9th Class Life Science (ଜୀବ ବିଜ୍ଞାନ) - ଷଷ୍ଠ ଅଧ୍ୟାୟ -ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ All Question With Answer

↓ Question & Answer ↓

1. ଶୂନ୍ୟସ୍ଥାନ ପୂରଣ କର ।

(କ) ଭୂପୃଷ୍ଠରୁ 20 କି.ମି. ପର୍ଯ୍ୟନ୍ତ ବାୟୁମଣ୍ଡଳର ସ୍ତରକୁ _____ କୁହାଯାଏ ।
(ଖ) ସୂର୍ଯ୍ୟାସ୍ତ ପରେ ସ୍ଥଳଭାଗ ଶୀଘ୍ର ଥଣ୍ଡା ହେବାଦ୍ଵାରା ବାୟୁ______ ରୁ _______ ଆଡ଼କୁ ଗତି କରିଥାଏ ।
(ଗ) ଆର୍ଦ୍ରବାୟୁ ଥଣ୍ଡା ହେଲେ ବାୟୁରେ ଥିବା_____ ଗୁଡିକନ୍ୟୁକ୍ଲିୟସ୍ ହୋଇ ଜଳକଣା ସୃଷ୍ଟି କରିଥା’ନ୍ତି ।
(ଘ) ବିଶ୍ଵ ଜଳବାୟୁ ପରିବର୍ତ୍ତନର ______ ମୁଖ୍ୟ କାରଣ ।
(ଡ) ଯେଉଁ ପ୍ରକ୍ରିୟାରେ ବର୍ଷା ସମୟରେ ବାୟୁମଣ୍ଡଳର ଦୂଷିତ ବାଷ୍ପ ବର୍ଷାଜଳ ସହିତ ମିଶି ଅମ୍ଳ ଆକାରରେ ଭୂପୃଷ୍ଠରେ ପଡ଼ିଥାଏ ତାହାକୁ _______ କୁହାଯାଏ ।


ଉତ୍ତର
(କ) ଟ୍ରପୋସ୍ପିଅର (ଖ) ସ୍ଥଳଭାଗ, ଜଳଭାଗ
(ଗ) ଧୂଳିକଣା (ଘ) ବିଶ୍ଵ ଉଷ୍ମାୟନ (ଙ) ଅମ୍ଳବୃଷ୍ଟି


🗨
2. ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଲୁଣିଜଳରେ ଅଧିକ ପରିମାଣରେ ___________ ଥିବାରୁ ଏହା ଜୈବିକ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।
( ଖଣିଜଲବଣ, ମୃଭିକା, ଖଣିଜତୈଳ, ପ୍ଲାଷ୍ଟିକ୍)
(ଖ) ପଥର ଉପରେ ବଞ୍ଚିରହିବାକୁ ___________ ସକ୍ଷମ ହୋଇଥା’ନ୍ତି ।
( ସାଇକସ୍, ଲାଇକେନ୍, ଆମ୍ବଗଛ, ନଡ଼ିଆ ଗଛ)
(ଗ) ଭୂପୃଷ୍ଠର ଉପର ସ୍ତର ମୃଭିକାକୁ ________ କୁହାଯାଏ ।
( ଅନ୍ତଃମୃଭିକା, ଉପମୃଭିକା, ପୃଷ୍ଠମୃତ୍ତିକା, ପ୍ରସ୍ତର ସ୍ତର)
(ଘ) ଶବ୍ଦର ମାତ୍ରା ________ ଡେସିବେଲ୍‌ରୁ ଅଧୂକ ହେଲେ କର୍ଣ୍ଣ ପ୍ରତି କ୍ଷତିକାରକ । (100,110,120, 130)


ଉତ୍ତର
(କ) ଖଣିଜଲବଣ (ଖ) ଲାଇକେନ୍ (ଗ) ପୃଷ୍ଠମୃରିକା (ଘ) 130


🗨
3. ଠିକ୍ ବା ଭୁଲ୍ ଦର୍ଶାଅ ।

(କ) ଜଳଜ ଉଦ୍ଭିଦମାନେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଜୈବିକ ପଦାର୍ଥ ପ୍ରସ୍ତୁତ କରିଥା’ନ୍ତି ।
(ଖ) ପୃଥ‌ିବୀପୃଷ୍ଠର ଜୀବମାନଙ୍କୁ UV ରଶ୍ମିରୁ ଓଜୋନ୍‌ ରକ୍ଷା କରିଥାଏ ।
(ଗ) ଜୈବ ପଦାର୍ଥଗୁଡ଼ିକର ଅପଘଟନ ଅଣୁଜୀବମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ ।
(ଘ) ବାୟୁମଣ୍ଡଳରୁ ସବୁଜ ଉଦ୍ଭିଦମାନେ ଅଙ୍ଗାରକାମ୍ଳ ଶୋଷଣ କରି ଶର୍କରାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି ।
(ଡ) ଅଣୁଜୀବମାନେ ଜୈବପଦାର୍ଥଗୁଡ଼ିକର ଅପଘଟନ କରିବାପାଇଁ ହିଲିୟମ୍ ଦରକାର କରିଥା'ନ୍ତି ।

