9th Class Life Science (ଜୀବ ବିଜ୍ଞାନ) - ପଞ୍ଚମ ଅଧ୍ୟାୟ - ରୋଗ ଓ ତାହାର ନିରାକରଣ All Question With Answer
↓ Question & Answer ↓
ଉ: ସ୍ବାସ୍ଥ୍ୟର ସଂଜ୍ଞା : ସମ୍ପୂର୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥାବସ୍ଥାହିଁ ପ୍ରକୃତ ସ୍ଵାସ୍ଥ୍ୟ ।
- ଗୋଷ୍ଠୀଗତ ସ୍ୱାସ୍ଥ୍ୟକୁ ଜନସ୍ୱାସ୍ଥ୍ୟ ରୂପେ ବିବେଚନା କରାଯାଏ।
- ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ବିଧାନ ଓ ସୁରକ୍ଷା ବ୍ୟକ୍ତିଗତ ଉଦ୍ୟମଦ୍ୱାରା ହୋଇପାରିବ ନାହିଁ । ଏଥିପାଇଁ ବ୍ୟକ୍ତିଗତ ଉଦ୍ୟମ ଯେତିକି ଲୋଡ଼ା, ସେତିକି ଲୋଡ଼ା ସମାଜର ଅନ୍ୟ ବ୍ୟକ୍ତିମାନଙ୍କର ସହାୟତା ବା ଗୋଷ୍ଠୀ ସହାୟତା ।
- ଆମେ ଆମର ନିଜ ଗୃହ ପରିବେଶକୁ ଯେତେ ସଫାସୁତୁରା ରଖିଲେ କିମ୍ବା ମଶାମାଛିମାନଙ୍କ ବଂଶବୃଦ୍ଧିକୁ ରୋକିବାପାଇଁ ଯେତେ ଉଦ୍ୟମକଲେ କିମ୍ବା ଆବର୍ଜନା ନିଷ୍କାସନ ପାଇଁ ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ ପଡ଼ା-ପଡ଼ୋଶୀମାନେ ଏହି ପ୍ରକାରର ପଦକ୍ଷେପ ନ ନେଲେ ଆମ ପରିବାରର ସଦସ୍ୟମାନେ ଅସୁସ୍ଥ ହୋଇପଡ଼ିବା ଅସମ୍ଭବ ନୁହେଁ ।
- ହଇଜାଭଳି ମହାମାରୀ ବ୍ୟାପିଥିବାବେଳେ ଗ୍ରାମବାସୀମାନଙ୍କର ମିଳିତ ଉଦ୍ୟମ ହିଁ ଏହାକୁ ଅତିଶୀଘ୍ର ରୋକିପାରିବ । ଗ୍ରାମ ପରିବେଶକୁ ନିର୍ମଳ ରଖୁବା ବ୍ୟକ୍ତିଗତ ପ୍ରଚେଷ୍ଟାରେ ବିଶେଷ ସଫଳ ହେବ ନାହିଁ ; କିନ୍ତୁ ସମସ୍ତେ ଏକ ଲକ୍ଷ୍ୟ ଓ ଏକମନ ହୋଇ ଲାଗିପଡ଼ିଲେ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଆବର୍ଜନା ନିଷ୍କାସନ ଆଦି ସୁଗମ ହୋଇ ରୋଗ ସହଜରେ ନିୟନ୍ତ୍ରିତ ହୋଇପାରିବ ।
- ଗୋଷ୍ଠୀଗତ ସ୍ୱାସ୍ଥ୍ୟର ଅର୍ଥ ସାମୂହିକ ସ୍ଵାସ୍ଥ୍ୟ । ଗୋଷ୍ଠୀର ସ୍ଵାସ୍ଥ୍ୟ ଅତୁଟ ରହିଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ଅତୁଟ ରହିବାର ସମ୍ଭାବନା ଯଥେଷ୍ଟ ଅଧିକ ହେବ । ତେଣୁ ଗୋଷ୍ଠୀଗତ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ପରସ୍ପର ନିର୍ଭରଶୀଳ ।
ଉ: - ରୋଗ ହେବାର କାରଣ ରୋଗର କାରକ ଓ ଏହି କାରକଗୁଡ଼ିକର ବାହକ; ଯଥା – ଖାଦ୍ୟ, ପାନୀୟ, ମଶା, ମାଛି ଇତ୍ୟାଦି ।
