଖ) ଜାଇଲେମ୍ ଓ ଫ୍ଲୋଏମ୍
| ଜାଇଲେମ୍ | ଫ୍ଲୋଏମ୍ |
|---|---|
| - ଏହା ଏକ ପରିବାହୀ ଟିସୁ । ଏହାଦ୍ଵାରା ଉଦ୍ଭିଦ ଶରୀରରେ ଜଳ ପରିବାହିତ ହୋଇଥାଏ । - ଏହି ଟିସୁ ଚାରିପ୍ରକାର ସରଳ ଟିସୁ; ଯଥା- ଟ୍ରାକିଡ୍, ଭେସେଲ୍,ଜାଇଲେମ୍ ପାରେନ୍କାଇମା ଓ ଜାଇଲେମ୍ ଫାଇବର୍କୁ ନେଇ ଗଠିତ। - ଜାଇଲେମ୍ ଟିସୁରେ ଥିବା ଉପରୋକ୍ତ ସରଳ ଟିସୁଗୁଡ଼ିକ ଉଦ୍ଭିଦ ଶରୀର ମଧ୍ୟରେ ଜଳ ଓ ଜଳରେ ଦ୍ରବୀଭୂତ ଲବଣ ପରିବହନ କରିବା ସଙ୍ଗେ ସଙ୍ଗେ ଖାଦ୍ୟ ସଂରକ୍ଷଣ କରନ୍ତି ଓ କେତେକ ଟିସୁ ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଇଥା’ନ୍ତି | |
- ଏହା ମଧ୍ଯ ଏକ ପରିବାହୀ ଟିସ୍ର । ଏହାଦ୍ଵାରା ଉଭିଦ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ । - ଏହା ମଧ୍ୟ ଚାରିପ୍ରକାର ସରଳ ଟିସୁ; ଯଥା ସିଭ୍ ଟ୍ୟୁବ୍,କମ୍ପାନିୟନ୍ ସେଲ୍, ଫ୍ଲୋଏମ୍ ପାରେନ୍କାଇମା ଓ ଫ୍ଲୋଏମ୍ ଫାଇବର୍କୁ ନେଇ ଗଠିତ। - ଫ୍ଲୋଏମ୍ ଟିସୁରେ ଥିବା ସରଳ ଟିସୁଗୁଡ଼ିକ ଉଦ୍ଭିଦ ଶରୀରର ବିଭିନ୍ନ ଅଂଗକୁ ଖାଦ୍ୟ ପ୍ରେରଣ କରିବା ସଙ୍ଗେ ସଙ୍ଗେ ଖାଦ୍ୟ ସଂରକ୍ଷଣରେ ସାହାଯ୍ୟ କରନ୍ତି ଓ କେତେକ ଟିସୁ ଉଦ୍ଭିଦକୁ ଦୃଢ଼ତା ପ୍ରଦାନକରନ୍ତି । |
(ଗ) ଉଦ୍ଭିଦ ଟିସୁ ଓ ପ୍ରାଣୀ ଟିସୁ
| ଉଦ୍ଭିଦ ଟିସୁ | ପ୍ରାଣୀ ଟିସୁ |
|---|---|
| - ଉଦ୍ଭିଦ ଟିସୁ ମୁଖ୍ୟତଃ ଦୁଇପ୍ରକାରର ; ଯଥା ମେରିଷ୍ଟେମାଟିକ୍ ଟିସୁ ଓ ସ୍ଥାୟୀ ଟିସୁ । - ମେରିଷ୍ଟେମାଟିକ୍ ଟିସୁମାନଙ୍କ ଦ୍ଵାରା ଉଭିଦର ବୃଦ୍ଧି ଘଟିଥାଏ ଓ ସ୍ଥାୟୀ ଟିସୁଗୁଡ଼ିକ ସଜାଇହୋଇ ଉଭିଦ ଶରୀରର ବିଭିନ୍ନ ଅଂଶ ଗଠନ କରନ୍ତି | - ଉଦ୍ଭିଦ ଟିସୁ ଉଦ୍ଭିଦ ଶରୀର ମଧ୍ଯରେ ଜଳର ପରିବହନ ଓ ପ୍ରସ୍ତୁତ ଖାଦ୍ୟର ପରିବହନ କରିବା ସଙ୍ଗେ ସଙ୍ଗେ ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ପ୍ରଦାନ କରିଥାଆନ୍ତି | |