ଉତ୍ତର
(କ) ଭୁଲ୍ (ଖ) ଠିକ୍ (ଗ) ଠିକ୍ (ଘ) ଠିକ୍ (ଙ) ଭୁଲ୍


🗨
4. ସଂକ୍ଷିପ୍ତ ଟିପ୍ପଣୀ ଲେଖ । (କ) ବାୟୁର ଗତି
(ଖ) ମୃତ୍ତିକା ସଂରକ୍ଷଣ
(ଗ) ଜୈବିକ ଯବକ୍ଷାରଜାନ ବିବନ୍ଧନ
(ଘ) ଭୂପୃଷ୍ଠ ମଧୁର ଜଳ
(ଡ) ବାୟୁ ପ୍ରଦୂଷଣ
(ଚ) ଅପଯବକ୍ଷାର ବ୍ୟାକ୍ଟେରିଆର କାର୍ଯ୍ୟ
(ଛ) ସବୁଜ କୋଠରି ପ୍ରଭାବ
(ଜ) ମୃତ୍ତିକା କ୍ଷୟ (ଝ) ଓଜୋନ୍ ସ୍ତର

ଉ: (କ) ବାୟୁର ଗତି :
- ପୃଥ‌ିବୀପୃଷ୍ଠସ୍ଥ ଜଳଭଣ୍ଡାରମାନଙ୍କର ଜଳ ସୂର୍ଯ୍ୟତାପ ଦ୍ବାରା ଉତ୍ତପ୍ତ ହୋଇ ଜଳୀୟବାଷ୍ପରେ ପରିଣତ ହୁଏ ଓ ବାୟୁମଣ୍ଡଳରେ ମିଶେ । ପୁଣି ଉଭିଦ ଶରୀରରୁ ଉଦ୍‌ବୃତ୍ତ ଜଳ ଉଚ୍ଛେଦନ ପ୍ରକ୍ରିୟାରେ ଜଳୀୟବାଷ୍ପ ରୂପେ ନିର୍ଗତହୋଇ ବାୟୁରେ ମିଶେ ।
- ପୃଥିବୀପୃଷ୍ଠ ସ୍ତର ସବୁଠାରେ ସମାନ ନ ଥିବାରୁ ଏହାର ସମସ୍ତ ସ୍ଥାନ ଏକାପ୍ରକାର ଉତ୍ତପ୍ତ ହୁଏ ନାହିଁ ; ଫଳରେ ପୃଥ୍ବୀପୃଷ୍ଠର ବିଭିନ୍ନ ସ୍ଥାନରେ ବାୟୁର ଉତ୍ତାପ ଓ ଆର୍ଦ୍ରତା ଭିନ୍ନ ଭିନ୍ନ ହୋଇଥାଏ ଓ ଘନତ୍ଵ ମଧ୍ୟ ଅସମାନ ହୋଇଥାଏ ।
- ଦିନବେଳେ ସ୍ଥଳଭାଗ ଉପରିସ୍ଥ ବାୟୁ ଉତ୍ତପ୍ତହୋଇ ପ୍ରସାରିତ ହୁଏ ଓ ଏହାର ଘନତ୍ୱ କମିଯାଏ । ତେଣୁ ସେହି ସମୟରେ ଜଳଭାଗରୁ ସ୍ଥଳଭାଗ ଆଡ଼କୁ ବାୟୁ ଗତି କରେ; କିନ୍ତୁ ରାତିରେ ଠିକ୍ ବିପରୀତ ଅବସ୍ଥା ସୃଷ୍ଟି ହୁଏ ।

(ଖ) ମୃତ୍ତିକା ସଂରକ୍ଷଣ :
ଉ : -ମୃତ୍ତିକା ସଂରକ୍ଷଣରେ ଉଭିଦମାନଙ୍କ ଅବଦାନ ଅତୁଳନୀୟ । ମାଟି ଉପରେ ଉଭିଦ ବ‌ଢ଼ିବାଦ୍ୱାରା ସେଗୁଡ଼ିକର ଚେର ମାଟି ଭିତରେ ଏକ ଜାଲକ ସୃଷ୍ଟି କରେ ଓ ମୃତ୍ତିକାକୁ ସହଜରେ ବର୍ଷାଜଳ ଦ୍ବାରା ଧୋଇହୋଇ ଯିବାକୁ ଦିଏ ନାହିଁ ।
-ମୃତ୍ତିକା ଉପରେ ଜଙ୍ଗଲ ରହିବାଦ୍ୱାରା ମୃତ୍ତିକା ଆର୍ଦ୍ର ରହେ ଓ ମୃତ୍ତିକା କଣାଗୁଡ଼ିକ ପରସ୍ପର ସହିତ ବାନ୍ଧିହୋଇ ରହନ୍ତି ।
- ସେହିପରି ଓଦାମାଟିରେ ଗୁଳ୍ମମାନ ବଞ୍ଚୁରହି ମାଟି ଉପରେ ଏକ ସବୁଜ ଚାଦରସ୍ଵରୂପ ଆସ୍ତରଣ ସୃଷ୍ଟି କରିଥା’ନ୍ତି ଓ ମୃତ୍ତିକାକୁ ଜଳ ଓ ପବନଦ୍ୱାରା କ୍ଷୟ ହେବାକୁ ଦିଅନ୍ତି ନାହିଁ । ଏହିଦୃଷ୍ଟିରୁ ମୃତ୍ତିକା ସଂରକ୍ଷଣ କରିବାପାଇଁ ଜଙ୍ଗଲ ସଂରକ୍ଷଣ ନିତାନ୍ତ ଆବଶ୍ୟକ ।