- ରୋଗର କାରକଗୁଡ଼ିକ; ଯଥା – ଜୀବାଣୁ, ଭୂତାଣୁ, ଅଣୁଜୀବ ଇତ୍ୟାଦି ରୋଗୀ ଶରୀରରୁ ତା’ର ମଳ, ମୂତ୍ର, ଛିଙ୍କ, କାଶ ଇତ୍ୟାଦି ଜରିଆରେ ବାହାରକୁ ଆସନ୍ତି ଓ ବିଭିନ୍ନ ବାହକ ମାଧ୍ୟମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରି ରୋଗ ଜନ୍ମାନ୍ତି ।
- ରୋଗର କାରକ ଓ ସେମାନଙ୍କର ବାହକମାନଙ୍କ ବିଷୟରେ ଭଲ ଭାବରେ ଅବଗତ ହୋଇ ସେମାନଙ୍କ ପ୍ରତି ସଚେତନ ରହିଲେ ସେମାନେ ସୁସ୍ଥବ୍ୟକ୍ତିର ଶରୀରରେ ପ୍ରବେଶ କରିବାର ସୁଯୋଗ ପାଆନ୍ତି ନାହିଁ ।
- ସ୍ଵାସ୍ଥ୍ୟକର୍ମୀ, ନର୍ସ ବା ଡାକ୍ତର ରୋଗର କାରକ, ବାହକ ଓ ଏମାନଙ୍କର ସଂକ୍ରମଣର ବିଭିନ୍ନ ମାଧ୍ଯମ ବିଷୟରେ ଉତ୍ତମରୂପେ ଅବଗତ ଥାଆନ୍ତି ଓ ସେମାନଙ୍କ ପ୍ରତି ସତର୍କ ରହିଥାଆନ୍ତି ।
- ଏତଦ୍ବ୍ୟତୀତ ସଂକ୍ରାମକ ରୋଗର କାରକ; ଯଥା – ଜୀବାଣୁ, ଭୂତାଣୁ, ଅଣୁଜୀବ ବା ବାକ୍ଟେରିଆ ଆଦିଙ୍କର ଶିକାର ନ ହେବା ପାଇଁ ଯଥାସମୟରେ ରୋଗ ପ୍ରତିଷେଧକ ଟୀକା ବା ଇଂଜେକ୍ସନ ନେଇଥାଆନ୍ତି ।
- ତେଣୁ ସେମାନଙ୍କ ଶରୀରରେ ରୋଗ କାରକଗୁଡ଼ିକ ପ୍ରବେଶକଲେ ମଧ୍ୟ ମୃତ୍ୟୁବରଣ କରନ୍ତି; ଫଳରେ ସ୍ୱାସ୍ଥ୍ୟକର୍ମୀ, ନର୍ସ ଓ ଡାକ୍ତରଙ୍କୁ ରୋଗ ହୁଏ ନାହିଁ ବା କ୍ଵଚିତ୍ ହୁଏ ।
ଉ: ରୋଗ ଗୋଷ୍ଠୀକୁ ମୁଖ୍ୟତଃ ଦୁଇପ୍ରକାରରେ ବିଭକ୍ତ କରାଯାଇଛି;
ଯଥା -
(1) ସଂକ୍ରାମକ ରୋଗ ଓ (2) ଅଣସଂକ୍ରାମକ ରୋଗ ।
- ସଂକ୍ରାମକ ରୋଗଗୁଡ଼ିକ ହେଉଛି ସେହିପ୍ରକାର ରୋଗ, ଯାହା ଜୀବାଣୁ, ଭୂତାଣୁ, ପରଜୀବୀ ବା କବକ ଭଳି ଅଣୁଜୀବମାନଙ୍କ ଦ୍ଵାରା ଜାତ ହୋଇଥାଏ । ଯେକୌଣସି ଜାତିର ଅଣୁଜୀବ ସୁସ୍ଥବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କୁ ରୋଗଗ୍ରସ୍ତ କରାଇଦିଅନ୍ତି ।
- ସଂକ୍ରାମକ ରୋଗୀର ସଂସ୍ପର୍ଶରେ ଆସିଲେ ସୁସ୍ରବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇପଡ଼େ ।
- ବିଭିନ୍ନ ପ୍ରଣାଳୀରେ; ଯଥା – ବାୟୁଦ୍ୱାରା, ଜଳଦ୍ୱାରା, ଖାଦ୍ୟ ଓ ପାନୀୟଦ୍ଵାରା ବାହିତହୋଇ ରୋଗୀର ଶରୀରରୁ ନିର୍ଦ୍ଦିଷ୍ଟ ଅଣୁଜୀବ କିମ୍ବା ଅଣୁଜୀବଠାରୁ ନିଃସୃତ ବିଷ ସୁସ୍ଥଲୋକର ଶରୀରକୁ ସଂଚାରିତ ହୋଇ ତାକୁ ରୋଗାକ୍ରାନ୍ତ କରାଇଥାଏ ।
