9th Class Life Science (ଜୀବ ବିଜ୍ଞାନ) - ଚତୁର୍ଥ ଅଧ୍ୟାୟ - ଖାଦ୍ୟ ସମ୍ପଦର ଉନ୍ନତୀକରଣ All Question With Answer

↓ Question & Answer ↓

1. ଆଜିର ଯୁଗରେ ଖାଦ୍ୟ ଉତ୍ପାଦନର ଉନ୍ନତୀକରଣ ଉପରେ କାହିଁକି ଗୁରୁତ୍ବ ଦିଆଯାଉଛି ?

ଉ-ଆଜିର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାହିଦା ପୂରଣ ପାଇଁ ଅଧିକ ଖାଦ୍ୟଶସ୍ୟ, କୃଷିଜାତ ଦ୍ରବ୍ୟ ଓ ପଶୁପାଳନ ଉପରେ ଗୁରୁତ୍ଵ ଦେବାର ଆବଶ୍ୟକ‌ତା ରହିଥିବାବେଳେ ବର୍ତ୍ତମାନର ପରିବର୍ତ୍ତିତ ପରିବେଶ, ଜଳବାୟୁର ପରିବର୍ତ୍ତନ ତଥା ଚାଷଜମିର ପରିମାଣ ହ୍ରାସ ଉତ୍ପାଦନ ବୃଦ୍ଧିରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି।
- ଖାଦ୍ୟ ଉତ୍ସର ଉନ୍ନତୀକରଣ ପାଇଁ ଆମକୁ କୃଷିର ବୃଦ୍ଧି ଓ ବିକାଶର କାରକଗୁଡ଼ିକର ସୁପରିଚାଳନା କରିବା ଏକାନ୍ତ ଆବଶ୍ୟକ ଅଟେ ।
- ଖାଦ୍ୟ ଉନ୍ନତୀକରଣର ବିଭିନ୍ନ ଆବଶ୍ୟକତା ମଧ୍ଯରୁ ଉଭିଦର ପୋଷକଦ୍ରବ୍ୟ, ପୋଷକ ଷକର ବ୍ୟବହାର, ଉଚ୍ଚ ଗୁଣବତ୍ତାସମ୍ପନ୍ନ ମଞ୍ଜି ଓ ଉଭିଦର ଚୟନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅଟେ ।
- ଫସଲର ଉପଯୁକ୍ତ ସଂରକ୍ଷଣ ପାଇଁ ପୀଡ଼କକୀଟ ଦମନ ଓ ରୋଗମୁକ୍ତ କରିବା ଏକାନ୍ତ ଆବଶ୍ୟକ।
- ପ୍ରାଣୀଜ ଖାଦ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମିଶ୍ରିତ କୃଷି, ଯଥା କୃଷି ସହ ପଶୁପାଳନ, କୃଷି ସହ କୁକୁଡ଼ା ପାଳନ, କୃଷି ସହ ମତ୍ସ୍ୟଚାଷ ବା ମହୁମାଛି ପାଳନ ଉପରେ ଗୁରୁତ୍ଵ ଦେବାର ଆବଶ୍ୟକ‌ତା ରହିଛି ।


🗨
2. ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାପାଇଁ କି କି ପଦକ୍ଷେପ ଦରକାର ତାହା ଉଲ୍ଲେଖ କର ।

ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିମ୍ନଲିଖୂତ ପଦକ୍ଷେପମାନ ଗ୍ରହଣ କରିବାର ଆବଶ୍ୟକତା ରହିଛି; ଯଥା -


- ଉଚ୍ଚ ଗୁଣବତ୍ତାସମ୍ପନ୍ନ ମଞ୍ଜିର ଚୟନ
- ମୃତ୍ତିକାରେ ପୋଷକର ସଠିକ୍ ବ୍ୟବହାର
- ଫସଲ ସଂରକ୍ଷଣର ସୁପରିଚାଳନା
- ଜୈବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ
- ପୀଡ଼କ କୀଟ ଦମନ ଓ ରୋଗମୁକ୍ତ ପ୍ରଣାଳୀ ଅବଲମ୍ବନ
- ମିଶ୍ରିତ କୃଷି ଉପାୟ ପ୍ରଚଳନ।


🗨
3. ପଶୁପାଳନ କହିଲେ କ'ଣ ବୁଝ ?