(ଗ)ଜୈବିକ ଯବକ୍ଷାରଜାନ ବିବନ୍ଧନ :
ଉ : -ଗ୍ୟାସୀୟ ଅବସ୍ଥାରେ ଥିବା ଯବକ୍ଷାରଜାନକୁ ଉଭିଦ ବା ପ୍ରାଣୀ ପ୍ରତ୍ୟକ୍ଷ ଭାବରେ ଉପଯୋଗ କରିପାରନ୍ତି ନାହିଁ ।
- କେବଳ କେତେକ ପ୍ରକାରର ବାକ୍ଟେରିଆ ତଥା ନୀଳହରିତ୍ ଶୈବାଳ ଏହାକୁ ବିବନ୍ଧନ ପ୍ରକ୍ରିୟାରେ ବ୍ୟବହାର କରି ନାଇଟ୍ରାଇଟ୍ ଓ ନାଇଟ୍ରେଟ୍‌ରେ ପରିଣତ କରନ୍ତି ।
- ଏହି ନାଇଟ୍ରାଇଟ୍ ଓ ନାଇଟ୍ରେଟ୍ ରୂପେ ଯବକ୍ଷାରଜାନ ଉଭିଦ ଜରିଆରେ ହିଁ ଜୀବଜଗତରେ ପ୍ରବେଶ କରେ । ଏହାକୁ ଜୈବିକ ଯବକ୍ଷାରଜାନ ବିବନ୍ଧନ କୁହାଯାଏ ।


(ଘ) ଭୂପୃଷ୍ଠ ମଧୁର ଜଳ :
ଉ : – ଭୂପୃଷ୍ଠରେ ଥିବା ମଧୁର ଜଳର ଅଧିକାଂଶ ଅଂଶ ଉଚ୍ଚ ପର୍ବତ ଶିଖର ଓ ମେରୁ ଅଞ୍ଚଳରେ ବରଫଭାବେ ଜମିରହିଥାଏ । ଅବଶିଷ୍ଟ ଜଳ ହ୍ରଦ, ନଦୀ ଓ ଜଳଭଣ୍ଡାର ଆଦିରେ
ଗଚ୍ଛିତହୋଇ ରହିଥାଏ ଏବଂ ଏହା ଉପରେ ଜୀବଜଗତର ସମସ୍ତ ଜୀବ ନିର୍ଭର କରି ଥାଆନ୍ତି ।
- ସ୍ଥଳଭାଗରେ ବାସକରୁଥିବା ସମସ୍ତ ଜୀବଙ୍କପାଇଁ ମଧୁର ଜଳ ନିତାନ୍ତ ଆବଶ୍ୟକ |ଜଳ ଦ୍ଵାରା ଖାଦ୍ୟ ଦ୍ରଵୀଭୂତ ହୋଇ ଯିବ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ
– ଜଳକୁ ରୋଷେଇ, ଲୁଗାପଟା ଓ ଘରଦ୍ଵାର ପରିଷ୍କାର, ଚାଷ ଓ କଳକାରଖାନା ଆଦିରେ ବହୁଳମାତ୍ରାରେ ବ୍ୟବହାର କରାଯାଇଥାଏ । ଏ ସମସ୍ତ କାର୍ଯ୍ୟପାଇଁ ମଧୁର ଜଳ ହିଁ ବ୍ୟବହାର କରାଯାଇଥାଏ ।


(ଡ) ବାୟୁ ପ୍ରଦୂଷଣ
ଉ: – କଳକାରଖାନା, ଯାନବାହନ ଚଳାଚଳ, ରୋଷେଇ ଆଦି କାର୍ଯ୍ୟରେ ଅଧୂକରୁ ଅଧିକ ଖଣିଜ ଇନ୍ଧନ ବ୍ୟବହାର କରାଯାଉଛି। ଏହାଫଳରେ ବାୟୁମଣ୍ଡଳକୁ ବହୁଳ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅଙ୍ଗାର କଣା ନିର୍ଗତ ହେବା ସଙ୍ଗେ ସଙ୍ଗେ ଯବକ୍ଷାରଜାନ ଓ ଗନ୍ଧକ ମଧ୍ଯ ଅକ୍‌ସାଇଡ୍ ଆକାରରେ ନିର୍ଗତ ହେଉଛି।
- ଏହାବ୍ୟତୀତ କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାର କଣା ବାୟୁମଣ୍ଡଳର ଧୂଳିକଣାସହ ମିଶି ପ୍ରଶ୍ଵାସ ବାୟୁଦ୍ଵାରା ଆମ ଶରୀରକୁ ଯାଏ ଓ ବିଭିନ୍ନ ପ୍ରକାର ଶ୍ଵାସଜନିତ ରୋଗ ସୃଷ୍ଟି କରିଥାଏ ।
- ପ୍ରଦୂଷିତ ବାୟୁଦ୍ୱାରା ଆଲର୍ଜି, କର୍କଟରୋଗ, ହୃଦ୍‌ରୋଗ, ଚକ୍ଷୁରୋଗ, ଚର୍ମରୋଗ ଆଦି ହୋଇଥାଏ । ଅଧୂକନ୍ତୁ ବାୟୁ ପ୍ରଦୂଷଣ ଦ୍ୱାରା ଅନେକ ପ୍ରାଣୀ ଓ ଉଭିଦ ପ୍ରଭାବିତ ହୋଇଥାଆନ୍ତି ।