- ଉଦାହରଣ : କଲେରା ଏକ ସଂକ୍ରାମକ ରୋଗ । ଭିବ୍ରିଓ କଲେରି (Vibrio cholerae) ନାମକ ଜୀବାଣୁ ଏହି ରୋଗ ସୃଷ୍ଟିର କାରଣ ।
- ଏହି ଜୀବାଣୁ ସଂକ୍ରମିତ ଖାଦ୍ୟ ଓ ପାନୀୟ ମାଧ୍ଯମରେ ବା ରୋଗୀ ବ୍ୟବହାର କରୁଥିବା ଲୁଗାପଟା, ବାସନକୁସନ ଓ ଅନ୍ୟାନ୍ୟ ପଦାର୍ଥଦ୍ୱାରା ବାହିତହୋଇ ସୁସ୍ଥଲୋକର ଶରୀରରେ ପ୍ରବେଶ କରେ ।
- ଜୀବାଣୁ ପ୍ରବେଶ କରିବାର ଅଳ୍ପ କେତେଘଣ୍ଟାଠାରୁ ଆରମ୍ଭ କରି ହାରାହାରି 5 ଦିନ ମଧ୍ୟରେ ସୁସ୍ଥଲୋକଠାରେ କଲେରା ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ଓ ତାକୁ କଲେରା ରୋଗ ହେଲା ବୋଲି କୁହାଯାଏ ।
ଉ: – ଆଣ୍ଟିବାଇଓଟିକ୍ ଔଷଧ ବାକ୍ଟେରିଆ କୋଷର ଜୈବ ରାସାୟନିକ ପ୍ରକ୍ରିୟାକୁ ବନ୍ଦ କରି ସେମାନଙ୍କୁ ନଷ୍ଟ କରିଦିଏ ।
- କିନ୍ତୁ ଭାଇରସ୍ର ନିଜସ୍ୱ ଜୈବ ରାସାୟନିକ ପ୍ରକ୍ରିୟା ନ ଥିବାରୁ ଆଣ୍ଟିବାଇଓଟିକ୍ ଔଷଧଦ୍ୱାରା ସେମାନଙ୍କର ଜୈବ ରାସାୟନିକ ପ୍ରକ୍ରିୟା ବନ୍ଦ କରି ସେମାନଙ୍କୁ ନଷ୍ଟ କରିବାର ପ୍ରଶ୍ନ ଉଠେ ନାହିଁ । ତେଣୁ ଭାଇରସ୍ମାନେ ଆଣ୍ଟିବାଇଓଟିକ୍ ଦ୍ଵାରା ନଷ୍ଟ ହୁଅନ୍ତି ନାହିଁ ।
ଉ: – ଦୁଇଟି ଉପାୟରେ ରୋଗୀର ଚିକିତ୍ସା କରାଯାଏ । ପ୍ରଥମ ଉପାୟଟି ହେଲା ରୋଗୀ ଶରୀରରେ ରୋଗଦ୍ଵାରା ସୃଷ୍ଟି ହେଉଥିବା ଉପସର୍ଗକୁ ଆୟତ୍ତ କରିବା ଓ ଦ୍ବିତୀୟ ଉପାୟଟି ହେଲା ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କୁ ବିନାଶ କରିବା ।
- ଉଦାହରଣସ୍ୱରୂପ ଜ୍ଵର ହେଲେ ଶରୀରର ତାପମାତ୍ରା ବୃଦ୍ଧିହେବା ସଙ୍ଗେ ସଙ୍ଗେ ବିଭିନ୍ନ ଅଙ୍ଗରେ ପୀଡ଼ା ବା ବେଦନା ସୃଷ୍ଟି ହୁଏ । ଏହି ଉପସର୍ଗକୁ ନିବାରଣ କରିବାପାଇଁ ତାପହ୍ରାସକାରୀ ବା ବେଦନା ନିବାରକ ଔଷଧ ସେବନ କରାଯାଏ ।
- ଏହି ଔଷଧ ରୋଗର ଉପସର୍ଗକୁ ନାଶ କରେ; କିନ୍ତୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ବିନାଶ କରିପାରେ ନାହିଁ ।
- ତେଣୁ ଦ୍ଵିତୀୟ ଉପାୟଟି ହେଲା ଆଣ୍ଟିବାଇଓଟିକ୍ ଔଷଧ ପ୍ରୟୋଗଦ୍ଵାରା ରୋଗ ସୃଷ୍ଟିକାରୀ ବାକ୍ଟେରିଆ, କବକ ଇତ୍ୟାଦିଙ୍କୁ ବିନାଶ କରିବା ।