ଉ: ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ଉନ୍ନତ ଖାଦ୍ୟ, ବାସଗୃହ, ପ୍ରଜନନ ଓ ରୋଗ ନିରାକରଣ କରି ପଶୁ ସମ୍ପଦରୁ ଅଧିକରୁ ଅଧୂକ ଉତ୍ପାଦନ କରିବାକୁ ପଶୁପାଳନ କୁହାଯାଏ । - ବ୍ୟାପକ ଅର୍ଥରେ ଗୋ-ମହିଷାଦି ପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ, ମହୁମାଛି ପାଳନ ଇତ୍ୟାଦିକୁ ପଶୁପାଳନର ଅନ୍ତର୍ଭୁକ୍ତ ଅଟେ ।


🗨
4. ଗୋପାଳନ ନିମିତ୍ତ କେଉଁ କେଉଁ ବିଷୟ ପ୍ରତି ଗୁରୁତ୍ବ ଦେବାକୁ ପଡ଼େ ?

ଗୋପାଳନ ନିମିତ୍ତ ନିମ୍ନଲିଖିତ ବିଷୟମାନଙ୍କ ପ୍ରତି ଗୁରୁତ୍ବଦେବାକୁ ପଡ଼େ :
- ଉତ୍ତମ ବାସସ୍ଥାନ, ବାସଗୃହ ବା ଗୁହାଳର ଉପଯୁକ୍ତ ବ୍ୟବସ୍ଥା
- ସୁଷମ ଗୋଖାଦ୍ୟ ପ୍ରଦାନ;
- ଗୁହାଳର ପରିଷ୍କାର ପରିଚ୍ଛନ୍ନତା, ବାୟୁ ଚଳାଚଳ ଓ
- ଗାଈଗୋରୁମାନଙ୍କର ଶରୀରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା।
- ଠିକ୍ ସମୟରେ ଉପଯୁକ୍ତ ରୋଗ ପ୍ରତିଷେଧକ ଟୀକା ପ୍ରଦାନ କରିବା ।


🗨
5. ଗୋଖାଦ୍ୟ କେତେ ପ୍ରକାର ?

ଗୋଖାଦ୍ୟ ଦୁଇପ୍ରକାରର; ଯଥା-
- ଜୀବନଧାରଣ ଖାଦ୍ୟ ବା ତନ୍ତୁବହୁଳ ଖାଦ୍ୟ । ଉଦାହରଣ – କଞ୍ଚାଘାସ, ଶୁଖୁଲାଘାସ, ନଡ଼ା ପାଳ, ଡାଳପତ୍ର ଇତ୍ୟାଦି ।
- ଉତ୍ପାଦକ ଖାଦ୍ୟ ବା ଦାନାଜାତୀୟ ଖାଦ୍ୟ । ଉଦାହରଣ – ବିରି, କୋଳଥ, ତେଲ ପିଡ଼ିଆ ଇତ୍ୟାଦି ।


🗨
6. ରୋଗଗ୍ରସ୍ତ ଗାଈଗୋରୁଙ୍କୁ କିପରି ଚିହ୍ନଟ କରିବ ?

ସାଧାରଣତଃ ସୁସ୍ଥ ଗାଈଗୋରୁମାନଙ୍କର ଥୋମଣି ଓଦାଳିଆ ଥାଏ; କିନ୍ତୁ ରୋଗଗ୍ରସ୍ତ ହେଲେ ସେମାନଙ୍କର ଥୋମଣି ଶୁଖିଲା ରହି ଖାଦ୍ୟ ଖାଇବା କମିଯାଏ ।


🗨
7. କେଉଁ କେଉଁ ଉଦ୍ଦେଶ୍ୟରେ କୁକୁଡ଼ା ପାଳନ କରାଯାଏ ?