(ଚ) ଅପଯବକ୍ଷାର ବ୍ୟାକ୍ଟେରିଆର କାର୍ଯ୍ୟ
ଉ: – ଅପଯବକ୍ଷାର ବାକ୍ଟେରିଆ ନାଇଟ୍ରାଇଟ୍‌ ଓ ନାଇଟ୍ରେଟ୍‌କୁ ଭାଙ୍ଗି ସେଥିରୁ ଅମ୍ଳଜାନକୁ ଶ୍ୱସନରେ ବ୍ୟବହାର କରନ୍ତି ଓ ଯବକ୍ଷାରଜାନକୁ ଗ୍ୟାସୀୟ ଅଣୁଭାବରେ ବାୟୁମଣ୍ଡଳକୁ ମୁକ୍ତ କରନ୍ତି।


(ଛ) ସବୁଜ କୋଠରି ପ୍ରଭାବ :
ଉ : – ପୃଥିବୀକୁ ଏକ ସବୁଜ କୋଠରି ସହିତ ତୁଳନା କଲେ ପୃଥିବୀର ବାୟୁମଣ୍ଡଳରେ ଥିବା ସବୁଜ କୋଠରି ବାଷ୍ପଗୁଡ଼ିକ; ଯଥା- ଅଙ୍ଗାରକାମ୍ଳ, କ୍ଲୋରୋଫ୍ଲୋରୋ କାର୍ବନ, ନାଇଟ୍ରସ୍ ଅକ୍‌ସାଇଡ୍ ଓ ମିଥେନ୍ କୋଠରିର କାଚନିର୍ମିତ ଛାତ ସହିତ ତୁଳନୀୟ।
- ଏହି ଗ୍ୟାସ୍ ସମୂହ ସୌର ରଶ୍ମିକୁ ପୃଥିବୀ ପୃଷ୍ଠକୁ ଅନାୟାସରେ ପ୍ରବେଶ କରିବାକୁ ଦେଇଥାଏ ; କିନ୍ତୁ ପୃଥ‌ିବୀପୃଷ୍ଠରୁ ବାହାରୁ ଥୁବା ଅବଲୋହିତ ରଶ୍ମିକୁ ପୃଥିବୀପୃଷ୍ଠରୁବି ବାହାରକୁ ଯିବାକୁ ଦିଏ ନାହିଁ । ଏହା ଫଳରେ ପୃଥିବୀ ପୃଷ୍ଠ ଓ ଏହାର ବାୟୁମଣ୍ଡଳରେ ତାପମାତ୍ରା କ୍ରମଶଃ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ ବିପର୍ଯ୍ୟୟର ସମ୍ଭାବନା ଦେଖାଯାଏ। ସବୁଜ କୋଠରି ଗ୍ୟାସ୍‌ ଦ୍ବାରା ବିଶ୍ଵ ଉଷ୍ମାୟନ ହୋଇଥାଏ।


(ଜ) ମୃତ୍ତିକା କ୍ଷୟ
ଉ: – ମୃଭିକାର ଆର୍ଦ୍ରତା ହ୍ରାସ, ଜଙ୍ଗଲ କ୍ଷୟ, ରାସ୍ତାଘାଟ ନିର୍ମାଣ ଓ ଜଳଧାରାର ପଥ ପରିବର୍ତ୍ତନ ଦ୍ଵାରା ମୃଭିକା କ୍ଷୟ ହୋଇଥାଏ। ଜଳ ସ୍ରୋତରେ ସୂକ୍ଷ୍ମ ମୁଭିକା କଣା ଭାସିଯାଇ ନଦୀପଠା ଓ ସମତଳ ଅଞ୍ଚଳରେ ଜମିଥା’ନ୍ତି ଓ ପାହାଡ଼ ପର୍ବତ ଲଣ୍ଡା ହୋଇ ପଥୁରିଆ ହୋଇଯିବା ସହିତ ବୃକ୍ଷଲତାଙ୍କ ବୃଦ୍ଧି ପାଇଁ ଅନୁପଯୋଗୀ ହୋଇଥାଏ।
- ତେଣୁ ମୃଭିକାକ୍ଷୟକୁ ରୋକିବା ପାଇଁ ହେଲେ ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି ତଥା ଜଙ୍ଗଲ ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।