ଉ: ରୋଗ ନ ହେବାପାଇଁ ଯେଉଁସବୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଏ ସେଗୁଡ଼ିକୁ ରୋଗ ପ୍ରତିଷେଧକ ବ୍ୟବସ୍ଥା କୁହାଯାଏ ।
- ଏହା ଦୁଇଟି ଉପାୟରେ କରାଯାଇପାରେ; ଯଥା
1. ସାଧାରଣ ବ୍ୟବସ୍ଥା; ଯଥା— ସଂକ୍ରାମକ ରୋଗର ପ୍ରସାର ରୋକିବା ।
2. ନିର୍ଦ୍ଦିଷ୍ଟ ବ୍ୟବସ୍ଥା; ଯଥା— ଟୀକାକରଣ ପଦ୍ଧତିଦ୍ୱାରା ରୋଗର ନିର୍ଦ୍ଦିଷ୍ଟ ପ୍ରତିଷେଧକ ବ୍ୟବସ୍ଥା କରିବା ।
- ଆମ ଶରୀରରେ ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକର ସଂଖ୍ୟା ବୃଦ୍ଧି ଉତ୍ତମ ଖାଦ୍ୟ ଉପରେ ନିର୍ଭର କରିଥାଏ । ତେଣୁ ଆମେ ସୁଷମ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକର ସଂଖ୍ୟା ବୃଦ୍ଧି ଉତ୍ତମ ଖାଦ୍ୟ ଉପରେ ନିର୍ଭର କରିଥାଏ । ତେଣୁ ଆମେ ସୁଷମ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକର ସଂଖ୍ୟାବୃଦ୍ଧି ଘଟି ରୋଗ
ପ୍ରତିରୋଧ ଶକ୍ତିର ବୃଦ୍ଧି ଘଟିବ ।
ଉ: (A) କାରଣ :
- ସାଲମୋନେଲା ଟାଇଫି (Salmonella typhii) ନାମକ ଏକ ବାକ୍ଟେରିଆ ଟାଇଫଏଡ୍ ଜ୍ଵରର କାରକ ।
- ରୋଗୀର ମଳ ସହିତ ଏହି ବାକ୍ଟେରିଆଗୁଡ଼ିକ ନିର୍ଗତହୋଇ ଖାଦ୍ୟ ଓ ଜଳ ମାଧ୍ୟମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟିକରନ୍ତି ।
(B) ଲକ୍ଷଣ :
- ରୋଗର ପ୍ରଥମ ଅବସ୍ଥାରେ ମୁଣ୍ଡବ୍ୟଥା, ଦୁର୍ବଳତା, ତଣ୍ଟି ଦରଜ ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣ ପ୍ରକାଶପାଇ ଧୀରେ ଧୀରେ ଜ୍ଵର ଆରମ୍ଭ ହୁଏ ।
- ପରବର୍ତ୍ତୀ ଅବସ୍ଥାରେ କ୍ଷୁଦ୍ରାନ୍ତରେ ଘା' ହୋଇ ବାନ୍ତି, ତରଳ ଝାଡ଼ା ଓ ଉଦର ଯନ୍ତ୍ରଣା ହୁଏ ।
(C) ନିବାରଣ :
- ରୋଗୀର ମଳ ଯେପରି ସର୍ବସାଧାରଣ ବ୍ୟବହାର କରୁଥିବା ଜଳାଶୟରେ ନ ମିଶେ, ସେଥିପ୍ରତି ସତର୍କ ରହିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ପ୍ରତିଷେଧକ ଟୀକା ନେବା ଉଚିତ ।
ଉ: (A) କାରଣ :
- ପୋଲିଓ ରୋଗର ଅଣୁଜୀବ ରୋଗୀର ମଳଦ୍ଵାରା ରୋଗୀ ଶରୀରରୁ ନିର୍ଗତ ହୋଇ ଖାଦ୍ୟ ଓ ଜଳ ମାଧ୍ୟମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରିଥାଏ ।