ଉ : କୁକୁଡ଼ା ପାଳନର ସାଧାରଣତଃ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥାଏ । ପ୍ରଥମ ଉଦ୍ଦେଶ୍ୟଟି ହେଲା ଅଣ୍ଡା ଓ ଦ୍ବିତୀୟ ଉଦ୍ଦେଶ୍ୟ ହେଲା ମାଂସ ପାଇବା ।


🗨
8. ସଙ୍କରୀକରଣ କୁକୁଡ଼ାଠାରେ କି କି ଗୁଣ ଦେଖୁବାକୁ ପାଇବା ?

ଉ : ସଙ୍କର କୁକୁଡ଼ାମାନଙ୍କଠାରେ ନିମ୍ନଲିଖିତ ଗୁଣ‌ଗୁଡ଼ିକ ରହିଥାଏ;
ଯଥା –
- ସଂଖ୍ୟାତ୍ମକ ଓ ଗୁଣାତ୍ମକ କୁକୁଡ଼ା ଚିଆଁ ଉତ୍ପାଦନ କରିବା ।
- ବ୍ୟବସାୟିକ ଭିଭିରେ କୁକୁଡ଼ା ଚିଆଁ ଉତ୍ପାଦନ ନିମନ୍ତେ ଉନ୍ନତ ଅଣ୍ଡିରା ଓ ମାଈ କୁକୁଡ଼ା ସୃଷ୍ଟି କରିବା ।
- ଗ୍ରୀଷ୍ମଦିନେ ପରିବେଶକୁ ଖାପଖୁଆଇ ଚଳିପାରୁଥିବା ତଥା ଉଚ୍ଚତାପ ସହ୍ୟ କରି ପାରୁଥିବା କୁକୁଡ଼ାର ସୃଷ୍ଟି ।
- ପରିଚାଳନାଗତ ଖର୍ଚ୍ଚ କମ୍ ।
- ସର୍ବୋପରି ଅଣ୍ଡା ଦେବା କୁକୁଡ଼ାର ଆକାର ଛୋଟ କରି ଶସ୍ତାରେ ମିଳୁଥିବା କୃଷି ଉପଜାତ ପଦାର୍ଥକୁ ଖାଦ୍ୟ ଭାବରେ ବିନିଯୋଗ କରିବା ।


🗨
9. ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାର ଖାଦ୍ୟରେ କି କି ଭିଟାମିନ୍ ଅଧୂକ ପରିମାଣରେ ରହିଥାଏ ?

ଉ : ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାର ଖାଦ୍ୟରେ ଭିଟାମିନ୍ A ଓ K ଅଧିକ ପରିମାଣରେ ଥାଏ ।


🗨
10. ଭାରତରେ ମାଛକୁ କାହିଁକି ବହୁଳ ଭାବରେ ଖାଦ୍ୟ ରୂପରେ ବ୍ୟବହାର କରାଯାଏ ?

ଉ : ଭାରତରେ ପୁଷ୍ଟିସାର ଜାତୀୟ ଖାଦ୍ୟର ଚାହିଦା ଅଧିକ ହୋଇଥିବାରୁ ଏହି ଚାହିଦା ପୂରଣ କରିବା ନିମିତ୍ତ ମାଛକୁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ ।
- ଏହାବ୍ୟତୀତ ମାଛ ସହଜରେ ଓ ସୁଲଭ ଦରରେ ଉପଲବ୍‌ଧ ହୋଇଥାଏ ।


🗨
11. ସାମୁଦ୍ରିକ ମାଛ ଧରିବା ପାଇଁ କେଉଁ ନୂତନ ପଦ୍ଧତି ପ୍ରୟୋଗ କରାଯାଉଛି ?