- ପ୍ରାଣୀ ଟିସୁ ମୁଖ୍ୟତଃ ଚାରିପ୍ରକାରର; ଯଥା – ଏପିଥେଲିଆଲ୍ ଟିସୁ (ଆବରଣୀ ଟିସୁ), କନେକ୍ଟିଭ (ସଂଯୋଜକ) ଟିସୁ, ମସ୍କୁଲାର (ପେଶୀୟ) ଟିସୁ ଓ ନର୍ଭସ୍ (ସ୍ନାୟୁ) ଟିସୁ । - ଆବରଣୀ ଟିସୁ ଶରୀରର ଭିତରପଟ ଅଙ୍ଗମାନଙ୍କର ଓ ବାହାରପଟର ଆବରଣ ସୃଷ୍ଟି କରେ, ସଂଯୋଜକ ଟିସୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭିତରେ ସଂଯୋଗ ସ୍ଥାପନ କରେ, ପେଶୀ ଟିସୁଦ୍ଵାରା ଶରୀରର ଗତି ସମ୍ଭବପର ହୁଏ ଏବଂ ସ୍ନାୟୁ ଟିସୁ ଦ୍ଵାରା ଉଦ୍ଦୀପନା ଗ୍ରହଣ ଓ ସ୍ନାୟବିକ ଆବେଗ ପରିବହନ ହୋଇଥାଏ । - ପ୍ରାଣୀ ଟିସୁ ଶରୀରକୁ ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରିବା, ଶରୀର ମଧ୍ୟରେ ପରିପାକ ଖାଦ୍ୟ ଓ ବାୟୁ ପରିବହନ କରିବା, ଶରୀରର ଚଳନରେ ସାହାଯ୍ୟ କରିବା ଓ ଶରୀରକୁ ରୋଗ ପ୍ରତିରୋଧ ଶକ୍ତି ପ୍ରଦାନ କରିବା ଆଦି କାର୍ଯ୍ୟ କରେ । |
(ଘ) ପାରେନ୍କାଇମା ଓ ସ୍କ୍ଲେରେନ୍କାଇମା
| ପାରେନ୍କାଇମା | ସ୍କ୍ଲେରେନ୍କାଇମା |
|---|---|
| - ଏହି ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ । - ଏହି ଟିସୁରେ ଥିବା କୋଷଗୁଡ଼ିକର କୋଷ ଉଦ୍ଭିଦ ପତଳା ଓ ନରମ । - ପାରେନ୍କାଇମା ଟିସୁରେ ପତ୍ରହରିତ୍ ରହିଥାଏ ଓ ଏମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି । ତେଣୁ ଏହି ଟିସୁକୁ କୋଲେନ୍କାଇମା କୁହାଯାଏ । - ଉଦ୍ଭିଦର ତ୍ୱଚା, କର୍ଟେକ୍ସ, ପିଥ୍ ଓ ମେଜୋଫିଲ୍ ଏହାଦ୍ଵାରା ଗଠିତ । |