- ତା’ପରେ ଏଇ ଭାଇରସ୍ଗୁଡ଼ିକ ସୁସ୍ଥଲୋକର ଅନ୍ତ୍ରନାଳୀରୁ ରକ୍ତଦେଇ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ର ଅର୍ଥାତ୍ ; ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରେ ପହଞ୍ଚିସେଠାରେ ରୋଗ ସୃଷ୍ଟି କରିଥା’ନ୍ତି ।
(B) ଲକ୍ଷଣ :
- ପୋଲିଓ ରୋଗରେ ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରେ ପ୍ରଦାହ ସୃଷ୍ଟି ହୁଏ ଓ ରୋଗୀର ବେକର ମାଂସପେଶୀ ଦୃଢ଼ ହୋଇଯାଏ । ତେଣୁ ରୋଗୀ ମୁଣ୍ଡ ନୁଆଁଇପାରେ ନାହିଁ ।
- ଏହି ରୋଗରେ ଅତ୍ୟଧିକ ଜ୍ଵର, ମୁଣ୍ଡବ୍ୟଥା, ସର୍ବାଙ୍ଗ ପୀଡ଼ା ହେବାସହ ପକ୍ଷାଘାତ ଅନୁଭୂତ ହୁଏ ।
(C) ନିବାରଣ :
- ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପଲ୍ସ୍ ପୋଲିଓ କାର୍ଯ୍ୟକ୍ରମ ଜରିଆରେ ଜନ୍ମଠାରୁ 5 ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଗୋଟିଏ ଦିନରେ ଟୀକାକରଣ କରି ଦେଶକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରାଯାଇପାରିବ ।
(କ) ଗୋଷ୍ଠୀଗତ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ
| ଉ: ଗୋଷ୍ଠୀଗତ ସ୍ବାସ୍ଥ୍ୟ | ବ୍ୟକ୍ତିଗତ ସ୍ବାସ୍ଥ୍ୟ |
|---|---|
| - ଗୋଷ୍ଠୀଗତ ସ୍ଵାସ୍ଥ୍ୟ କହିଲେ ସାମୂହି କ ଭାବେ ଗୋଷ୍ଠୀ ଅନ୍ତର୍ଭୁକ୍ତ ବ୍ୟକ୍ତି ସମୂହଙ୍କର ସ୍ଵାସ୍ଥ୍ୟବସ୍ଥାକୁ ବୁଝାଏ । - ଗୋଷ୍ଠୀଗତ ଉଦ୍ୟମଦ୍ୱାରା ବ୍ୟକ୍ତି ଗତ ସ୍ୱାସ୍ଥ୍ୟର ସୁରକ୍ଷା ସମ୍ଭବ ହୋଇଥାଏ । |
- ବ୍ୟକ୍ତିଗତ ସ୍ଵାସ୍ଥ୍ୟ କହିଲେ ଜଣେ ବ୍ୟକ୍ତି ଙ୍କ ର ଶାରୀରିକ, ମାନସିକ ଓ ସାମାଜିକ ସ୍ଵାସ୍ଥ୍ୟବସ୍ଥାକୁ ବୁଝାଏ । - ଏକାଧିକ ବ୍ୟକ୍ତିଙ୍କୁ ନେଇ ଗୋଷ୍ଠୀ ସୃଷ୍ଟି ହେଉଥିବାରୁ ବ୍ୟକ୍ତି ଗତ ଉଦ୍ୟମଦ୍ୱାରା ବ୍ୟକ୍ତି ସ୍ଵାସ୍ଥ୍ୟର ସୁରକ୍ଷା ସଙ୍ଗେ ସଙ୍ଗେ ଗୋଷ୍ଠୀ ସ୍ଵାସ୍ଥ୍ୟର ସୁରକ୍ଷା ସମ୍ଭବ ହୋଇଥାଏ । |
(ଖ) ସୁସ୍ଥ ଓ ନୀରୋଗ ମଧ୍ୟରେ ପାର୍ଥକ୍ୟ : ଯେଉଁ ବ୍ୟକ୍ତିର ମାନସିକ, ଶାରୀରିକ ଓ କାର୍ଯ୍ୟଦକ୍ଷତା ଠିକ୍ ରହିଥାଏ ତାକୁ ନୀରୋଗ ବା ସୁସ୍ଥ କୁହାଯାଏ । ତେଣୁ ସୁସ୍ଥ ବା ନୀରୋଗ କହିଲେ ରୋଗମୁକ୍ତ ଅବସ୍ଥାକୁ ବୁଝାଏ ।
