9th Class Life Science (ଜୀବ ବିଜ୍ଞାନ) - ସପ୍ତମ ଅଧ୍ୟାୟ -ବିଶ୍ୱ ମହାମାରୀ ପରିଚାଳନା All Question With Answer
↓ Question & Answer ↓
ଉ. (i) ଆମ ଶରୀରରେ କୌଣସି ରୋଗଜନକ କାରକର ସଂକ୍ର ମଣ, ଉପସ୍ଥିତି ଓ ଅଭି ବୃଦ୍ଧି ଯୋଗୁଁ ରୋଗ ବ୍ୟାପୁଥିଲେ, ତାହାକୁ ସଂକ୍ରାମକ ରୋଗ କୁହାଯାଏ ।
(ii) ସଂକ୍ରାମକ ରୋଗ କେତେକ ରୋଗକାରକଙ୍କ ଦ୍ଵାରା ବ୍ୟାପିଥାଏ । ସଂକ୍ରାମକ ରୋଗ ସୃଷ୍ଟି କରୁଥିବା ଏହି ରୋଗକାରକଗୁଡ଼ିକ ହେଉଛନ୍ତି : ବୀଜାଣୁ, ଭୂତାଣୁ, ଏକକୋଷୀ ପ୍ରାଣୀ, କବକ, କୃମି ଇତ୍ୟାଦି ।
(iii) ପରଜୀବୀ ରୋଗଜନକ କେବଳ ମଣିଷକୁ ନିଜର ପୋଷକ ପ୍ରାଣୀ ଭାବରେ ଗ୍ରହଣ କରି ନଥାଏ । ମଣିଷ ସହିତ ଅନ୍ୟ ବନ୍ୟପଶୁଙ୍କୁ ମଧ୍ୟ ନିଜର ପୋଷକ ଭାବରେ ପରଜୀବୀ
ରୋଗଜନକ ବ୍ୟବହାର କରିଥାନ୍ତି । ତେଣୁ ରୋଗ ସଂକ୍ରମଣ ମଣିଷ-ମଣିଷ ମଧ୍ୟରେ, ବନ୍ୟପଶୁ–ବନ୍ୟପଶୁ ମଧ୍ୟରେ, ବନ୍ୟପଶୁ-ଗୃହପାଳିତ ପଶୁ ମଧ୍ୟରେ ଏବଂ ଗୃହପାଳିତ ପଶୁ ଓ ମଣିଷ ମଧ୍ୟରେ ହୋଇଥାଏ ।
ଉ. ରୋଗଜନକ ପ୍ରାଣୀଙ୍କ ସଂକ୍ରମଣ ମାଧ୍ୟମକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା ନିମ୍ନମତେ କରାଯିବା
ଆବଶ୍ୟକ; ଯଥା-
(i) ଜଳବାହିତ ରୋଗ ସଞ୍ଚରଣ ରୋକିବାପାଇଁ ପାଣିକୁ ଫୁଟାଇ, ଛାଣି ପିଇବା ଆବଶ୍ୟକ । ଫଳରେ ହଇଜା, ଏମିବା ବ୍ୟାଧୂ, ଆର୍ଥିକ ଜ୍ଵର ପରି ରୋଗସଂକ୍ରମଣ ହ୍ରାସ ପାଇଥାଏ ।
(ii) ମଶା ଓ ଫ୍ଲା ଭଳି ରୋଗବାହକଙ୍କୁ ପ୍ରତିରୋଧ କରିବାପାଇଁ ଘର ଚାରିପଟ ପରିଷ୍କାର ରଖୁବା ସହିତ ମଶା ବଂଶ ବିସ୍ତାର ରୋକିବା ଆବଶ୍ୟକ । ଏଥୁନିମନ୍ତେ ଘର ଚାରିପଟରେ ରହିଥିବା ନାଳ, ନର୍ଦ୍ଦମା, ପୋଖରୀ, ଗାଡ଼ିଆ ଇତ୍ୟାଦିକୁ ସଫା ରଖୁବା ଜରୁରୀ । ମଶା ଶୂକଙ୍କୁ ମାରିବାପାଇଁ ଜଳାଶୟଗୁଡ଼ିକରେ ଗମ୍ବୁସିଆ ମାଛ ଛାଡ଼ିଲେ ସେଗୁଡ଼ିକ ମଶାର ଶୂକଙ୍କୁ ଖାଇ ମଶାଙ୍କର ବଂଶ ବିସ୍ତାରକୁ ରୋକିଥାନ୍ତି । ସେହିପରି ମାଛିଙ୍କ ଦ୍ବାରା ଅନେକ ସଂକ୍ରାମକ ରୋଗ ବିସ୍ତାର ହୋଇଥାଏ । ଗରମ ଖାଦ୍ୟ ଖାଇଲେ ସେହିପରି ସଂକ୍ରମଣର ସମ୍ଭାବନା ହ୍ରାସ ପାଇଥାଏ ।
(iii) ହେଲମିନ୍ଥୁଆସିସ୍ ଶ୍ରେଣୀର ରୋଗଜନକ କୃମିଗୁଡ଼ିକ ଦ୍ବାରା ସଞ୍ଚରିତ ହେଉଥିବା ରୋଗ ମୁଖ୍ୟତଃ ଦରସିଝା ପନିପରିବା ଓ ମାଂସ ଖାଇବା ଯୋଗୁ ହୋଇଥାଏ । ତେଣୁ
ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ସମୟରେ ଖାଦ୍ୟ ପଦାର୍ଥଗୁଡ଼ିକୁ ଉତ୍ତମ ଭାବରେ ସିଝାଇ ଖାଇଲେ କୃମି ସଂକ୍ରମଣ ଆଶଙ୍କା ନଥାଏ ।
(iv) ବାୟୁ ପ୍ରବାହ ଦ୍ଵାରା ବ୍ୟାପୁଥିବା ରୋଗ ପ୍ରତି ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ । କାରଣ ରୋଗଜନକଗୁଡ଼ିକ ଆମ ଅଜ୍ଞାତସାରରେ ଶ୍ଵାସବାୟୁ ମାଧ୍ୟମରେ ଆମ ପାଟି,
ନାକ ବାଟଦେଇ ଶରୀର ଭିତରକୁ ପଶି ରୋଗ ସୃଷ୍ଟି କରିଥାନ୍ତି ।
ଉ. (i) ପ୍ରତ୍ୟେକ ଗୋଷ୍ଠୀର ଏକକ ହେଉଛି ବ୍ୟକ୍ତି । ତେଣୁ ବ୍ୟକ୍ତିର ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ପ୍ରତି ପ୍ରଥମେ ଗୁରୁତ୍ଵ ଦିଆଯିବା
ଆବଶ୍ୟକ । ଉଦାହରଣସ୍ଵରୂପ : ବାୟୁବାହିତ ମହାମାରୀ ବ୍ୟାପିଥିବା ସମୟରେ ଅତି ଆବଶ୍ୟକ ନହେଲେ ଘରୁ ବାହାରିବା ନିଷେଧ ହୋଇଥାଏ ଏବଂ ବାହାରକୁ ଯିବା
ସମୟରେ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଥାଏ ।