(ଝ) ଓଜୋନ୍ ସ୍ତର
ଉ : – ପୃଥିବୀ ପୃଷ୍ଠରୁ 25-50 କି.ମି ମଧ୍ୟରେ ଓଜୋନ୍ ବାଷ୍ପର ଏକ ନିରବଚ୍ଛିନ୍ନ ଆସ୍ତରଣ ରହିଛି। ଏହି ଓଜୋନ୍ ସ୍ତର ପୃଥ୍ବୀର ଜୀବଜଗତକୁ କ୍ଷତିକାରକ ଅତି ବାଇଗଣି ରଶ୍ମି ଓ ଅନ୍ୟ ଶକ୍ତିଶାଳୀ କ୍ଷୁଦ୍ର ତରଙ୍ଗବିଶିଷ୍ଟ ସୌର ରଶ୍ମିରୁ ରକ୍ଷା କରିଥାଏ।
- ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ ହେଉଥିବା କ୍ଲୋରୋଫ୍ଲୋରୋ କାର୍ବନ ଜାତୀୟ ରାସାୟନିକର ଅପବ୍ୟବହାର ହେତୁ ସେଥ୍ରୁ ନିର୍ଗତ ଗ୍ୟାସ୍ ବାୟୁମଣ୍ଡଳରେ ମିଶି ଓଜୋନ୍ ସ୍ତରରେ ରନ୍ଧ୍ର ସୃଷ୍ଟି କରୁଛି ଓ ଏହାଫଳରେ ଜୀବଜଗତ ପ୍ରତି ବିପଦର ସମ୍ଭାବନା ରହିଛି ।


🗨
5. ବର୍ଷା କିପରି ସୃଷ୍ଟି ହୁଏ ଓ ବାୟୁମଣ୍ଡଳର କେଉଁ କେଉଁ କାରକ ଏହାକୁ ପ୍ରଭାବିତ କରେ ଦର୍ଶାଅ ।

ଉ: – ଭୂପୃଷ୍ଠସ୍ଥ ଜଳାଶୟ ଓ ଭୂଅଭ୍ୟନ୍ତରସ୍ଥ ଜଳ ସୂର୍ଯ୍ୟତାପ ଦ୍ବାରା ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଏବଂ ଉଭିଦର ଉଚ୍ଛେଦନ ପ୍ରକ୍ରିୟାରେ ତା’ଶରୀର ରୁ ନିର୍ଗତ ହେଉଥିବା ଜଳୀୟ ବାଷ୍ପ ବାୟୁ ସହିତ ମିଶେ । ଏହି ଆର୍ଦ୍ର ବାୟୁ ଗରମହୋଇ ଉପରକୁ ଉଠିବାଦ୍ଵାରା କ୍ରମଶଃ ଥଣ୍ଡାହୋଇ ଏହାର ଘନତ୍ଵ ବୃଦ୍ଧି ପାଏ । ଅଧୂକ ଉଚ୍ଚତାରେ ବାୟୁ
ଥଣ୍ଡାହୋଇ ଜଳକଣା ରେ ପରିଣତ ହୁଏ ।
- ଜଳବିନ୍ଦୁମାନଙ୍କର ଆକାର ଓ ଓଜନ ବୃଦ୍ଧିପାଇ ସେଗୁଡ଼ିକ ବର୍ଷା ଆକାରରେ ତଳକୁ ଆସନ୍ତି ।
- ବାୟୁରେ ଥିବା ଧୂଳିକଣା ଅଣୁକେନ୍ଦ୍ରର କାର୍ଯ୍ୟ କରେ ଓ ଏହା ଚାରିକଡ଼େ ଜଳକଣାମାନ ଜମିଯାଇ ଜଳବିନ୍ଦୁ ସୃଷ୍ଟି କରିଥାଏ ।
- କୌଣସି ସ୍ଥାନର ବୃଷ୍ଟିପାତର ସମୟ ଓ ପରିମାଣ ସେହି ସ୍ଥାନର ଅବସ୍ଥିତି ଉପରେ ନିର୍ଭର କରିଥାଏ ।
- ବର୍ଷର ବିଭିନ୍ନ ସମୟରେ ହେଉଥିବା ବର୍ଷା ସାଧାରଣତଃ ବାୟୁର ଗତି ଉପରେ ନିର୍ଭର କରିଥାଏ । ଆମ ଦେଶର ଅଧୂକାଂଶ ଅଞ୍ଚଳର ବୃଷ୍ଟିପାତ ମୌସୁମୀ ବାୟୁ ପ୍ରବାହ ଉପରେ ନିର୍ଭର କରିଥାଏ ।