(ଗ) ଆକ୍ୟୁଟ୍ ରୋଗ ଓ କ୍ରନିକ୍ ରୋଗ
| ଆକ୍ୟୁଟ୍ ରୋଗ | କ୍ରନିକ୍ ରୋଗ |
|---|---|
| - ଏହା ସ୍ୱଳ୍ପ ସମୟ ପାଇଁ ହୋଇଥାଏ । - ସାଧାରଣ ଥଣ୍ଡା ଏହି ପ୍ରକାର ରୋଗ । |
- ଏହି ରୋଗ ଦୀର୍ଘଦିନ ବା ସାରାଜୀବନ ଭୋଗିବାକୁ ପଡ଼େ । - ଫାଇଲେରିଆ, ମଧୁମେହ ଆଦି ଏହିପ୍ରକାର ରୋଗ । |
(ଘ) ସଂକ୍ରାମକ ରୋଗ ଓ ଅଣସଂକ୍ରାମକ ରୋଗ
| ସଂକ୍ରାମକ ରୋଗ | ଅଣସଂକ୍ରାମକ ରୋଗ |
|---|---|
| - କୌଣସି ଏକ ରୋଗର ମୂଳ କାରଣ ଅଣୁ ଜୀବ ହୋଇଥ୍ ଲେ ତାହାକୁ ସଂକ୍ରାମକ ରୋଗ କୁହାଯାଏ । - ଯକ୍ଷ୍ମା, ଯାଦୁ, କାଛୁ କୁଣ୍ଡିଆ ଆଦି ଏହି ପ୍ରକାର ରୋଗ । |
- ଜିନ୍ର ତ୍ରୁଟି କିମ୍ବା ଶରୀରର କାର୍ଯ୍ୟଧାରାରେ ତ୍ରୁଟିଯୋଗୁଁ କିମ୍ବା ଖାଦ୍ୟ ଅଭାବ ବା ଆଧ୍ କ୍ୟରୁ ହୋଇଥିବା ରୋଗକୁ ଅଣସଂକ୍ରାମକରୋଗ କୁହାଯାଏ । - ସିକଲ୍ସେଲ୍, ମାରାସ୍ମସ୍ , କ୍ୱାସିୱର୍କର ଆଦି ଏହିପ୍ରକାର ରୋଗ । |
(ଡ) ସାଧାରଣ ଚିକିତ୍ସା ବ୍ୟବସ୍ଥା ଓ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା
| ସାଧାରଣ ଚିକିତ୍ସା ବ୍ୟବସ୍ଥା | ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା |
|---|---|
| - ଏହି ବ୍ୟବସ୍ଥାଦ୍ବାରା- କେତେକ ଔଷଧ ପ୍ରୟୋଗ ଫଳରେ ରୋଗର ଉପସର୍ଗ; ଯଥା - ତାପ ବୃଦ୍ଧି, ବେଦନା ବା ଶରୀରର ପୀଡ଼ା ଆଦି ନାଶହୋଇ ଯାଇପାରେ ଓ ଏହାଦ୍ଵାରା ରୋଗୀ ସାମୟିକ ଭା ଆରାମ ପାଇପାରେ । - ଏହାଦ୍ବାରା ରୋଗୀ ରୋଗମୁକ୍ତ ହୁଏ ନାହିଁ । |
- ଏହି ପ୍ରକାର ଚିକିତ୍ସାଦ୍ଵାରା ବାକ୍ଟେରିଆ, ଭାଇରସ୍, କବକ ଆଦି ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କୁ ଭିନ୍ନ ଭିନ୍ନ ଆଣ୍ଟିବାଇଓଟିକ ପ୍ରୟୋଗ କରି ବିନାଶ କରାଯାଇପାରେ । - ଏହାଦ୍ଵାରା ରୋଗୀ ରୋଗମୁକ୍ତ ହୋଇପାରେ ବା ରୋଗର ପ୍ରାଦୁର୍ଭାବରୁ ପାଇପାରେ । |
(ଚ) ଆନୋରକ୍ସିଆ ନର୍ଭୋସା ଓ ବୁଲି ମିଆ ନର୍ଭୋସା
| ଆନୋରକ୍ସିଆ ନର୍ଭୋସା | ବୁଲି ମିଆ ନର୍ଭୋସା |
|---|---|