- ଏହି ଟିସୁର କୋଷଗୁଡ଼ିକ ମୃତ । - ଏହି ଟିସୁରେ ଥିବା କୋଷଗୁଡ଼ିକର କୋଷ ଭିଭି ଅତ୍ୟନ୍ତ ସ୍ଥୂଳ ଓ ଶକ୍ତ । - ସ୍କ୍ଲେରେନ୍କାଇମା ଟିସୁର ଦୃଢ଼ କୋଷଗୁଡ଼ିକର ଭିତ୍ତିରେ ଅତ୍ୟଧିକ କ୍ୟୁଟିନ୍ ଓ ସୁବେରିନ୍ ଥୁବାରୁ ଏହା ପଥରପରି ଟାଣ ଓ ନିଦା ହୋଇଥାଏ । ତେଣୁ ଏହି ଦୃଢ଼ କୋଷକୁ ‘ଷ୍ଟୋନ୍ ସେଲ୍’ କୁହାଯାଏ । - ଅଧୂକାଂଶ ମଞ୍ଜିର କଠିନ ଅଂଶ ଏହି ଟିସୁଦ୍ଵାରା ଗଠିତ । |
(ଙ) ରେଖିତ ଓ ଅରେଖିତ ପେଶୀ
| ରେଖିତ | ଅରେଖିତ ପେଶୀ |
|---|---|
| ଆମର ହାତ, ଗୋଡ଼, ଜିହ୍ଵା ଆଦି କେତେକ ଅଙ୍ଗର ପେଶୀରେ ଅନେକ କଳା ଓ ଫିକା ବ୍ୟାଣ୍ଡ ଏକାନ୍ତରଭାବେ ରହିଥିବାରୁ ଏହି ପେଶୀକୁ ଅରେଖିତ ପେଶୀ କୁହାଯାଏ । - ଏହି ପେଶୀର କୋଷଗୁଡ଼ିକ ଲମ୍ବାଳିଆ ବା ସିଲିଣ୍ଡର ଆକୃତିର, ଶାଖା ବିହୀନ ଏବଂ ବହୁ ନ୍ୟଷ୍ଟୀୟ ହୋଇଥାଆନ୍ତି । - ଏହି ପେଶୀଗୁଡ଼ିକ ଆମ ଇଚ୍ଛା ଅନୁସାରେ ସଙ୍କୁଚିତ ଓ ପ୍ରସାରିତ ହୁଅନ୍ତି ନାହିଁ। ତେଣୁ ଏହି ପେଶୀଗୁଡ଼ିକୁ ଅନୈଚ୍ଛିକ ପେଶୀ କୁହାଯାଏ । |
- ଆମର ପାକସ୍ଥଳୀ ଳୀ, ପରିପାକନଳୀ, ଖାଦ୍ୟନଳୀ, ରକ୍ତବାହିନୀ ନଳୀ ଆଦି ପେଶୀମାନଙ୍କରେ କଳା ବା ଫିକା ବ୍ୟାଣ୍ଡ ନ ଥିବାରୁ ଏହି ପେଶୀକୁ ଅରେଖିତ ପେଶୀ କୁହାଯାଏ। - ଏହି ପେଶୀର କୋଷଗୁଡ଼ିକ ଲମ୍ବା ଓ ପ୍ରାନ୍ତ ଦୁଇଟି ଧୀ ରେ ଧୀରେ ସରୁ ହୋଇଥାଏ ଓ ପ୍ରତ୍ୟେକ କୋଷ ଏକ ନ୍ୟଷ୍ଟିବିଶିଷ୍ଟ ହୋଇଥାଏ। |
(ଚ) ଐଚ୍ଛିକ ପେଶୀ ଓ ଅନୈଚ୍ଛିକ ପେଶୀ
| ଐଚ୍ଛିକ ପେଶୀ | ଅନୈଚ୍ଛିକ ପେଶୀ |
|---|---|