ଉ : ଆଜିକାଲି ସାମୁଦ୍ରିକ ମାଛ ଧରିବାପାଇଁ ଉପଗ୍ରହ ଏବଂ ଶବ୍ଦ ସମ୍ବେଦୀ ତରଙ୍ଗ (ସୋନାର) ର ବ୍ୟବହାର କରାଯାଉଅଛି ।


🗨
12. ମେରିକଲ୍‌ଚର କହିଲେ କ'ଣ ବୁଝ ?

ଉ : ମତ୍ସ୍ୟସମ୍ପଦର ଉତ୍ପାଦନ ନିମନ୍ତେ ସମୁଦ୍ର ଜଳକୁ ଆବଦ୍ଧ କରି ଯେଉଁ ମତ୍ସ୍ୟଚାଷ କରାଯାଏ, ତାହାକୁ ମେରିକଲ୍‌ଚର କୁହାଯାଏ ।


🗨
13. ଆକ୍ସାକଲ୍‌ଚର କହିଲେ କ'ଣ ବୁଝ ?

ଉ : ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ଆବଦ୍ଧ ପୋଖରୀରେ ମାଛଚାଷ କରାଯାଇଥାଏ ଏବଂ ଏହାକୁ ଆକ୍ୱାକଲ୍‌ଚର କୁହାଯାଏ ।


🗨
14. ପ୍ରାକୃତିକ ଜଳାଶୟରୁ ମାଛ ଜାଆଁଳ ସଂଗ୍ରହ କରିବାବେଳେ କି ପ୍ରକାର ଅସୁବିଧାମାନ ଦେଖାଯାଏ ?

ଉ : ପ୍ରାକୃତିକ ଜଳାଶୟରୁ ସଂଗ୍ରହ କରାଯାଉଥିବା ମାଛ ଜାଆଁଳରେ ଅନେକ ଅଦରକାରୀ ମାଛ ମିଶ୍ରିତ ଅବସ୍ଥାରେ ରହିଥାଏ; ଯାହା ମାଛ ଉତ୍ପାଦନରେ ବାଧା ସୃଷ୍ଟି କରେ ।


🗨
15. ପାର୍ଥକ୍ୟ ଦର୍ଶାଅ :

(କ) ତନ୍ତୁବହୁଳ ଗୋଖାଦ୍ୟ ଓ ଦାନାଜାତୀୟ ଗୋଖାଦ୍ୟ

ଉ: ତନ୍ତୁବହୁଳ ଗୋଖାଦ୍ୟ ଦାନାଜାତୀୟ ଗୋଖାଦ୍ୟ
- ଏହାକୁ ଜୀବନଧାରଣ ଖାଦ୍ୟ ମଧ୍ୟ କୁହାଯାଏ ।
- ଗୋରୁଗାଈଙ୍କର ଶରୀର ଗଠନ ନିମିତ୍ତ ଏହା ଆବଶ୍ୟକ ।
- କଞ୍ଚାଘାସ, ଡାଳପତ୍ର, ଶୁଖୁଲା ଘାସ ଏହାର ଉଦାହରଣ ।
- ଏହାକୁ ଉତ୍ପାଦକ ଖାଦ୍ୟ ମଧ୍ୟ କୁହାଯାଏ । ଏହା ଗାଈ ଓ ମଇଁଷିଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି କରେ ।
- ବିରି, କୋଳଥ, ତେଲ ପିଡ଼ିଆ ଏହାର ଉଦାହରଣ ଣ