(ii) ମୁଖା ଦ୍ଵାରା ପାଟି ଓ ନାକକୁ ଭଲଭାବରେ ଘୋଡ଼ାଇ ରଖିଲେ ସଂକ୍ରମିତ ହେବାର କମ୍ ସମ୍ଭାବନା ଥାଏ । ବାହାରୁ ଫେରିବାପରେ ସାବୁନ୍ ସାହାଯ୍ୟରେ ଭଲଭାବରେ
ହାତ ଧୋଇବା ଆବଶ୍ୟକ । ବାହାରକୁ ଯିବା ସମୟରେ ବଜାରରେ ସାମାଜିକ ଦୂରତା ପ୍ରତି ଧ୍ୟାନଦେବା ଜରୁରୀ ।
(iii) ବିଶ୍ୱ ମହାମାରୀ ବ୍ୟାପିବା ସମୟରେ କେବଳ ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଦ୍ବାରା ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇ ପାରିବ ନାହିଁ । ତେଣୁ ଜନସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ତରଫରୁ କେତେଗୁଡ଼ିଏ ପଦକ୍ଷେପ ନିଆଯିବା ଆବଶ୍ୟକ ।
ଉ. (i) ରୋଗ ସଂକ୍ରମଣକୁ ପ୍ରତିରୋଧ କରିବାପାଇଁ ବ୍ୟକ୍ତି ବା ପଶୁପକ୍ଷୀଙ୍କର ପୃଥକୀକରଣ, ସଙ୍ଗରୋଧ ବା ଏକାନ୍ତବାସ ବ୍ୟବସ୍ଥାକୁ କ୍ଵାରେନ୍ଟାଇନ୍ କୁହାଯାଏ । ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିବାପାଇଁ ଏହା ଏକ ସବୁଠାରୁ ପୁରାତନ ଏବଂ ପ୍ରଭାବଶାଳୀ ବ୍ୟବସ୍ଥା
(ii) ଅଧିକାଂଶ ଲୋକଙ୍କର ଧାରଣା ଯେ, କ୍ଵାରେନ୍ଟାଇନ୍ ଓ ପୃଥକୀକରଣ ଦୁଇଟି ଯାକ ସମାନ ପ୍ରକାର ପ୍ରକ୍ରିୟା । ପୃଥକୀକରଣର ଲକ୍ଷ୍ୟ ହେଉଛି ସଂକ୍ରମିତ ଓ ଅସୁସ୍ଥ
ବ୍ୟକ୍ତିମାନଙ୍କୁ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅଲଗା ରଖୁବା । କିନ୍ତୁ କ୍ଵାରେନ୍ଟାଇନ୍ ପ୍ରକ୍ରିୟାରେ ଆଇନ ଅନୁସାରେ ରୋଗୀ ସମ୍ପର୍କରେ ଆସିଥିବା ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ରୋଗବାହକଙ୍କୁ ଅଲଗା ରଖ୍ ସଂକ୍ରମଣ ସମ୍ଭାବନା ଓ ରୋଗ ପ୍ରସାରକୁ ପ୍ରତିହତ କରାଯାଇଥାଏ ।
(iii) କ୍ଵାରେନ୍ଟାଇନ୍ ଉଭୟ ରୋଗ ସଞ୍ଚରଣ ଓ ମୃତ୍ୟୁହାର କମାଇବାରେ ଅଧିକ ପ୍ରଭାବୀ । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, କ୍ଵାରେନ୍ଟାଇନ୍ ବ୍ୟବସ୍ଥା ପ୍ରୟୋଗ
ଦ୍ଵାରା ସଂକ୍ରମଣ ହାର ୮୧% ରୁ ୪୪% ପର୍ଯ୍ୟନ୍ତ ହ୍ରାସ ଥାଏ ଏବଂ ମୃତ୍ୟୁହାର ୬୧% ରୁ ୩୧% କୁ ହ୍ରାସପାଇଥାଏ ।
(iv) ୨୦୨୦-୨୧ ମସିହାରେ ବ୍ୟାପିଥୁବା କୋଭିଡ଼– ୧୯ ବିଶ୍ଵ ମହାମାରୀପାଇଁ କ୍ଵାରେନ୍ଟାଇନ୍ ସମୟ ଅବଧୂ ୧୪ ଦିନ ନିର୍ଦ୍ଧାରିତ ହୋଇଥିଲା ହେ । ସଂକ୍ର ମିତ ବ୍ୟକ୍ତି ସମ୍ପର୍କରେ ଜଣେ ସୁସ୍ରୁବ୍ଯକ୍ତି ଆସିବା ଦିନଠାରୁ ଏହି କ୍ଟାରେନ୍ଟାଇନ୍ ସମୟ ଅବଧୂ ହିସାବ କରାଯାଇଥାଏ ।
(v) ଗୋଟିଏ ରୋଗଜନକ ପ୍ରାଣୀର ରୋଗପୁଷ୍ଟି ସମୟକୁ ବିଚାରକୁ ନେଇ କ୍ଵାରେନ୍ଟାଇନ୍ ସମୟ ଅବଧିସ୍ଥିର
ଉ. (i) ମଣିଷ ଶରୀରକୁ ସଂକ୍ରମଣ କରୁଥିବା ବିଭିନ୍ନ ରୋଗଜନକ, ଯଥା – ଭୂତାଣୁ, ବୀଜାଣୁ, କବକ, ଏକକୋଷୀ ପ୍ରାଣୀ,
କୃମି ଇତ୍ୟାଦିଙ୍କ ବିରୁଦ୍ଧରେ ଲଢ଼ିବା କ୍ଷମତା ମଣିଷଠାରେ ରହିଛି । ସମସ୍ତ ପ୍ରକାର ବାହ୍ୟ ସଂକ୍ରମଣକୁ ମୁକାବିଲା ଓ ବିନାଶ କରିବା କ୍ଷମତାକୁ ରୋଗ ପ୍ରତିରୋଧ ଶକ୍ତି କୁହାଯାଏ । ମଣିଷ ଶରୀରରେ ଥିବା ରୋଗ ପ୍ରତିରୋଧ ଶକ୍ତି ଦୁଇ ପ୍ରକାରର, ଯଥା – ଜନ୍ମଗତ ରୋଗ ପ୍ରତିରୋଧ ଶକ୍ତି ଓ ଅର୍ଜିତ ରୋଗ ପ୍ରତିରୋଧ ଶକ୍ତି।
(ii) ଜନ୍ମଗତ ରୋଗ ପ୍ରତିରୋଧ ବ୍ୟବସ୍ଥା : ମଣିଷ ଶରୀରରେ ଇନେଟ୍ ରୋଗ ପ୍ରତିରୋଧ ବ୍ୟବସ୍ଥାଗୁଡ଼ିକ ହେଉଛି ଶରୀରର ସାଧାରଣ ପ୍ରତିରକ୍ଷା
ବ୍ୟବସ୍ଥା ଯେଉଁଗୁଡ଼ିକ ଜନ୍ମଗତ; ଯଥା-
(କ) ଆମ ଶରୀରର ଚର୍ମ ଆବରଣ ଯୋଗୁ ବାହ୍ୟ ରୋଗଜନକ ମଣିଷ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ।