| ଏହି ପେଶୀ ଆମର ହାତ, ଗୋଡ଼, ଜିହ୍ବା, ନିଗଳ ଆଦିରେ ଥାଆନ୍ତି ଓ ଆମ ଇଚ୍ଛା ଅନୁଯାୟୀ ପରିଚାଳିତ ହୁଅନ୍ତି । ଏହି ପେଶୀର କୋଷଗୁଡ଼ିକ ଲମ୍ବାଳିଆ ବା ସିଲିଣ୍ଡର ଆକୃତିର ଓ ବହୁ ନ୍ୟଷ୍ଟୀୟ ହୋଇଥା’ନ୍ତି । - ଏହି ପେଶୀଗୁଡ଼ିକରେ କଳା ଓ ଫିକା ବ୍ୟାଣ୍ଡ ରହିଥିବାରୁ ଏଗୁଡ଼ିକୁ ରେଖୂତ ପେଶୀ କୁହାଯାଏ । - ଏହି ପେଶୀଗୁଡ଼ିକ ଆମ ଇଚ୍ଛା ଅନୁସାରେ ପରିଚାଳିତ ହୁଅନ୍ତି ଓ ଏମାନଙ୍କୁ ଐଚ୍ଛିକ ପେଶୀ କୁହାଯାଏ । |
ଏହି ପେଶୀଗୁଡ଼ିକ ଆମର ପାକସ୍ଥଳୀ, ପରିପାକନଳୀ, ଖାଦ୍ୟନଳୀ, ରକ୍ତବାହିନୀ ନଳୀ, ଜରାୟୁ, ଆଖୁର ସ୍ୱଚ୍ଛପଟଳ ଆଦିରେ ଥାଆନ୍ତି ଓ ଏମାନଙ୍କର ସଙ୍କୋଚନ ଓ ପ୍ରସାରଣ ଆମ ଇଚ୍ଛା ଅନୁଯାୟୀ ହୁଏ ନାହିଁ । - ଏହି ପେଶୀର କୋଷଗୁଡ଼ିକ ଲମ୍ବା ଓ ପ୍ରାନ୍ତ ଦୁଇଟି ଧୀରେ ଧୀରେ ସରୁ ହୋଇଥାଏ ଓ ପ୍ରତ୍ୟେକ କୋଷ ଏକ ନ୍ୟଷ୍ଟିବିଶିଷ୍ଟ ହୋଇଥାଏ । - ଏହି ପେଶୀଗୁଡ଼ିକରେ କଳା ଓ ଫିକା ବ୍ୟାଣ୍ଡ ନ ଥିବାରୁ ଏଗୁଡ଼ିକୁ ଅରେଖିତ ପେଶୀ କୁହାଯାଏ । |
(ଛ) ଅସ୍ଥି ଓ ଉପାସ୍ଥି
| ଅସ୍ଥି | ଉପାସ୍ଥି |
|---|---|
|
- ଏହା ଏକ କଠିନ ସଂଯୋଜକ ଟିସୁ ଓ ଏହା ବେଶ୍ ଦୃଢ଼ ଓ ଟାଣ । - ଏହାର ମାଟ୍ରିକ୍ଟ କ୍ୟାଲସିୟମ୍ ଓ ଫସ୍ଫରସ୍ର ଯୌଗିକ ଉପାଦାନରେ ଗଠିତ। - ଏଥିରେ ଥିବା କୋଷକୁ ଅସ୍ଥି କୋଷ ବା ଅଷ୍ଟି ଓସାଇଟ୍ କୁହାଯାଏ । - ହାତ, ଗୋଡ଼, ଆଙ୍ଗୁଠି, ଜଂଘ ଆଦିରେ ଅସ୍ଥି ଥାଏ । |
- ଏହା ଏକ ସଂଯୋଜକ ଟିସୁ; କିନ୍ତୁ ଅସ୍ଥି ପରି କଠିନ ନୁହେଁ କିମ୍ବା ମାଂସପେଶୀ ପରି ନରମ ନୁହେଁ । - ଏହାର ମାଟ୍ରିକ୍ସ ପ୍ରୋଟିନ୍ ଓ ଶର୍କରାଦ୍ଵାରା ଗଠିତ । - ଏଥିରେ ଥିବା କୋଷକୁ ଉପାସ୍ଥି କୋଷ କୁହାଯାଏ। - ଲମ୍ବା ଅସ୍ଥିର ଅଗ୍ରଭାଗ, ନାସାପଟ୍ଟ, ବହିଃକର୍ଣ୍ଣ, ସ୍ୱରପେଟିକା, ଶ୍ଵାସନଳୀ ଭିଭି, ପଞ୍ଜରା ହାଡ଼ ଇତ୍ୟାଦିରେ ଉପାସ୍ଥି ଥାଏ। |