(ଖ) ଖଣିଜ ମିଶ୍ରଣ ଓ ଖାଦ୍ୟ ମିଶ୍ରଣ

ଉ: ଖଣିଜ ମିଶ୍ରଣ ଖାଦ୍ୟ ମିଶ୍ରଣ
- ଗୋରୁଗାଈଙ୍କୁ ଦିଆଯାଉଥିବା ଖାଦ୍ୟ ସହିତ କିଛି ଖଣିଜ ଲବଣ ମିଶାଯାଇଥାଏ ।
- ଏହାକୁ ଖଣିଜ ମିଶ୍ରଣ କୁହାଯାଏ ।
- ଶରୀରର ବୃଦ୍ଧି ପାଇଁ ଓ ଗଠନ ପାଇଁ ଏହି ଖଣିଜଲବଣ ସାହାଯ୍ୟ କରିଥାଏ ।
- 6ଗ।ରଗ।ଈ ଙ୍କ ଦିଆଯାଉଥ‌ିବା ଖାଦ୍ୟ ସହିତ କିଛି ଅଲଗା ବା ଅଧିକ ଗୁଣସମ୍ପନ୍ନ ଖାଦ୍ୟ ମିଶାଯାଇଥାଏ ।
- ଏହା ଗାଈ, ମଇଁଷି ଙ୍କର କ୍ଷୀର ଉତ୍ପାଦନ କ୍ଷମତା ବୃଦ୍ଧି କରି ବାରେ ସାହାଯ୍ୟ କରେ ।


(ଗ) ମାଂସ ଉପଯୋଗୀ କୁକୁଡ଼ା ଓ ଅଣ୍ଡା ଉପଯୋଗୀ କୁକୁଡ଼ା

ଉ: ମାଂସ ଉପଯୋଗୀ କୁକୁଡ଼ା ଅଣ୍ଡା ଉପଯୋଗୀ କୁକୁଡ଼ା
- ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ା କମ୍ ସମୟରେ ଅଧିକ ଓଜନ ହୋଇଯା’ନ୍ତି ଓ ଏମାନଙ୍କଠାରୁ ଅଧିକ ମାଂସ ମିଳେ ।
- ଉଦାହରଣ କଣ୍ଡିସ, ଫ୍ଲାଇମାଉଥ୍ ରକ୍, ବ୍ରାହ୍ମା ।
- ଅଣ୍ଡା ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ା ଆକାରରେ ବଡ଼ ଓ ବେଶୀ ସଂଖ୍ୟାରେ ଅଣ୍ଡା ଦେଇଥାଆନ୍ତି ।
- ଉଦାହରଣ- ହ୍ଵାଇଟ୍ ଲେଗହର୍ଣ୍ଣ , ମିନାର୍କା, ଆଙ୍କୋନା ।


(ଘ)(ଘ) ମଧୁର ଜଳସଂପଦ, ଲବଣ ଜଳ ସମ୍ପଦ

ଉ: ମଧୁର ଜଳସଂପଦ ଲବଣ ଜଳ ସମ୍ପଦ
ଆମ ଦେଶର ନଦୀ, ହ୍ରଦ, କେନାଲ, ପୋଖରୀ, ଜଳଭଣ୍ଡାର ଆଦିକୁ ମଧୁର ଜଳସଂପଦ କୁହାଯାଏ ।
- ଏହି ସବୁ ଜଳଭଣ୍ଡାର ଗୁଡ଼ିକରେ ମଧୁର ଜଳ ରହିଥାଏ ।
ଆମ ଦେଶର ସମୁଦ୍ର, ମୁହାଣ, ଲବଣାକ୍ତ ହ୍ରଦ ଆଦି କୁ ଲବଣ ଜଳସଂପଦ କୁହାଯାଏ । - ଉପରୋକ୍ତ ଜଳଭଣ୍ଡାର- ଗୁଡ଼ିକରେ ଲବଣ ଜଳ ରହିଥାଏ ।


(ଙ)ଏକକ ମାଛଚାଷ, ମିଶ୍ରିତ ମାଛଚାଷ

ଏକକ ମାଛଚାଷ ମିଶ୍ରିତ ମାଛଚାଷ
ଏକ ଜଳାଶୟରେ ଗୋଟିଏ ଜାତିର ବା ପ୍ରକାରର ମାଛଚାଷ କରାଗଲେ ତାହାକୁ ଏକକ ମାଛଚାଷ କୁହାଯାଏ ।
- ଏହି ପ୍ରକାର ମାଛଚାଷରେ ମାଛ ଉତ୍ପାଦନ କମ୍ ହୁଏ ।
ଏକ ଆବଦ୍ଧ ଜଳାଶୟରେ ପାଞ୍ଚ, ଛଅ ଜାତିର ବା ପ୍ରକାରର ମାଛଙ୍କୁ ଏକାଠି ମିଶାଇ ଚାଷକଲେ ତାହାକୁ ମିଶ୍ର ତ ମାଛଚାଷ କୁହାଯାଏ । - ଏହି ପ୍ରକାର ମାଛ ଚାଷରେ ମାଛ ଉତ୍ପାଦନ ଅଧିକ ହୁଏ ।