(ଖ) ପାକସ୍ଥଳୀରୁ କ୍ଷରିତ ଲବଣାମ୍ଳ (HCI) ଓ ବିଭିନ୍ନ ପାଚକ ରସ, ଖାଦ୍ୟ ସହିତ ଶରୀରରେ ପ୍ରବେଶ କରୁଥିବା ରୋଗବାହକଙ୍କୁ ମାରି ନଷ୍ଟ କରିଦିଅନ୍ତି ।
(ଗ) ମଣିଷ ରକ୍ତରେ ପ୍ରାକୃତିକ ଭାବରେ ରହିଥୁବା ରାସାୟନିକ ଯୌଗିକ; ଯଥା- ଲାଇସୋଜାଇମ୍ ପ୍ରତିପିଣ୍ଡ ବା ଆଣ୍ଟିବଡ଼ି ଭଳି କାର୍ଯ୍ୟକରି ରୋଗଜନକଗୁଡ଼ିକୁ ମାରି ନଷ୍ଟ କରିଦିଅନ୍ତି ।
(ଘ) ନିଉଟ୍ରୋଫିଲ୍ ଓ ଟିସୁ ମାକ୍ରୋଫେଜ୍ (ମନୋସାଇଟ୍) ମାନେ କୋଷିକା କବଳନ ପ୍ରକ୍ରିୟା ବା ଫାଗୋସାଇଟୋସିସ୍ ଦ୍ବାରା ରୋଗଜନକ ମାରି ନଷ୍ଟ କରିଦିଅନ୍ତି ।
(iii) ଅର୍ଜିତ ରୋଗ ପ୍ରତିରୋଧୀ ଶକ୍ତି
ଆକୋୟାର୍ଡ଼ ବା ଅର୍ଜିତ ରୋଗ ପ୍ରତିରୋଧ ଶକ୍ତି ଆମ ଶରୀରର ଏକ ସ୍ଵତନ୍ତ୍ର ପ୍ରକାର ରୋଗ ପ୍ରତିରୋଧ ବ୍ୟବସ୍ଥା । ବାହ୍ୟ ରୋଗଜନକଙ୍କୁ ଆକ୍ରମଣ କରି ନଷ୍ଟ କରିଦେବାପାଇଁ ଆମ ଶରୀରରେ ସ୍ଵତନ୍ତ୍ର ଶକ୍ତିବର୍ଷକ ଲିମ୍ଫୋସାଇଟ୍ ଏବଂ ଆଣ୍ଟିବଡ଼ି ତିଆରି ହୋଇଥାନ୍ତି ।
ଉ. (i) ଜନ୍ମଗତ/ ଇନେଟ୍ ରୋଗ ପ୍ରତିରୋଧକ ଶକ୍ତି ପାଇଁ ନିଉଟ୍ରୋଫିଲ୍, ମନୋସାଇଟ୍ ଓ ଇଉସିନୋଫିଲ ଦାୟୀ । ନିମ୍ନରେ ଉକ୍ତ କୋଷଗୁଡ଼ିକର କାର୍ଯ୍ୟ ପ୍ରଣାଳୀ ବିଷୟରେ ଉଲ୍ଲିଖିତ ହୋଇଛି।
(ii) ନିଉଟ୍ରୋଫିଲ୍ : ରକ୍ତରେ ରହିଥିବା ନିଉଟ୍ରୋଫିଲ୍ଗୁଡ଼ିକ ପରିପକ୍ବ କୋଷ । ଶରୀରର କୌଣସି ସ୍ଥାନରେ ଭୂତାଣୁ, ବୀଜାଣୁ, କବକ ଇତ୍ୟାଦିଙ୍କ ଦ୍ବାରା ସଂକ୍ରମଣ ଆରମ୍ଭ
ହେଲେ ସଂକ୍ରମିତ ସ୍ଥାନରେ (ଟିସୁ ବା ଅଙ୍ଗ) ପ୍ରଦାହ ସୃଷ୍ଟି ହୁଏ । ପ୍ରଦାହ ଅଂଶରେ ରହିଥିବା କୋଷଗୁଡ଼ିକରୁ ଏକ ପ୍ରକାର ରାସାୟନିକ ପଦାର୍ଥ କ୍ଷରିତ ହୁଏ । ଏହି
ରାସାୟନିକ ପଦାର୍ଥର ଆକର୍ଷଣ ଫଳରେ ପ୍ରଦାହ ଅଂଶକୁ ଅସଂଖ୍ୟ ନିଉଟ୍ରୋଫିଲ ପ୍ରବେଶ କରନ୍ତି । ଏହି ନିଉଟ୍ରୋଫି ଲ୍ଗୁଡ଼ିକ ଏମିବାପରି ନିଜର କୂଟପାଦ ମାଧ୍ୟମରେ ରୋଗଜନକ ପ୍ରାଣୀକୁ କବଳିତ କରି ମାରି ଖାଇ ଦିଅନ୍ତି । ଏହି ପ୍ରକ୍ରି ୟାକୁ କବଳନ ବା ଫଗୋସାଇଟୋସିସ୍ କୁହାଯାଏ । ଗୋଟିଏ ନିଉଟ୍ରୋଫିଲ୍ ଏକ ସମୟରେ ୫-୨୦ଟି ବୀଜାଣୁ ଏହିପରି ପ୍ରକ୍ରିୟାରେ ନଷ୍ଟ କରିପାରେ ।
(iii) ମନୋସାଇଟ୍ : ମନୋସାଇଟ୍ଗୁଡ଼ିକ ଅପରିପକ୍ବ କୋଷ । ଏଗୁଡ଼ିକ ଶରୀରର ବିଭିନ୍ନ ଗୁରୁତ୍ଵପୂର୍ଣ ଅଙ୍ଗ; ଯଥା – ମସ୍ତିଷ୍କ, ଫୁସ୍ଫୁସ୍, ଯକୃତ୍ ମଧ୍ୟକୁ ପ୍ରବେଶକରି ଆକାରରେ ପ୍ରାୟ ୫ ଗୁଣ ବଡ଼ ହୋଇ ପରିପକ୍ବ କୋଷରେ ପରିଣତ ହୁଅନ୍ତି । ଏହି ପରିପକ୍ବ ମନୋସାଇଟ୍ଗୁଡ଼ିକୁ ମାକ୍ରୋଫେଜ୍ କୁହାଯାଏ ।
(iv) ଇଓସି ନୋଫିଲ୍ : ସଂକ୍ରମଣ ଯୋଗୁ ରକ୍ତରେ ଇଓସିନୋଫିଲ୍ଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ । ଏହି ପ୍ରକ୍ରିୟାକୁ ଇଓସିନୋଫିଲିଆ କୁହାଯାଏ । ଇଓସିନୋଫି ଲ୍ ଙ୍କର ଫାଗୋସାଇଟୋସିସ୍ କ୍ଷମତା ଦୁର୍ବଳ । ତେଣୁ ବଡ଼ ବଡ଼ ପରଜୀବୀ ରୋଗଜନକଙ୍କୁ ଏମାନେ ଗିଳି ପାରନ୍ତିନାହିଁ । କିନ୍ତୁ ପରଜୀବୀଙ୍କ ଶରୀରରେ ଲାଗିରହି କିଛି ପରିମାଣରେ ବିଷ ନିର୍ଗତକରି ପରଜୀବୀଙ୍କୁ ମାରି ଦିଅନ୍ତି ।
ଉ. (i) ଆକୋୟାର୍ଡ଼ ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର, ଯଥା - କୋଷକୀୟ ରୋଗ ପ୍ରତିରୋଧୀ ବ୍ୟବସ୍ଥା ଓ ଦେହଦ୍ରବୀ ବା ହ୍ୟୁମୋରାଲ ରୋଗ ପ୍ରତିରୋଧୀ ବ୍ୟବସ୍ଥା।
(ii) କୋଷକୀୟ ରୋଗ ପ୍ରତିରୋଧ ରାଧୀ ବ୍ୟବସ୍ଥା :