ଉ :- ଉଦ୍ଭିଦ ଅଧୂତ୍ଵଚା ପାରେନ୍କାଇମା ଟିସୁଦ୍ଵାରା ଗଠିତ ।
- ଜଳଜ ଉଦ୍ଭିଦମାନଙ୍କର ପାରେନ୍କାଇମା ଟିସୁରେ ଥିବା କୋଷଗୁଡ଼ିକରେ ଅନ୍ତଃକୋଷୀୟ ସ୍ଥାନ ବଡ଼ ବଡ଼ ହୋଇଥିବାରୁ ସେଥିରେ ବାୟୁ ଭର୍ତ୍ତିହୋଇ ରହିଥାଏ ଓ ଏହା ଜଳଜ ଉଦ୍ଭିଦଙ୍କୁ ଭାସିବାରେ ସାହାଯ୍ୟ କରେ।
- ଜଳଜ ଉଦ୍ଭିଦର ପାରେନ୍କାଇମା ଟିସୁରେ ବାୟୁ ଭର୍ଜିହୋଇ ରହୁଥିବାରୁ ଏଗୁଡ଼ିକୁ ଏରେନ୍କାଇମା କୁହାଯାଏ ଓ ଏହା ବାୟୁପୂର୍ଣ ହୋଇ ହାଲୁକା ହେଉଥିବାରୁ ଜଳଜ ଉଦ୍ଭିଦ ସହଜରେ ଜଳରେ ଭାସିପାରେ।
(କ) ସ୍ପାଇରୋଗାଇରା ଏକ __କୋଷୀ ଉଦ୍ଭିଦ।
(ଖ) କେବଳ __ ଉଦ୍ଭିଦ ଓ ପ୍ରାଣୀମାନଙ୍କର କୋଷମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ହୋଇଥାଏ।
(ଗ) ଉଭିଦମାନଙ୍କରେ __ ଟିସୁଦ୍ଵାରା ଜଳ ଓ ଖାଦ୍ୟ ପରିବାହିତ ହୋଇଥାଏ।
(ଘ) ଉଦ୍ଭିଦର ଶ୍ୱସନ ପ୍ରକ୍ରିୟା ପତ୍ରରେ ଥିବା __ଦେଇ ହୋଇଥାଏ।
(ଡ) ଜଳଜ ଉଦ୍ଭିଦମାନଙ୍କରେ ହାଲୁକା ହୋଇ ସଜାହୋଇଥିବା ପାରେନ୍କାଇମାକୁ __କୁହାଯାଏ ।
(ଚ) କୋଲେନ୍କାଇମାର କୋଷମାନଙ୍କରେ __ ରହିଥିବାରୁ ଟିସୁ ଶକ୍ତ ହୋଇଥାଏ ।
ଉତ୍ତର
(କ) ଏକକୋଷୀ (ଖ) ବହୁକୋଷୀ (ଗ) ଜଟିଳ (ଘ) ସ୍ତୋମ୍
(ଡ) ଏରେନ୍କାଇମା (ଚ) ଲିଗ୍ନିନ୍
(କ) ରକ୍ତ ଏକ _____ ଟିସୁ ।
(ଖ) ଫୁସ୍ଫୁସ୍ର କୋଟରିକାରେ ________ ଏପିଥେଲିୟମ୍ ଦେଖାଯାଏ।
(ଗ) ଖାଦ୍ୟନଳୀର ମ୍ୟୁକସ୍କୁ ଠେଲିବାରେ ______ ର ଗତି ସାହାଯ୍ୟ କରେ।