(ଚ)ଭାରତୀୟ ମହୁମାଛି, ଇଟାଲୀ ମହୁମାଛି

ଭାରତୀୟ ମହୁମାଛି ଇଟାଲୀ ମହୁମାଛି
- ଏହି ମହୁମାଛି ମାନଙ୍କର ମହୁ ସଂଗ୍ରହ କରିବାର ଦକ୍ଷତା କମ୍ ।
- ଏହି ମହୁମାଛି ମାନେ ଅତ୍ୟନ୍ତ ହିଂସ୍ର ସ୍ୱଭାବର ।
- ଏହି ମହୁ ମାଛି ମାନେ ମହୁଫେଣାରେ କମ୍‌ଦିନ ରହି ମହୁ ସଂଗ୍ରହ କରନ୍ତି ।
- ଏହି ମହୁମାଛି ମାନଙ୍କର ମହୁ ସଂଗ୍ରହ କରିବାର ଦକ୍ଷତା ଭାରତୀୟ ମହୁମାଛି ଙ୍କ ତୁଳନାରେ ଅଧିକ ।
- ଏହି ମହୁ ମାଛି ମାନେ ଅପେକ୍ଷାକୃତ କମ୍ ହିଂସ୍ର ସ୍ୱଭାବର ।
- ଏହି ମହୁ ମାଛି ମାନେ ମହୁଫେଣା ରେ ଅଧିକଦିନ ରହି ମହୁ ସଂଗ୍ରହ କରନ୍ତି ।

🗨
16.ଶୂନ୍ୟସ୍ଥାନ ପୂରଣ କର :

(କ) ଦୁଗ୍ଧ ଉତ୍ପାଦନ ନିମନ୍ତେ ପାଳନ କରାଯାଉଥିବା ଗାଈକୁ ______ କୁହାଯାଏ ।
(ଖ) କୃଷିକାର୍ଯ୍ୟ ସଂପାଦନ ପାଇଁ ବ୍ୟବହୃତ ପଶୁକୁ ______କୁହାଯାଏ ।
(ଗ) ଦ୍ରୁତ ଜୈବ ବିଘଟନ ______ ସାରର ହୋଇ ନ ଥାଏ ।
(ଘ) କଞ୍ଚାଘାସ ଓ ଡାଳପତ୍ରକୁ _______ ଗୋଖାଦ୍ୟ କୁହାଯାଏ ।
(ଙ) ପରଜୀବୀ ଦ୍ଵାରା ଗୋରୁଗାଈଙ୍କଠାରେ _________ ଚର୍ମରୋଗ ଦେଖାଯାଏ ।
(ଚ) ଉଭିଦର ଆବଶ୍ୟକୀୟ ପୋଷକଗୁଡ଼ିକୁ ମୃଭିକାରେ ଉପଲବ୍ଧ କରାଇବାରେ ସହାୟକ ହେଉଥିବା ଅଣୁଜୀବ ପୋଷଣକୁ ________କୁହାଯାଏ ।
(ଛ) କର୍ଣ୍ଣିସ୍କୁକୁଡ଼ା _______ ଉଦ୍ଦେଶ୍ୟରେ ପାଳନ କରାଯାଏ ।
(ଜ) ଜୈବିକ କୃଷି ଏକ ________ କୃଷି ପଦ୍ଧତି ।
(ଝ) ଆବଦ୍ଧ ପୋଖରୀରେ ହେଉଥିବା ମାଛଚାଷକୁ __________ କୁହାଯାଏ ।
(ଞ) ସମୁଦ୍ର ଜଳରେ ହେଉଥିବା ମାଛଚାଷକୁ _________ କୁହାଯାଏ ।
(ଟ) ବର୍ଷାଦିନେ ଚାଷ କରାଯାଇଥିବା ଫସଲକୁ _______ କୁହାଯାଏ ।
(୦) ହରମୋନ୍ ପ୍ରୟୋଗ ଦ୍ୱାରା ମାଛମାନଙ୍କର ପ୍ରଜନନ ପ୍ରକ୍ରିୟାକୁ _______ ପ୍ରଜନନ କୁହାଯାଏ ।
(ଡ) ମହୁଫେଣାରୁ ମହୁ ବ୍ୟତୀତ _________ ମିଳେ, ଯାହା ଔଷଧୀୟ ଶିଳ୍ପରେ ବ୍ୟବହୃତ ହୁଏ ।
(ଢ) ଆମ ରାଜ୍ୟରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର________ ଠାରେ ଅବସ୍ଥିତ ।