ଆମ ଶରୀରରେ ରୋଗ ସଂକ୍ରମଣ ସୃଷ୍ଟି କରୁଥିବା ବାହ୍ୟ ରୋଗଜନକ ବି ରୁ ଦ୍ଧ ରେ ସ୍ୱତନ୍ତ୍ର ପ୍ରକାର ସଶକ୍ତି ଟିଲିମ୍ଫୋସାଇଟ୍ ସୃଷ୍ଟି ହୋଇଥାଏ ।ଏ । ଏହି ସଶକ୍ତି ଟି.ଲିମ୍ଫୋସାଇଟ୍ କେବଳ ଗୋଟିଏ ଏ ପ୍ରକାର ଏବଂ ଏକ ନିର୍ଦ୍ଦିଷ୍ଟ ବାହ୍ୟ ରୋଗଜନକ ବିରୁଦ୍ଧରେ ତି ଆରି ହୋଇଥିବାରୁ ଏହା ଖୁବ୍ ସହଜରେ ସେହି ନିର୍ଦ୍ଦିଷ୍ଟ ରୋଗଜନକକୁ ମାରି ନଷ୍ଟ କରିଦିଏ ।
(iii) ଦେହଦ୍ରବୀ ରୋଗ ପ୍ରତିରୋଧୀ ବ୍ୟବସ୍ଥା :
ଆମ ଶରୀରରେ ରହିଥିବା ବି. ଲିମ୍ଫୋସାଇଟ୍ ବିଭିନ୍ନ ପ୍ରକ୍ରିୟା ବାଟଦେଇ ଅନେକଗୁଡ଼ିଏ ସ୍ଵତନ୍ତ୍ର ପ୍ରତିପିଣ୍ଡ ବା ଆଣ୍ଟିବଡ଼ି
ତିଆରି କରିଥାଏ । ଏହି ଆଣ୍ଟିବଡ଼ିଗୁଡ଼ିକ ଗୋଟିଏ ନି ନିର୍ଦ୍ଦିଷ୍ଟ ପ୍ରକାର ରୋଗଜନକ ପ୍ରାଣୀ ବିରୁଦ୍ଧରେ ସୃଷ୍ଟି ହୋଇଥାନ୍ତି । ତେଣୁ ଏହି ଆଣ୍ଟି ବଡ଼ି ଖୁବ୍ ସହଜରେ ସେହି
ରୋଗଜନକଙ୍କୁ ମାରି ନଷ୍ଟ କରିଦିଅନ୍ତି ।
ଉ. (i) ସାଧାରଣ ଭାବରେ ଜଣେ ମଣିଷ ନିଷ୍କ୍ରିୟ ରୋଗ ପ୍ରତିରୋଧ ଶକ୍ତି ଅପେକ୍ଷା ସକ୍ରିୟ ରୋଗ ପ୍ରତିରୋଧ ଶକ୍ତି ଉପରେ ଅଧିକ ନିର୍ଭର କରିଥାଏ । ସକ୍ରିୟ ରୋଗ ପ୍ରତିରୋଧ ଶକ୍ତି ଦୁଇଟି ଉପାୟରେ ସୃଷ୍ଟି ହୋଇଥାଏ; ଯଥା
(କ) ପ୍ରାକୃତିକ ଉପାୟ ଓ (ଖ) କୃତ୍ରିମ ଉପାୟ ।
(ii) ପ୍ରାକୃତିକ ସକ୍ରିୟ ରୋଗ ପ୍ରତିରୋଧକ ଶକ୍ତି : ଆମେ ବ୍ୟବହାର କରୁଥିବା ବାୟୁ, ଜଳ ଓ ଖାଦ୍ୟ ମାଧ୍ଯମରେ ରୋଗଜନକ ପ୍ରାଣୀ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ଏହାର ଏକ ପ୍ରତିକ୍ରିୟା ସ୍ୱରୂପ ଆମ ଶରୀରର ରୋଗ ପ୍ରତିରୋଧକ ତନ୍ତ୍ର ଦ୍ଵାରା ସକ୍ରିୟ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ଆମ ଶରୀର ଭିତରେ ଆଣ୍ଟିବଡ଼ି ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି ପ୍ରକ୍ରିୟାରେ ଆମ ଶରୀରରେ ରହିଥିବା ବି–ଲିମ୍ଫୋସାଇଟ୍ କୋଷଗୁଡ଼ିକର ଆକାର ବୃଦ୍ଧି ଘଟେ । ଆକାରରେ ବଡ଼ ଦିଶୁଥିବା ଏହି କୋଷଗୁଡ଼ିକୁ ଲିମ୍ଫୋବ୍ଲାଷ୍ଟ କୁହାଯାଏ । ବିଭାଜନ ପ୍ରକ୍ରିୟାରେ ଏହି ଲିମ୍ଫୋବ୍ଲାଷ୍ଟରୁ ବହୁ ସଂଖ୍ୟାରେ ପ୍ଲାଜମା କୋଷ ସୃଷ୍ଟି ହୁଏ । ପରେ ପ୍ଲାଜମା କୋଷରୁ ଆଣ୍ଟିବଡ଼ି ତିଆରି ହୋଇଥାଏ । ଏହି ପ୍ରକ୍ରିୟାର ବିଭିନ୍ନ ସୋପାନଗୁଡ଼ିକ ହେଉଛି :
(iii)
(iv) କେତେକ ଲି ମ୍ଫୋବ୍ଲାଷ୍ଟ କୋଷ ଆଣ୍ଟି ବଡ଼ି ତି ଆରି ପ୍ରକ୍ରିୟାରେ ଭାଗ ନିଅନ୍ତି ନାହିଁ । ସେଗୁଡ଼ିକ ନିଷ୍କ୍ରିୟ ହୋଇ ଆମ ଶରୀରରେ ପଡ଼ି ରୁହନ୍ତି । ଏହି ନିଷ୍କ୍ରିୟ ଲିମ୍ଫୋବ୍ଲାଷ୍ଟଗୁଡ଼ିକ “ ସ୍ମୃତି କୋଷ” ଭାବରେ କାର୍ଯ୍ୟ କରନ୍ତି । ଯେତେବେଳେ ମଣିଷ ଶରୀର ଦ୍ବିତୀୟ ଥର ପାଇଁ ସେହି ରୋଗଜନକ ସମ୍ପର୍କରେ ଆସେ, ସ୍ମୃତି କୋଷଗୁଡ଼ିକ ତୁରନ୍ତ ସକ୍ରିୟ ହୋଇ ଆଣ୍ଟିବଡ଼ି ତିଆରି ଆରମ୍ଭ କରନ୍ତି । ଆଣ୍ଟିବଡ଼ି ରୋଗଜନକ ପ୍ରାଣୀକୁ ଆକ୍ରମଣ କରି ମାରି ନଷ୍ଟ କରିଦିଏ । ସେଥିପାଇଁ ଥରେ ବସନ୍ତ ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତିକୁ ଦ୍ଵିତୀୟଥର ବସନ୍ତ ରୋଗ ହୁଏ ନାହିଁ । କାରଣ ସ୍ମୃତି କୋଷଗୁଡ଼ିକ ମଣିଷ ଶରୀରରେ ଅନେକ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାନ୍ତି ।
(v) କୃତ୍ରିମ ସକ୍ରିୟ ରୋଗ ପ୍ରତିରୋଧକ ଶକ୍ତି (Artificial Active Immunity) : କୃତ୍ରିମ ସକ୍ରିୟ ରୋଗ ପ୍ରତିରୋଧୀ ଶକ୍ତି ମୁଖ୍ୟତଃ ଟୀକା ମାଧ୍ୟମରେ ପ୍ରରୋଚିତ ଉତ୍ତେଜିତ ହୋଇଥାଏ । ତେଣୁ ଟୀକାକରଣ ପରେ ଜଣେ ଲୋକ ଶରୀରରେ ନିର୍ଦ୍ଦିଷ୍ଟ ରୋଗଜନକ ପ୍ରାଣୀ ବିରୁଦ୍ଧରେ