🗨
6. ଜୀବମଣ୍ଡଳରେ ଜଳର ଭୂମିକା ବର୍ଦ୍ଧନା କର ।

ଉ: – ପୃଥିବୀପୃଷ୍ଠର ଜଳଭଣ୍ଡାର; ଯଥା- ସାଗର, ସମୁଦ୍ର, ହ୍ରଦ, ନଦୀ, ନାଳ, ଝରଣା, ପୋଖରୀ ଆଦିରେ ଜଳ ସଂଗୃହୀତ ହୋଇ ରହି ଥାଏ; କିଛି ମାତ୍ରାରେ ଜଳ ବାୟୁମଣ୍ଡଳରେ ଜଳୀୟବାଷ୍ପ ଆକାରରେ ମଧ୍ୟ ରହିଥାଏ ।
- ପୃଥ‌ିବୀର ସ୍ଥଳଭାଗରେ ବାସକରୁଥିବା ସମସ୍ତ ଜୀବଙ୍କ ପାଇଁ ମଧୁର ଜଳ ନିତାନ୍ତ ଆବଶ୍ୟକ । ଏହି ଜଳ ଏକ ଦ୍ରାବକ ଭାବରେ ସାଇଟୋପ୍ଲାଜମ୍‌ରେ ରହିଥାଏ ।
- ଜଳଦ୍ଵାରା ଖାଦ୍ୟ ଦ୍ରବୀଭୂତ ହୋଇ ଜୀବ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ । ତେଣୁ ଉଭିଦ ଓ ପ୍ରାଣୀମାନେ ସବୁବେଳେ ଜଳ ଆବଶ୍ୟକ କରନ୍ତି । ଜଳରେ ଅନେକ ଜଳଜୀବୀ ଉଦ୍ଭିଦ ଓ ପ୍ରାଣୀ ବାସକରନ୍ତି ।


🗨
7. ଜଳ ପ୍ରଦୂଷଣ କିପରି ହୁଏ ଓ ଏହା ଦ୍ଵାରା ଉପୁଜୁଥିବା ସମସ୍ୟା ଓ ଏହାର ସମାଧାନ କିପରି କରି ହେବ ବର୍ଣ୍ଣନା କର ।

ଉ : - ମନୁଷ୍ୟ ଦ୍ଵାରା ମୁଖ୍ୟତଃ ଜଳ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ। ଆମ୍ଭେମାନେ ଜଳକୁ କଳକାରଖାନା, ଚାଷବାସ ଓ ଘରୋଇ କାର୍ଯ୍ୟ, ଯଥା- ଲୁଗା ସଫା କରିବା, ଗାଧୋଇବା, ରୋଷେଇ କରିବା ଦ୍ଵାରା ବାହାରୁଥିବା ଜଳଦ୍ଵାରା ପ୍ରଦୂଷଣ ହୋଇଥାଏ । ଜଳ ଏକ ସାମୂହିକ ଦ୍ରବଣ ହୋଇଥିବାରୁ ବ୍ୟବହାର ସମୟରେ ବିଭିନ୍ନ
ପଦାର୍ଥ ଦ୍ରବୀଭୂତ ହୋଇ ଏହାର ପ୍ରଦୂଷିତ କରିଥାଏ । ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିବା ଜଳରେ କୀଟନାଶକ ଔଷଧ ବ୍ୟବହାର ଦ୍ଵାରା ଜଳ ପ୍ରଦୂଷଣ ହୋଇଥାଏ।
- ଜଳରେ କୀଟନାଶକ ପଦାର୍ଥର ପରିମାଣ ଅଧିକ ହେଲେ ଜଳଜ ଉଭିଦ ଓ ପ୍ରାଣୀମାନେ ରୋଗଗ୍ରସ୍ତ ହୋଇଥାନ୍ତି । ନାଳ, ନର୍ଦ୍ଦମା ଓ କଳକାରଖାନାରୁ ବାହାରୁଥିବା ବର୍ଜ୍ୟ, ଜଳରେ ଅନେକ ପ୍ରକାର ପୋଷକ ଓ ବିଷାକ୍ତ ପଦାର୍ଥ ମିଶି ରହିଥାଏ।
- ଏହି ପଦାର୍ଥ ଜଳରେ ମିଶି ଜଳଜ ଉଦ୍ଭିଦ ଓ ପ୍ରାଣୀମାନଙ୍କର ବୃଦ୍ଧି, ବିକାଶ, ବିପାକ ଓ ପ୍ରଜନନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାନ୍ତି। ଜଳରେ ପୋଷକ, ଯଥା- ଯବକ୍ଷାରଜାନ ଓ ଫସ୍‌ଫରସ୍‌ର ମାତ୍ରା ବୃଦ୍ଧି ପାଇଲେ ବିଭିନ୍ନ ପ୍ରକାର ଶୈବାଳମାନଙ୍କର ଅତ୍ୟଧୂକ ବୃଦ୍ଧି ଘଟି ଜଳ ସବୁଜ ରଙ୍ଗ ହୋଇଥାଏ ।ନିମ୍ନଲିଖିତ ସଚେତନତା ଅବଲମ୍ବନ କଲେ ଜଳ ପ୍ରଦୂଷଣର ସମାଧାନ ହୋଇପାରିବ :
- କୃଷିକ୍ଷେତ୍ରରେ ରାସାୟନିକ ସାରମାନ ଓ କୀଟନାଶକର ବ୍ୟବହାର ମାତ୍ରା କମ୍ କରିବା କିମ୍ବା ଜୈବିକ ପ୍ରଣାଳୀ
ଅବଲମ୍ବନ କରିବା । କାରଖାନାରୁ ବର୍ଜ୍ୟ ଜଳକୁ ଉପଯୁକ୍ତ ପ୍ରଣାଳୀରେ ଶୋଧନ କରି ନିକଟସ୍ଥ ଜଳାଶୟକୁ ଛାଡ଼ିବା।
- ଆବଦ୍ଧ ଜଳାଶୟଗୁଡ଼ିକରେ ଅପକାରୀ ଶୈବାଳମାନଙ୍କ ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଉପାୟ ଚିନ୍ତା କରିବା ।