ଉତ୍ତର
(କ) ଦୁଧୂଆଳୀ ଗାଈ (ଖ) ବଳଦ / ପୋଢ଼ (ଗ) ରାସାୟନିକ
(ଘ) ତନ୍ତୁବହୁଳ (ଙ) କବକଜନିତ (ଚ) ଜୈବ ଉର୍ବରକା/ବାଇଓଫର୍ଟିଲାଇଜର (ଛ) ମାଂସ (ଜ) ପୋଷଣୀୟ
(ଝ) ଆକ୍ୱାକଲ୍‌ଚର (ଞ) ମେରିକଲ୍‌ଚର (ଟ) ଖରିଫ୍ ଫସଲ (୦) ପ୍ରରୋ ରୋଚିତ (ଡ) ମହମ (ଢ) କଟକ ।


🗨
17. ଭ୍ରମ ସଂଶୋଧନ କର । (ରେଖାଙ୍କିତ ଶବ୍ଦକୁ ବଦଳାଇ)

(କ) ଲାଲସିନ୍ଧି ଏକ ବିଦେଶୀ ଗାଈ ।
(ଖ) ଚର୍ମରୋଗଏକ ଅନ୍ତଃପରଜୀବୀଜନିତ ରୋଗ ।
(ଗ) ବ୍ରାହ୍ମା ଏକ ଅଣ୍ଡାଦିଆ କୁକୁଡ଼ା ।
(ଘ) ଭାରତର ସମୁଦ୍ରତଟ ଅଞ୍ଚଳର ଦୈର୍ଘ୍ୟ ପ୍ରାୟ 7000 କି.ମି. ।
(ଙ) ବିଦେଶୀ କାର୍ପ ଜଳର ଉପର ସ୍ତରରୁ ଖାଦ୍ୟ ସଂଗ୍ରହ କରେ ।


ଉତ୍ତର
(କ) ଜର୍ସି ଏକ ବିଦେଶୀ ଗାଈ ।
(ଖ) ଆଷ୍ଟ୍ରାକ୍ସ / ନିମୋନିଆ / ଫାଟୁଆ ଏକ ଅନ୍ତଃପରଜୀବୀଜନିତ ରୋଗ |
(ଗ) ମିନାର୍କା / ଆଙ୍କୋନା / ହ୍ଵାଇଟ୍ ଲେଗ୍‌ହର୍ଣ୍ଣ ଏକ ଅଣ୍ଡାଦିଆ କୁକୁଡ଼ା ।
(ଘ) ଭାରତର ସମୁଦ୍ରତଟ ଅଞ୍ଚଳର ଦୈର୍ଘ୍ୟ ପ୍ରାୟ 7500 କି.ମି. ।
(ଡ) ବିଦେଶୀ କାର୍ପ ଜଳର ନିମ୍ନସ୍ତରରୁ ଖାଦ୍ୟ ସଂଗ୍ରହ କରେ ।


🗨
18. ‘କ’-ସ୍ତମ୍ଭ ଓ ‘ଖ’-ସ୍ତମ୍ଭ ଯୋଗ କର


🗨
19. ଦୁଗ୍ଧର ପ୍ରକ୍ରିୟାକରଣରୁ କେଉଁ କେଉଁ ଉତ୍ପାଦ ମିଳେ ?