ଉ. (i) ନିଷ୍କ୍ରିୟ ରୋଗ ପ୍ରତିରୋଧୀ ଶକ୍ତି ୨ ପ୍ରକାର; ଯଥା – (କ) ପ୍ରାକୃତିକ ନିଷ୍କ୍ରିୟ ରୋଗ ପ୍ରତିରୋଧୀ ଶକ୍ତି ଓ (ଖ) କୃତ୍ରିମ ନିଷ୍କ୍ରିୟ ରୋଗ ପ୍ରତିରୋଧୀ ଶକ୍ତି ।
(ii) (କ) ପ୍ରାକୃତିକ ନିଷ୍କ୍ରିୟ ରୋଗ ପ୍ରତିରୋଧକ ଶକ୍ତି : ପ୍ରାକୃତିକ ନିଷ୍କ୍ରିୟ ରୋଗ ପ୍ରତିରୋଧ ଶକ୍ତି ମୁଖ୍ୟତଃ ୨ଟି ଉପାୟରେ ସୃଷ୍ଟି ହୋଇଯାଏ; ଯଥା-
(i) ଶିଶୁ ଜନ୍ମ ହେବା ପୂର୍ବରୁ ମାଆ ଶରୀରରୁ ଭ୍ରୂଣବନ୍ଧ ବାଟଦେଇ ଆଣ୍ଟିବଡ଼ି ଶିଶୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହାଦ୍ଵାରା ଶିଶୁ ବିଭିନ୍ନ ପ୍ରକାର ସଂକ୍ରମଣରୁ
ସୁରକ୍ଷିତ ରହିଥାଏ ।
(ii)ଶିଶୁ ଜନ୍ମ ପରେ ମାଆର କ୍ଷୀର ମାଧ୍ଯମରେ ଆଣ୍ଟିବଡ଼ି ଶିଶୁ ଶରୀରକୁ ପ୍ରବେଶକରି ଶିଶୁକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ଦେଇଥାଏ ।
(iii) (ଖ) କୃତ୍ରିମ ନିଷ୍କ୍ରିୟ ରୋଗ ପ୍ରତିରୋଧକ :ମୂଷା, ଠେକୁଆ, ପାତିମାଙ୍କଡ଼ ଇତ୍ୟାଦି ପ୍ରୟୋଗାତ୍ମକ ପ୍ରାଣୀଙ୍କ ଶରୀରରେ ନିର୍ଦ୍ଦିଷ୍ଟ ରୋଗ ସଂକ୍ରମଣ ଅଥବା “ଆଣ୍ଟିଜେନ୍ ”
ବିରୁଦ୍ଧରେ ଆଣ୍ଟିବଡ଼ି ସୃଷ୍ଟି କରାଯାଏ । ଆଣ୍ଟିବଡ଼ି ରହିଥୁବା ଏହି ପ୍ରସ୍ତୁତିକୁ ଆଣ୍ଟିସେରା କୁହାଯାଏ । ଏହି ଆଣ୍ଟିସେରାକୁ ଟୀକା ବା ଇଞ୍ଜେକ୍ସନ୍ ଭାବରେ ପ୍ରୟୋଗ
କରାଯାଇଥାଏ । ତେଣୁ ଆଣ୍ଟିସେରା ଇଞ୍ଜେକ୍ସନ୍ ବା ଟୀକା ପ୍ରୟୋଗକରି ମଣିଷ ଶରୀରରେ କୃତ୍ରିମ ଉପାୟରେ ରୋଗ ପ୍ରତିରୋଧୀ ଶକ୍ତି ସୃଷ୍ଟି କରାଯାଏ । ଏହାକୁ କୃତ୍ରିମ
ନିଷ୍କ୍ରିୟ ରୋଗ ପ୍ରତିରୋଧୀ ଶକ୍ତି କୁହାଯାଏ । ଉଦାହରଣ : କୁକୁର କାମୁଡ଼ା ଟୀକା, ବିଷଧର ସାପକାମୁଡ଼ା ଇଞ୍ଜେକ୍ସନ୍ ହେଉଛି ଆଣ୍ଟିସେରାର ଦୁଇଟି ଉଦାହରଣ ଏବଂ ଏହାକୁ ପ୍ରୟୋଗ କରିଲେ କୃତ୍ରିମ ଉପାୟରେ ନିଷ୍କ୍ରିୟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।
ଉ. (i) ଗୋଟିଏ ଅଞ୍ଚଳରେ ବାସ କରୁଥିବା ଜନସଂଖ୍ୟା ମଧ୍ୟରେ ଟୀକାକରଣ ମାଧ୍ୟମରେ ସୃଷ୍ଟି ହେଉଥିବା ରୋଗ ପ୍ରତି ରୋଧକ ଶକ୍ତି ଅଥବା ପୂର୍ବରୁ ରୋଗଜନକଙ୍କ
ସଂକ୍ରମଣ ଯୋଗୁ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧୀ ଶକ୍ତିକୁ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ । ଜନସଂଖ୍ୟା ମଧ୍ୟରେ ଗୋଷ୍ଠୀଗତ ରୋଗ ପ୍ରତିରୋଧୀ ଶକ୍ତି ବିକଶିତ ହେବା ଫଳରେ ସେହି ଅଞ୍ଚଳରେ ଗୋଟିଏ ସଂକ୍ରମିତ ବ୍ୟକ୍ତିଠାରୁ ସେହି ନିର୍ଦ୍ଦିଷ୍ଟ ରୋଗ ଅନ୍ୟ ଜଣେ ସୁସ୍ଥବ୍ୟକ୍ତି ଶରୀରକୁ ବ୍ୟାପେ ନାହିଁ |
(ii) ଗୋଷ୍ଠୀଗତ ରୋଗ ପ୍ରତିରୋଧୀ ଶକ୍ତିର ଉପକାର :
ଗୋଟିଏ ଗୋଷ୍ଠୀରେ ବାସ କରୁଥିବା ସମସ୍ତ ଲୋକ ଟୀକାକରଣପାଇଁ ଉପଯୁକ୍ତ ନ ଥାନ୍ତି, ଯଥା - ନବଜାତ ଶିଶୁ, ଗର୍ଭବତୀ ମହିଳା, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, ରାସାୟନିକ ଚିକିତ୍ସା ନେଉଥିବା କ୍ୟାନ୍ସର୍ ରୋଗୀ। କିନ୍ତୁ ଗୋଷ୍ଠୀର ଅନ୍ୟ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବାରୁ ଟୀକା ନେଇ ନଥିବା ଏହି ବର୍ଗର ବ୍ୟକ୍ତିଙ୍କ ଶରୀରକୁ ରୋଗ ବ୍ୟାପେ ନାହିଁ । ସେମାନେ ସୁରକ୍ଷିତ ରହିଥାନ୍ତି ।
ଉ. ମହାମାରୀ ସମୟରେ ରୋଗ ପ୍ରତିକାର ବ୍ୟବସ୍ଥାଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା।