(ଘ) ଘନାକାର ଏପିଥେଲିୟମ୍ରେ କୋଷଗୁଡ଼ିକର ଉଚ୍ଚତା ଓ ପ୍ରସ୍ତ ପ୍ରାୟ ________ ।
(ଡ) କ୍ଷରଣ ଓ ଶୋଷଣ କ୍ରିୟାରେ ________ ଟିସୁ ସକ୍ରିୟ ଅଂଶଗ୍ରହଣ କରେ।
(ଚ) ରକ୍ତର ପି.ଏଚ୍. ___________ ।
(ଛ) ମଣିଷ ଶରୀରରେ ଲୋହିତ ରକ୍ତ କଣିକାର ଆୟୁଷ _________ ଦିନ।
(ଜ) ଅସ୍ଥିରେ ଥିବା କୋଷକୁ _______ ସାଇଟ୍ କୁହାଯାଏ
(ଝ) ବହିଃକର୍ଣ୍ଣରେ _______ ଟିସୁ ଥାଏ ।
(ଞ) ଶରୀରରେ ତାପ ପ୍ରତିରୋଧକ ଭଳି ଗଚ୍ଛିତ ________ ର ସ୍ତରଟି କାର୍ଯ୍ୟ କରେ।
(ଟ) ହାତ ଓ ଗୋଡ଼ରେ ଥିବା ପେଶୀ___________ ପେଶୀର ଅନ୍ତର୍ଭୁକ୍ତ ।
(୦) ହୃଦ୍ପେଶୀ କୋଷରେ ଅନେକ _______।
(ଡ) କୋଷପିଣ୍ଡରୁ ବାହାରିଥିବା ସରୁ ଶାଖାଗୁଡ଼ିକୁ _________ କୁହାଯାଏ ।
(ଢ) ସ୍ନାୟୁ ଟିସୁର ଗାଠନିକ ଓ କ୍ରିୟାତ୍ମକ ଏକକକୁ _________ କୁହାଯାଏ ।
ଉତ୍ତର
(କ) ସଂଯୋଜକ (ଖ) ସ୍କ୍ୱାମସ୍ (ଗ) ସିଲିଆଗୁଡ଼ିକ (ଘ) ସମାନ (ଡ) ଏପିଥେଲିଆଲ୍ (ଚ) 7.4 (ଛ) 120 (ଜ) ଅଷ୍ଟିଓ (ଝ) ଉପାସ୍ଥି (ଞ) ଫ୍ୟାଟ୍ ଗ୍ଲୋବ୍ୟୁଲ୍ (ଟ) ରେଖ୍ତ (୦) ମାଇଟୋକଣ୍ଡ୍ରିଆ (ଡ) ଡେନ୍ଡ୍ରନ୍ (ଢ) ସ୍ନାୟୁକୋଷ
(କ) ଜିହ୍ବା : ରେଖୁତ ପେଶୀ :: ଜରାୟୁ :_________ |
(ଖ) ଲୋହିତ ରକ୍ତ କଣିକା : 120 ଦିନ : : ଶ୍ଵେତ ରକ୍ତକଣିକା : ______|
(ଗ) ଜାଇଲେମ୍ : ଜଳପ୍ରବାହ : : ଫ୍ଲୋଏମ୍ :_________|
(ଘ) ଲମ୍ବରେ ବୃଦ୍ଧି : ଅନ୍ତର୍ବିଷ୍ଟି ମେରିଷ୍ଟେମ୍ : : ଉଚ୍ଚତା ବୃଦ୍ଧି :________|
(ଡ) ନ୍ୟଷ୍ଟିବିହୀନ : RBC:: ନ୍ୟଷ୍ଟିଯୁକ୍ତ :__________|
ଉତ୍ତର