ଉ : ପ୍ରାଣୀମାନଙ୍କଠାରୁ ମିଳୁଥିବା ଦୁଗ୍ଧକୁ ପୂର୍ଣ କ୍ରିମ୍‌ୟୁକ୍ତ ଦୁଗ୍ଧ କୁହାଯାଏ। କ୍ରିମ୍‌କୁ ଅଲଗା କଲେ ଅବଶିଷ୍ଟ ଦୁଧକୁ ଟୋନ୍‌ଡ଼ ଦୁଗ୍ଧ କୁହାଯାଏ। ଏହି ଦୁଧରେ ସ୍ନେହସାର ନ ଥାଏ। ତେଣୁ ଏହାକୁ ସରବିହୀନ ଦୁଗ୍ଧ କହନ୍ତି।

ଦୁଗ୍ଧରୁ ମିଳୁଥୁବା ଉତ୍ପାଦ :
କ୍ରିମ୍ :
ଦୁଗ୍ଧକୁ ଅତ୍ୟଧିକ ମନ୍ଥନ କଲେ ଦୁଗ୍ଧରେ ଥିବା ସ୍ନେହସାର ଅଂଶ ଉପରେ ଭାସି ଉଠେ। ଏଥିରେ 10-70 ପ୍ରତିଶତ ସ୍ନେହସାର ରହିଥାଏ।


ଦହି: ବୀଜାଣୁଙ୍କର ପ୍ରତିକ୍ରିୟା ଯୋଗୁଁ ଦୁଗ୍ଧ ଦହିରେ ପରିଣତ ହୋଇଥାଏ। ଏହାକୁ ଆମେ ଦହି କହିଥାଉ ।


ଘୋଳଦହି: ଦହିରୁ ଲହୁଣି କାଢ଼ି ସାରିବା ପରେ ବାକି ତରଳ ପଦାର୍ଥକୁ ଘୋଳଦହି କହିଥାଉ।


ଘିଅ : ଲହୁଣିକୁ ଗରମ କଲେ ଲହୁଣିରେ ଥିବା ଜଳୀୟ ଅଂଶ ବାଷ୍ପ ହେବା ପରେ ଅବଶିଷ୍ଟ ତରଳ ପଦାର୍ଥ ରହିଯାଏ। ଏଥିରେ 100 ପ୍ରତିଶତ ସ୍ନେହସାର ଥାଏ। ଏହାକୁ ଆମେ ଘିଅ କହିଥାଉ।


ଘନୀଭୂତ ଦୁଗ୍ଧ: ଚିନି ମିଶାଇ ବା ନ ମିଶାଇ ଦୁଗ୍ଧରୁ ପାଣି ଅଂଶକୁ ଅଲଗା କରି ଅଧୂକ ସାନ୍ଦ୍ର କରାଯାଏ। ଏଥିରେ 31% କଠିନ ଦୁଗ୍ଧ ସହିତ 9% ସ୍ନେହସାର ଥାଏ।


ଦୁଗ୍ଧର ଗୁଣ୍ଡ : ଏହା ଦୁଗ୍ଧର ଗୁଣ୍ଡ ଅବସ୍ଥା।


ଛେନା : ଦୁଗ୍ଧ ସହିତ ସ୍ନେହସାର ଓ ଜଳ ବସିଗଲେ ଛେନା ହୁଏ ।


ଖୁଆ : ଜଳୀୟ ଅଂଶ ବାଷ୍ପୀଭୂତ କରି ପ୍ରାୟ 70-75 ଅଂଶ କମାଇ ଏକ ଶୁଷ୍କ ଦୁଗ୍ଧ ଉତ୍ପାଦ ପ୍ରସ୍ତୁତି କରାଯାଇଥାଏ।


🗨