(i) ଜଳବାହିତ ରୋଗ ସଞ୍ଚରଣ ରୋକିବାପାଇଁ ପାଣିକୁ ଫୁଟାଇ, ଛାଣି ପିଇବା ଆବଶ୍ୟକ । ଫଳରେ ହଇଜା, ଏମିବା ବ୍ୟାଧି , ଆର୍ଥିକ ଜ୍ଵର ପରି ରୋଗସଂକ୍ରମଣ ହ୍ରାସ ପାଇଥାଏ ।
(ii) ମଶା ଓ ଫ୍ଲା ଭଳି ରୋଗବାହକଙ୍କୁ ପ୍ରତିରୋଧ କରିବାପାଇଁ ଘର ଚାରିପଟ ପରିଷ୍କାର ରଖୁବା ସହିତ ମଶା ବଂଶ ବିସ୍ତାର ରୋକିବା ଆବଶ୍ୟକ । ଏଥନିମନ୍ତେ ଘର ଚାରିପଟରେ ରହିଥିବା ନାଳ, ନର୍ଦ୍ଦମା, ପୋଖରୀ, ଗାଡ଼ିଆ ଇତ୍ୟାଦିକୁ ସଫା ରଖୁବା ଜରୁରୀ । ମଶା ଶୂକଙ୍କୁ ମାରିବାପାଇଁ
ଜଳାଶୟଗୁଡ଼ିକରେ ଗମ୍ବୁସିଆ ମାଛ ଛାଡ଼ିଲେ ମଶାଙ୍କର ବଂଶ ବିସ୍ତାରକୁ ରୋକାଯାଇପାରିବ । ସେହିପରି ମାଛିଙ୍କ ଦ୍ଵାରା ଅନେକ ସଂକ୍ରାମକ ରୋଗ ବିସ୍ତାର ହୋଇଥାଏ ।
ଗରମ ଖାଦ୍ୟ ଖାଇଲେ ସେହିପରି ସଂକ୍ରମଣର ସମ୍ଭାବନା ହ୍ରାସ ପାଇଥାଏ ।
(iii) ହେଲମିନ୍ଥୁଆସିସ୍ ଶ୍ରେଣୀର ରୋଗଜନକ କୃମିଗୁଡ଼ିକ ଦ୍ଵାରା ସଞ୍ଚରିତ ହେଉଥିବା ରୋଗ ମୁଖ୍ୟତଃ ଦରସିଝା ପନିପରିବା ଓ ମାଂସ ଖାଇବା ଯୋଗୁ ହୋଇଥାଏ । ତେଣୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ସମୟରେ ଖାଦ୍ୟ ପଦାର୍ଥଗୁଡ଼ି ଗୁଡ଼ିକୁ ଉତ୍ତମ ଭାବରେ ସିଝାଇ ଖାଇଲେ କୃମି ସଂକ୍ରମଣ ଆଶଙ୍କା ନଥାଏ ।
(iv) ବାୟୁ ପ୍ରବାହ ଦ୍ବାରା ବ୍ୟାପୁଥିବା ରୋଗ ପ୍ରତି ସ୍ଵତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ । କାରଣ ରୋଗଜନକଗୁଡ଼ିକ ଆମ ଅଜ୍ଞାତସାରରେ ଶ୍ଵାସବାୟୁ ମାଧ୍ୟମରେ ଆମ ପାଟି,
ନାକ ବାଟଦେଇ ଶରୀର ଭିତରକୁ ପଶି ରୋଗ ସୃଷ୍ଟି କରିଥାନ୍ତି । ଯଥା
- ମୁଖା ଓ ମାସ୍କ ପିନ୍ଧି ଘରୁ ବାହାରିବା,
- ବାହାରୁ ଫେରିବା ପରେ ସାବୁନରେ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ହାତ ଧୋଇବା।
- ପ୍ରତିଦିନ ଘର ଚଟାଣ, ଟେବୁଲ ଉପର, କବାଟ ନବ୍ ଗୁଡ଼ିକୁ ବିଶୋଧନ ଦ୍ବାରା ସଫା କରିବା।
- ସଂକ୍ରମିତ ରୋଗୀକୁ ପୃଥକ୍ବାସରେ ରଖିବା ଓ ରୋଗୀର ବ୍ୟବହାର କରୁଥିବା ଆସବାବପତ୍ର ସ୍ପର୍ଶ ନ କରିବା।
- ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ସର୍ବସାଧାରଣ ଟୀକା କାର୍ଯ୍ୟକ୍ରମରେ ମାଧ୍ଯମରେ ଟୀକା ଗ୍ରହଣ କରିବା।
ଉ. (i) ବିଶ୍ଵ ମହାମାରୀ, ମହାମାରୀ ଓ ଅନ୍ୟ ସଂକ୍ରମଣ ରୋଗକୁ ନିୟନ୍ତ୍ରଣ କରିବାପାଇଁ ସର୍ବେକ୍ଷଣ ଏକ ବିଜ୍ଞାନସମ୍ମତ ପଦ୍ଧତି । ଦେଶର ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ
ପ୍ରକାର ବୈଜ୍ଞାନିକ କୌଶଳ ଅବଲମ୍ବନ କରାଯାଇ ନିର୍ଦ୍ଦିଷ୍ଟ ରୋଗ ବିଷୟରେ ସର୍ବେକ୍ଷଣ କରାଯାଇଥାଏ । ସର୍ବେକ୍ଷଣର ତଥ୍ୟଗୁଡ଼ିକୁ ବିଶ୍ଳେଷଣକରି ସଂକ୍ରାମକ ରୋଗର ସ୍ଥିତି
ବିଷୟରେ ଜଣାପଡ଼ିଥାଏ ।
(ii) ସର୍ବେକ୍ଷଣ ପଦ୍ଧତି : ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟତଃ ୨ଟି ଉପାୟରେ ସର୍ବେକ୍ଷଣ କାର୍ଯ୍ୟ କରିଥାନ୍ତି ;
ଯଥା – (୧) ସକ୍ରିୟ ସର୍ବେକ୍ଷଣ ପଦ୍ଧତି ଏବଂ (୨) ନିଷ୍କ୍ରିୟ ସର୍ବେକ୍ଷଣ ପଦ୍ଧତି । ଏବେ କୃତ୍ରିମ ବୁଦ୍ଧି ମତ୍ତା ପଦ୍ଧତି ବ୍ୟବହାରକର୍ତ୍ତା କରି ସର୍ବେକ୍ଷଣ କରାଯାଉଛି ।
(ii) ସକ୍ରିୟ ସର୍ବେକ୍ଷଣ : ପଦ୍ଧତିରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ନିଜେ ସଂକ୍ରମଣ ପ୍ରଭାବିତ ଅଞ୍ଚଳକୁ ଯାଇ, ଲୋକଙ୍କ ଠାରୁ ନମୁନା ସଂଗ୍ରହ କରିଥାନ୍ତି ।