| - ଆନେରକ୍ତି ଆ ନରଭୋସା ଏକ ମାନସିକ ରୋଗ। ଏହି ରୋଗ ସାଧାରଣତଃ 10 ରୁ 30 ବର୍ଷ ବୟସର ଝି ଅମାନଙ୍କଠାରେ ଅଧ୍ୱ କ ଦେଖାଯାଏ। - କୃଶକାୟ ଶରୀର ଗଠନ ନିମନ୍ତେ ଏମାନେ ଖାଦ୍ୟ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରନ୍ତି । ଶରୀର ମୋଟା ହୋଇ ସୌନ୍ଦର୍ଯ୍ୟ ହାନି ର ଭୟ ଦେଖାଦେଇଥାଏ। |
- ବୁଲି ମିଆ ନର୍ଭୋସା ରୋଗ ହେଲେ ନିଜର ନିୟନ୍ତ୍ରଣ ହରାଇ ଅତ୍ୟଧିକ ଖାଦ୍ୟ ଗ୍ରହଣ କରିଥାଏ। ପରବର୍ତ୍ତୀ ସମୟରେ ବାନ୍ତି, ଝାଡ଼ା ହେବା, ବନ୍ଦ ହେବା ଆଦି ଔଷଧ ସେବନ କରି ବାର ଲକ୍ଷଣ ଦେଖାଯାଏ। - ଦନ୍ତକ୍ଷୟ, ଗଳାରୋଗ, ବାନ୍ତି, ରକ୍ତସ୍ରାବ ଆଦି ଲକ୍ଷଣ ଦେଖାଯାଇଥାଏ। |
(କ) ରୋଗ ହେଲେ କିପରି ଚିହ୍ନିବା ?
ଉ : ଜୀବ ଶରୀରର ବିଭିନ୍ନ ଅଙ୍ଗ, ଅଙ୍ଗସଂସ୍ଥାନ ଆଦିର କାର୍ଯ୍ୟରେ କିଛି ବ୍ୟତିକ୍ରମ ଘଟି କିଛି ଅସ୍ଵାଭାବିକ ‘ଲକ୍ଷଣ ଦେଖାଦେଲେ ରୋଗ ହୋଇଛି ବୋଲି ଅନୁମାନ କରାଯାଏ ।
(ଖ) ରୋଗ ନିରୂପଣ ବେଳେ ଡାକ୍ତର କାହିଁକି ରୋଗୀର ମଳ, ମୂତ୍ର, ରକ୍ତ ଆଦି ପରୀକ୍ଷା କରିଥା’ନ୍ତି ?
ଉ : ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷଣରୁ ଗୋଟିଏ ନିର୍ଦ୍ଦିଷ୍ଟ ରୋଗର ସୂଚନା ମିଳୁ ନ ଥିବାରୁ ରୋଗୀର ସଠିକ୍ ରୋଗ ନିରୂପଣ କଲାବେଳେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଇତ୍ୟାଦିର ଡାକ୍ତରୀ ପରୀକ୍ଷା କରିଥାଆନ୍ତି |
(ଗ) ରୋଗର ସହାୟକ କାରଣ କହିଲେ କ’ଣ ବୁଝ ?
ଉ : କୌଣସି ବ୍ୟକ୍ତି ପାଇଁ ଉପଯୁକ୍ତ ପୋଷକର ଅଭାବ, ପୋଷକ ପାଇଁ ସମ୍ବଳର ଅଭାବ, ଉପଯୁକ୍ତ ଜନସ୍ୱାସ୍ଥ୍ୟ ପରି ମଳ ବ୍ୟବସ୍ଥାର ଅଭାବ ଆଦି ରୋଗର ସହାୟକ କାରଣ ।
(ଘ) ଟୀକାକରଣ କାର୍ଯ୍ୟକ୍ରମର ସଫଳତା କାହା ଉପରେ ନିର୍ଭର କରିଥାଏ ?
ଉ : ଟୀକାକରଣ କାର୍ଯ୍ୟକ୍ରମର ସଫଳତା ସାମୂହିକ ଟୀକାକରଣ ଉପରେ ନିର୍ଭର କରେ ।
(ଙ) ଭାରତ ସରକାର କେଉଁ ମସିହାରେ ଆମ ଦେଶରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ ?
ଉ : ଭାରତ ସରକାର 1995 ମସିହାରେ ଆମ ଦେଶରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ ।
(ଚ) ପଲ୍ସ ପୋଲିଓ କାର୍ଯ୍ୟକ୍ରମ କହିଲେ କ’ଣ ବୁଝ ?