(କ) ଅରେଖ୍ତ (ଖ) 3 ଦିନ, (ଗ) ଖାଦ୍ୟପଦାର୍ଥ (ଘ) ଅଗ୍ରସ୍ଥ ମେରିଷ୍ଟେମ୍ (ଡ) WBC
ଉ: ଶ୍ଵେତ ରକ୍ତ କଣିକା ନ୍ୟଷ୍ଟିଯୁକ୍ତ ଓ ରଙ୍ଗହୀନ। ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ। ଏହାର ଆୟୁ କାଳ 3 ଦିନ । ଆମ ଶରୀରରେ ବିଭିନ୍ନ ପ୍ରକାରର ଶ୍ୱେତ ରକ୍ତ କଣିକା ଥାଏ, ଯଥା ଗ୍ରାନୁଲୋସାଇଟ୍, ଆଗ୍ରାନୁଲୋସାଇଟ୍।
- ଗ୍ରାନୁଲୋସାଇଟ୍ : ଏହା ସାଧାରଣତଃ ତିନି ପ୍ରକାର ଥାଏ,
ଯଥା— (i) ନିଉଟ୍ରୋଫିଲ୍, (ii) ଇଓସିନୋଫିଲ୍, (iii) ବାସୋଫିଲ୍
(i) ନିଉଟ୍ରୋଫିଲ୍ : ଏହାର ନ୍ୟଷ୍ଟି 2 କିମ୍ବା 3 ଲୋବ୍। ଏହା ଏକ ଭକ୍ଷକାଣୁ । ତେଣୁ କୌଣସି କାରଣରୁ ଶରୀର ବ୍ୟାକ୍ଟେରିଆ ଦ୍ଵାରା ଆକ୍ରାନ୍ତ ହେଲେ, ଏହା ପ୍ରତିରୋଧ କରିଥାଏ।
(ii) ଇଓସିନୋଫିଲ୍ : ଏହାର ନ୍ୟଷ୍ଟି 2 ଲୋବ୍। ଏହାର କୋଷ ଜୀବକରେ ଉଜ୍ଜ୍ବଳ ଲୋହିତ ବାଦାମୀ ରଙ୍ଗର କଣିକା ରହିଥାଏ। ପରଜୀବୀମାନଙ୍କୁ ଶରୀରରୁ ତଡ଼ି ଦେବାରେ ଏହାର ମୁଖ୍ୟ ଭୂମିକା ଅଛି।
(iii) ବାସୋଫିଲ୍ : ନିଉଟ୍ରୋଫିଲ୍ ନ୍ୟଷ୍ଟି ସହିତ ଏହାର ସାମଞ୍ଜସ୍ୟ ଅଛି। ଏଥିରେ ବାଇଗଣୀ ରଙ୍ଗର କଣିକା ଥାଏ। ଏହା ଜୀବାଣୁନାଶକ ନୁହେଁ।
- ଆଗ୍ରାନୁଲୋସାଇଟ୍ : ଏହା ସାଧାରଣତଃ ଦୁଇ ପ୍ରକାରର ଥାଏ, ଯଥା – ଲିମ୍ଫୋସାଇଟ୍ ଓ ମନୋସାଇଟ୍।
(i) ଲିମ୍ଫୋସାଇଟ୍ : ଏହା ଗୋଲାକାର ଓ ସାମାନ୍ୟ ଛିଦ୍ରଯୁକ୍ତ। ଏହାର ରୋଗ ପ୍ରତିରୋଧକ ଶକ୍ତି ଅଧୂକ ଥାଏ।
(ii) ମନୋସାଇଟ୍ : ଶ୍ଵେତ ରକ୍ତ କଣିକାର ସବୁଠାରୁ ବଡ଼ କୋଷ। ଏହାର ନ୍ୟଷ୍ଟି 2 / 3 ଲୋବ୍। ଶରୀରକୁ ପ୍ରବେଶ କରିଥିବା ବ୍ୟାକ୍ଟେରିଆ ଓ କ୍ଷତିକାରୀ ବାହ୍ୟ ବସ୍ତୁକୁ ବିନାଶ କରି ଏହା ଶରୀରକୁ ପରିଷ୍କାର କରିଥାଏ।