ଉଦାହରଣ : କୋଭିଡ଼– ୧୯ ବିଶ୍ଵ ମହାମାରୀ ସମୟରେ ଆମ ଦେଶର ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକାମାନେ ଘରକୁ ଘର ବୁଲି ରାପିଡ଼ ଆଣ୍ଟିଜେନ୍ ପରୀକ୍ଷା ଏବଂ ସନ୍ଦିଗ୍ଧ କ୍ଷେତ୍ରରେ ଆର୍ଟି–ପିସିଆର୍ ଟେଷ୍ଟ କରାଉଥିଲେ ।
(iii) ନିଷ୍କ୍ରିୟ ସର୍ବେକ୍ଷଣ : ପଦ୍ଧତି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ନସିଂହୋମ୍ରୁ ସଂକ୍ରମଣ ରୋଗୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥାନ୍ତି ।
ସର୍ବେକ୍ଷଣର ଉପକାରିତା :
(i) ସର୍ବେକ୍ଷଣର ବିବରଣୀରୁ ମହାମାରୀର ତୀବ୍ରତା ସମ୍ପର୍କରେ ଜଣାପଡ଼ିଥାଏ ।
(ii) ରୋଗ ପୁଞ୍ଜ ବିଷୟରେ ଖବର ମିଳିଥାଏ । ଫଳରେ ସେହି ଅଞ୍ଚଳକୁ ପ୍ରତିବନ୍ଧିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥାଏ ।
(iii) ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା ଦ୍ଵାରା ମହାମାରୀ ପ୍ରସାର ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ ।
(iv) ସର୍ବେକ୍ଷଣ ମାଧ୍ୟମରେ ରୋଗୀ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କର ଅନ୍ଵେଷଣ ସହଜ ହୋଇଥାଏ ।
(v) ତେଣୁ ସର୍ବେକ୍ଷଣ ପ୍ରକ୍ରିୟା ବିଶ୍ଵ ମହାମାରୀର ସତର୍କ ସୂଚକ ଭାବରେ କାର୍ଯ୍ୟ କରିଥାଏ ।
ଉ. ବିଶ୍ଵ ମହାମାରୀ ସମୟରେ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାପାଇଁ ପୃଥକ୍ବାସ ପଦ୍ଧତି ସାହାଯ୍ୟ କରିଥାଏ । ଗୋଷ୍ଠୀ ସଂକ୍ରମଣକୁ ରୋକିବାପାଇଁ କେଉଁ ଶ୍ରେଣୀର ଲୋକ ପୃଥକ୍ବାସରେ ରହିବା ଆବଶ୍ୟକ ସେମାନଙ୍କ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି ;
(i) ଯେଉଁ ବ୍ୟକ୍ତିମାନେ ସଂକ୍ରମିତ ଏବଂ ଶରୀରରେ ରୋଗ ଲକ୍ଷଣ ପ୍ରକାଶ ପାଇଛି, ସେମାନଙ୍କୁ ତୁରନ୍ତ ପୃଥକ୍ବାସରେ ରଖାଯିବା ଆବଶ୍ୟକ ।
(ii) ଯେଉଁ ବ୍ୟକ୍ତିମାନେ ନିକଟ ଅତୀତରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଆସି ଛନ୍ତି ସେମାନଙ୍କୁ ପୃଥକ୍ବାସରେ ରହିବାପାଇଁ ଉପଦେଶ ଦିଆଯାଏ ।
(iii) ପ୍ରତିବନ୍ଧିତ ଅଞ୍ଚଳରେ ଅଥବା ଏହାର ଚାରିପଟରେ ରହିଥିବା ନିରପେକ୍ଷ ଅଞ୍ଚଳରେ ବାସ କରୁଥିବା ରୋଗୀଙ୍କର ପରିବାର ଲୋକ, ସେମାନଙ୍କ ଘରକୁ ଥାସିଥିବା ବନ୍ଧୁଙ୍କୁ ପୃଥକ୍ ବାସରେ ରଖାଯିବା ଆବଶ୍ୟକ ବ୍ୟକ । ପରୀକ୍ଷା ଦ୍ଵାରା ସଂକ୍ରମଣ ନ ଥୁବା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିମ୍ବା ଏକ ନିର୍ଦ୍ଦିଷ୍ଟ ର୍ଦ୍ଦିଷ୍ଟ ଅବଧୂ ପର୍ଯ୍ୟନ୍ତ ସେମାନଙ୍କୁ ପୃଥକାବାସରେ ଘରେ ରହିବାକୁ କୁହାଯାଏ ।
(iv) ଯେଉଁମାନଙ୍କଠାରେ ସଂକ୍ରମଣ ପ୍ରକୋପ ଅତି ମାତ୍ର କମ୍ ସେମାନଙ୍କୁ ମଧ୍ଯ ନିଜଘରେ ଅଥବା ଡାକ୍ତରଖାନାରେ ପୃଥକ୍ବାସରେ ରଖାଯିବ ଯିବା ଉଚିତ । ମାତ୍ରାରେ
(v) ରୋଗୀ ଗୀଙ୍କ ସମ୍ପର୍କରେ ଆସିଥିବା କିନ୍ତୁ ନକାରାତ୍ମକ ପ୍ରମାଣପତ୍ର ହାସଲ କରି ନଥିବା ବ୍ୟକ୍ତିଙ୍କୁ ୭-୧୦ ଦିନ ପର୍ଯ୍ୟନ୍ତ ପୃଥକ୍ବାସରେ ରଖାଯିବା ଆବଶ୍ୟକ ।
(vi) ସଂକ୍ରମିତ ଅଞ୍ଚଳ ବା ସଂକ୍ରମିତ ଦେଶରୁ ନିଜ ଘରକୁ ଫେରିଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ, ହୋଟେଲରେ ଅଥବା ଡାକ୍ତରଖାନାରେ ପୃଥକ୍ବାସରେ ରଖାଯିବା ଉଚିତ ।
ଡାକ୍ତରଖାନାରେ ପୃଥକ୍ବାସ ବ୍ୟବସ୍ଥା :