ଉ : ଜନ୍ମଠାରୁ 5 ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଗୋଟିଏ ଦିନରେ ଟୀକାକରଣ କରି ପୋଲିଓ ମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଆମ ସରକାର ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି ।
(ଛ) ଜଳାତଙ୍କ ରୋଗୀ ପାଣି ପିଇବାକୁ କାହିଁକି ଡରିଥାଏ ?
ଉ : ଜଳାତଙ୍କ ରୋଗୀ ପାଣି ପିଇବାକୁ ଇଚ୍ଛାକଲାମାତ୍ରେ ତା’ର ପାଟି, ଗ୍ରସନୀ ଓ ଶ୍ଵାସତନ୍ତ୍ରର ମାଂସପେଶୀଗୁଡ଼ିକ ହଠାତ୍ ସଙ୍କୁଚିତ ହୋଇ ଯନ୍ତ୍ରଣା ଦେବାରୁ ସେ ପାଣି ପିଇବାକୁ ଡରିଥାଏ ।
(କ ) HDCV (ଖ) AIDS (ଗ) HIV
ଉ : (କ) Human Diploid Cell Cultured Vaccine.
(ଖ) Acquired Immuno Deficiency Syndrome.
(ଗ) Human Immuno deficiency Virus.
(କ) ହେପାଟାଇଟିସ୍ ରୋଗୀର ରକ୍ତରେ ______ ମାତ୍ରାବଢ଼ି ଯାଇଥାଏ ।
(ଖ) ଟାଇଫଏଡ୍________ ବାକ୍ଟେରିଆ ଦ୍ଵାରା ବ୍ୟାପିଥାଏ ।
(ଗ) ମାଇକୋବାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍______ ରୋଗ ସୃଷ୍ଟି କରେ ।
(ଘ) ବିଶ୍ଵକୁ ପୋଲି ଓମୁକ୍ତ କରିବାପାଇଁ W.H.O. ______ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଉତ୍ତର
(କ) ବିଲୁରିବିନ୍ (ଖ) ସାଲମୋନେଲା ଟାଇଫି (ଗ) ଯକ୍ଷ୍ମା / T. B. (ଘ) ସାର୍ବଜନୀନ ପୋଲିଓ ଟୀକାକରଣ
(କ) ସ୍ଵଳ୍ପକାଳୀନ ରୋଗ : ଆକ୍ୟୁଟ୍ : : ଦୀର୍ଘକାଳୀନ ରୋଗ : __________|
(ଖ) ଚର୍ମରୋଗ : କବକ :: ଏଡ୍ସ୍ :_____________|
(ଗ) ସାଲମୋନେଲା ଟାଇଫି : ଟାଇଫଏଡ୍ :: ଏଣ୍ଟେରୋଭାଇରସ୍ :_________|
(ଘ) O.R.S. : ଡାଇରିଆ : : କୁଇନାଇନ୍ :______________|
ଉତ୍ତର
(କ) କ୍ରନିକ୍ (ଖ) ଭାଇରସ୍ / ଭୂତାଣୁ (ଗ) ପୋଲିଓ (ଘ) ମାଲେରିଆ
ଉ: ଔଷଧ ସେବନ ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା ଉଚିତ।
- ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଅନୁଚିତ।
- ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ସଂପୂର୍ଣ୍ଣ କୋର୍ସ ଔଷଧ ଖାଇବା ଆବଶ୍ୟକ ।
- ରୋଗ ଶୀଘ୍ର ଭଲ ହେବା ପାଇଁ ଡାକ୍ତରଙ୍କୁ ହାଇ ଆଣ୍ଟିବାଇଓଟିକ୍ ଔଷଧ ଦେବା ପାଇଁ ଅନୁରୋଧ ନ କରିବା।
- ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଧାରିତ ମାତ୍ରାର ଆଣ୍ଟିବାଇଓଟିକ୍ ସେବନ କରିବା।
- ଆଣ୍ଟିବାଇଓଟିକ୍ର ବ୍ୟବହାର ବେଳେ ଯଦି କୌଣସି ପ୍ରତିକୂଳ ପ୍ରଭାବ ଦେଖାଗଲେ ସଙ୍ଗେ ସଙ୍ଗେ ଔଷଧ ଖାଇବା ବନ୍ଦ କରି ଡାକ୍ତରଙ୍କ ପରାମର୍ଶ ନେବା |
- ରୋଗରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଷ୍ଟେରଏଡ୍ ଜାତୀୟ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ସେବନ କରିବ।
ଔଷଧ ସେବନ ବେଳେ ଏହିସବୁ ସତର୍କତା ଅବଲମ୍ବନ କରିବା ଉଚିତ।