🗨
8.ମୃତ୍ତିକା ସୃଷ୍ଟି ଓ ବିକାଶ କିପରି ହୁଏ ବୁଝାଅ ।

ଉ: - ସୂର୍ଯ୍ୟତାପ ଦ୍ବାରା ଦିନବେଳେ ପଥରର ତାପମାତ୍ରା ଓ ଆୟତନ ବୃଦ୍ଧି ପାଇଥାଏ ଓ ରାତିରେ ପଥର ଥଣ୍ଡା ହୋଇ ସଙ୍କୁଚିତ ଓ ପ୍ରସାରିତ ହେଉଥିବାରୁ ଏଥିରେ ଫାଟ ସୃଷ୍ଟି ହୁଏ ଓ ସେହି ଫାଟ କ୍ରମଶଃ ବୃଦ୍ଧିପାଇ ପଥରକୁ ଖଣ୍ଡ ଖଣ୍ଡ କରିଦିଏ।
- ଜଳ ଦ୍ଵାରା ମଧ୍ୟ ପଥରର କ୍ଷୟପ୍ରାପ୍ତ ହୋଇଥାଏ। ପଥରରେ ଥୁବା ଖଣିଜ ପଦାର୍ଥ ଜଳ ଗ୍ରହଣ କରିବା ଦ୍ବାରା ଫୁଲିଯାଏ ଓ ପଥରକୁ ଭାଙ୍ଗିଦିଏ। ଜଳସ୍ରୋତ ଦ୍ଵାରା ପଥରର କ୍ଷୟ ପ୍ରାପ୍ତି ଘଟି ବାଲୁକା ଓ ମୃତ୍ତିକା କଣା ସବୁ ଭାସିଯାଇ ସମତଳ ଅଞ୍ଚଳରେ ଜମା ହୋଇ ମୃତ୍ତିକା ସୃଷ୍ଟି ହୋଇଥାଏ।
- ଜଳଭଳି ପବନର ବେଗ ଦ୍ୱାରା ମଧ୍ୟ ବାଲୁକା କଣା ଗଡ଼ି ଗଡ଼ି ପରସ୍ପର ସହିତ ଘର୍ଷଣ କରିଥା’ନ୍ତି ଓ ଏହାଦ୍ଵାରା କ୍ଷୟପ୍ରାପ୍ତ ହୋଇ ଛୋଟ ଛୋଟ ମୃତ୍ତିକା କଣା ସୃଷ୍ଟି ହୋଇଥାଏ।
-ମୃତ୍ତିକାର ସୃଷ୍ଟି ଓ ବିକାଶ ଜୀବମାନଙ୍କ ଦ୍ୱାରା ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ। ପଥରରେ ଜଳଧାରଣ କରିବାର କ୍ଷମତା ନ ଥିବାରୁ ଉଭିଦମାନେ ପଥର ଉପରେ ବଞ୍ଚୁପାରନ୍ତି ନାହିଁ। କିନ୍ତୁ ଲାଇକେନ୍ ଜାତୀୟ ଉଦ୍ଭିଦ ବଞ୍ଚ୍ ରହିଥାଏ।
- ଜୈବିକ ପଦାର୍ଥ ପଥର ଉପରେ ନାମକ ଏକ ଜୈବରାସାୟନିକ ରେ ପଥରକୁ ଗୁଣ୍ଡ କରି ଜୈବିକ ବହୁ ବର୍ଷ ବର୍ଷ ଧରି ରହି କିଛି ଜମାଇ ଲାଇକିନିକ୍ ଏସିଡ଼
ଅମ୍ଳ ନିର୍ଗତ କରେ। ଫଳରେ ପଦାର୍ଥ ସହ ମିଶି ଏକ ପତଳା ମୃତ୍ତିକା ସ୍ତର ସୃଷ୍ଟି ହୁଏ। କ୍ରମଶଃ ମସ୍, ଫର୍ଣ୍ଣ, ଏହି ତୃଣମାନେ ଏହି ମୃତ୍ତିକା ସ୍ତର ଉପରେ ବଢ଼ିଲେ ମୃଭିକ ମୃତ୍ତିକା ସ୍ତର ମୋଟା ହୋଇଥାଏ। ଏହା ଫଳରେ ବଡ଼ ବଡ଼ ବୃକ୍ଷ ସେହି ମୃତ୍ତିକା ଉପରେ ଛିଡ଼ା ହୋଇପାରେ।
- ଏହି ବଡ଼ ବଡ଼ ବଡ଼ ଗଛମାନଙ୍କର ଚେର ପଥର ଭିତରକୁ ଯାଇ ଫାଙ୍କ ଭିତରେ ପଶି ଫାଟି ସୃଷ୍ଟି କରିବା ଫଳରେ ମୃତ୍ତିକା ପ୍ରସ୍ତୁତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ।


🗨
9. ଶବ୍ଦ ପ୍ରଦୂଷଣର ପ୍ରକାର ଭେଦ ଲେଖ।

ଉ : – ଶବ୍ଦ ପ୍ରଦୂଷଣ ସାଧାରଣତଃ ତିନି ପ୍ରକାରର ହୋଇଥାଏ, ଯଥା—
- ଶିଳ୍ପଗତ କହିଲେ ସ୍ଵଳ୍ପ ସ୍ଥାନରେ ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା ଏହାର ମୁଖ୍ୟ କାରଣ। ସ୍ଵଳ୍ପ ସ୍ଥାନ ଓ ସ୍ଵଳ୍ପ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଏହି ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସବୁବେଳେ ଉଚ୍ଚମାନର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି।
- ଯାନବାହନଗତ ସହରାଞ୍ଚଳରେ ଟ୍ରକ୍, ବସ୍, ଟ୍ରାକ୍ଟର, କାର୍ ଏବଂ ଉଡ଼ାଜାହାଜଗୁଡ଼ିକ ମୁଖ୍ୟତଃ ଏଭଳି ପ୍ରଦୂଷଣ ପାଇଁ ହିଁ ଦାୟୀ ।
- ଗୋଷ୍ଠୀଗତ : ବିଭିନ୍ନ ଉତ୍ସବ, ଅନୁଷ୍ଠାନ, ଯାତ୍ରା, ମେଳା, ସଭାସମିତି, ରାଜନୈତିକ ଓ ସାମାଜିକ ସମାବେଶ ଇତ୍ୟାଦି ଏହାର ମୁଖ୍ୟ କାରଣ। ଏହାଦ୍ଵାରା ଡାକ୍ତରଖାନା ଓ ବିଦ୍ୟାଳୟଗୁଡ଼ିକ ଏହି ପ୍ରଦୂଷଣର ଶିକାର ହୋଇଥାନ୍ତି। ଏହି ଶବ୍ଦ ପ୍ରଦୂଷଣ ଦ୍ବାରା ବିଭିନ୍ନ ରୋଗ ମଧ୍ୟ ପରିଲକ୍ଷିତ ହୋଇଥାଏ; ଯଥା- ସ୍ନାୟୁଗତ ଦୁର୍ବଳତା, ଶ୍ରବଣ ଶକ୍ତି ହ୍ରାସ୍, ମସ୍ତିଷ୍କ ନଷ୍ଟ, କାର୍ଯ୍ୟଦକ୍ଷତା ହ୍ରାସ, ନିଦ୍ରାହୀନତା, ପାକସ୍ଥଳୀ ଅସୁସ୍ଥତା ଆଦି ରୋଗ।


🗨
10. ଶବ୍ଦ ପ୍ରଦୂଷଣର କିପରି ନିୟନ୍ତ୍ରଣ କରିବା ?

ଉ : – ଉଦ୍ଭିଦ ଶକ୍ତିଶାଳୀ ଶବ୍ଦ ତରଙ୍ଗକୁ ଶୋଷଣ କରିପାରୁଥିବାରୁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକ‌ତା ଅଛି ।
- ସହରାଞ୍ଚଳରେ ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ ମଧ୍ଯ କରାଯାଇ ପାରିବ। ଘଞ୍ଚ ଜଙ୍ଗଲ ଦ୍ଵାରା ଡାକବାଜି ଯନ୍ତ୍ରର ଶବ୍ଦକୁ 20 ଡି.ବି ପର୍ଯ୍ୟନ୍ତ କମାଯାଇ ପାରିବ ।
- ଶିଳ୍ପ ଭିତ୍ତିଭୂମି ଏବଂ ବିମାନ ବନ୍ଦର ଠାରୁ ଜନବସତିଗୁଡ଼ିକୁ ଅନେକ ଦୂରତାରେ କରାଇବା ଉଚିତ । ଶିଳ୍ପ ଭିଭିଭୂମି ଓ ବିମାନ ବନ୍ଦରର ଚାରି ପାଖରେ ସବୁଜ ବନାନୀ କରିବା ଆବଶ୍ୟକ ।
- ଜନସାଧାରଣ ବସତି, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶବ୍ଦ ନ ହେବା ପାଇଁ ସରକାରଙ୍କ ଦ୍ଵାରା ଯଥେଷ୍ଟ କଡ଼ା ନିୟମ ବ୍ୟବସ୍ଥା କରାଇବା ।
- ରାତିରେ 10ଟା ପରେ ସମସ୍ତ ପ୍ରକାର ଉଚ୍ଚ ଶବ୍ଦକୁ ନିଷିଦ୍ଧ କରାଇବା ଉଚିତ । ଶବ୍ଦ ପ୍ରଦୂଷଣ ନିରାକରଣ ପାଇଁ ରେଡ଼ିଓ, ଖବର କାଗଜ, ଦୂରଦର୍ଶନ ତଥା ଅନ୍ୟାନ୍ୟ ସାମାଜିକ ପ୍ରଚାର ଓ ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ।


🗨