(i) ସଂକ୍ରମିତ ରୋଗୀଙ୍କ ସହିତ ସିଧାସଳଖ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଅନ୍ୟ କେତେକ ସନ୍ଦିଗ୍ଧ ବ୍ୟକ୍ତି ଙ୍କ ସହିତ ଗୋଟିଏ ଓ୍ୱାର୍ଡ଼ ରେ ରଖାଯିବା ଅନୁଚିତ
(ii) ସତର୍କ ମୂଳକ ପଦକ୍ଷେପ ସଦୃଶ ପୃଥକ୍ ବାସରେ ରହିଥିବା ସଂକ୍ରମିତ ରୋଗୀଙ୍କ ପାଇଁ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ଥିବା ଡାକ୍ତରଖାନାରେ ଶଯ୍ୟା ସଂରକ୍ଷଣ କରି ରଖାଯିବା ଆବଶ୍ୟକ ।
(iii) ଡାକ୍ତରଖାନାରେ ଶଯ୍ୟାଗୁଡ଼ିକ ମଧ୍ୟରେ ଅତି କମ୍ରେ ଏକ ମିଟର ଦୂରତା ରହିବା ବିଧେୟ ।
(iv) ଡାକ୍ତରଖାନାର ସଂକ୍ରମଣ ୱାର୍ଡ଼ରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସହଯୋଗୀ, ପିଅନ ଇତ୍ୟାଦି ସମସ୍ତଙ୍କ ପାଇଁ ପି.ପି.ଇ. ବା ବ୍ୟକ୍ତିଗତ ସୁରକ୍ଷାକାରୀ ସଜ୍ଜୀକରଣ ପୋଷାକ; ଯଥା- ଗ୍ଲୋବସ୍, ମୁଖା, ମୁଣ୍ଡଟୋପି, ଆପ୍ରନ୍ ଇତ୍ୟାଦି ଦିଆଯିବା ଜରୁରୀ ।
(v) ଡାକ୍ତରଖାନାରେ ସହାୟକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ହାତଧୁଆ ବିଷୟରେ ଏବଂ ଡାକ୍ତରଖାନା ବର୍ଜ୍ୟ ପରିଚାଳନା ବିଷୟରେ ସ୍ଵତନ୍ତ୍ର ତାଲିମ ଦିଆଯିବା ଆବଶ୍ୟକ ।
(vi) ପରିବେଶକୁ ସଫା ରଖୁବାପାଇଁ ପ୍ରତିଦିନ ୨ଥର ଘର ସଫାକରିବା ଆବଶ୍ୟକ ଏବଂ ୧% ସୋଡି଼ ୟମ୍ ହାଇପୋକ୍ଲୋରାଇଟ୍ ବ୍ୟବହାର କରି ଡାକ୍ତରଖାନାର ସଂକ୍ରମଣ ୱାର୍ଡ଼ର ଚଟାଣ ପୋଛାଯିବା ଆବଶ୍ୟକ ।
ଉ. ମହାମାରୀ ସମୟରେ ଗୋଷ୍ଠୀ ମଧ୍ୟରେ ସଞ୍ଚରଣ ଶୃଙ୍ଖଳକୁ ପ୍ରତିହତ କରିବାପାଇଁ ସଂକ୍ରମିତଙ୍କ ସଙ୍ଗ ଅନ୍ଵେଷଣ ହେଉଛି ଅନ୍ୟ ଏକ ପରିଚାଳନା ବ୍ୟବସ୍ଥା । ସଂକ୍ରମିତ ଅନ୍ଵେଷଣ ମାଧ୍ୟମରେ ନୂଆ ସଂକ୍ରମିତ ରୋଗୀଙ୍କର ଅନୁସନ୍ଧାନ ମିଳିବା ସହିତ ସଂକ୍ରମିତ ରୋଗୀଙ୍କର ପୃଥକାବାସ ଏବଂ ରୋଗୀଙ୍କର ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଫଳରେ ରୋଗ ପ୍ରସାରଣ ହାର ଧୀରେ ଧୀରେ ହ୍ରାସ ପାଏ ।
ସଂକ୍ରମିତଙ୍କ ସଙ୍ଗ ଅନ୍ଵେଷଣର ଲକ୍ଷ୍ୟ :
(i) ସଂକ୍ରମିତଙ୍କ ସଙ୍ଗ ଅନ୍ଵେଷଣର ମୂଳ ଲକ୍ଷ୍ୟ ହେଉଛି ଅଜଣା ଅଞ୍ଚଳରୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ସଂକ୍ରମଣ ହାର ହ୍ରାସ କରିବା ।
(ii) ଲକ୍ଷଣ ବିହୀନ ଉପ୍ରେରକବାହକ ଦ୍ଵାରା ଏହି ରୋଗଟି ସଞ୍ଚରିତ ହୋଇଥାଏ । ତେଣୁ ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତିକୁ ନିରୂପଣ କରିବା ପାଇଁ ଏହି ପଦ୍ଧତିରେ ଅନୁଧ୍ୟାନ କରାଯାଇଥାଏ ।
(iii) କୌଣସି ଏକ ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିକୁ ଖୋଜି ବାହାର କରିବା ।
(iv) ଗୋଷ୍ଠୀ ମଧ୍ୟରୁ ଲକ୍ଷଣବିହୀନ କିନ୍ତୁ ରୋଗ ଜୀବାଣୁ ବାହକ ବ୍ୟକ୍ତିମାନଙ୍କୁ ଠାବ କରିବା। ସଙ୍ଗ ଅନ୍ଵେଷଣରେ ସାମିଲ କରାଯାଇଥିବା ବ୍ୟକ୍ତି ସମୂହ :
(i) ରୋଗୀର ନିଜ ଘର ଲୋକ, ରୋଗୀ ଘରକୁ ଆସିଥିବା ବନ୍ଧୁବାନ୍ଧବ, ଘରେ ଦୈନନ୍ଦିନ କାମ କରୁଥିବା ବ୍ୟକ୍ତି, ରୋଗୀ ସମ୍ପର୍କରେ ଆସିଥିବା ଡାକ୍ତରଖାନା ବା ନର୍ସିଙ୍ଗ
ହୋମ୍ର କର୍ମଚାରୀ ଇତ୍ୟାଦିଙ୍କୁ ସଙ୍ଗ ଅନ୍ଵେଷଣରେ ସାମିଲ କରାଯାଇଥାଏ ।
(ii) ଚାକିରୀ ସ୍ଥାନରେ ସହକର୍ମୀ, ହୋଟେଲ କର୍ମଚାରୀ ଇତ୍ୟାଦି ।
(iii) ଗୋଷ୍ଠୀକୁ ଆସୁଥିବା କ୍ଷୀର, ପରିବାବି କାଳୀ, ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ, ପଡ଼ୋଶୀ, ସାଙ୍ଗସାଥୀ ଇତ୍ୟାଦି ।
(iv) ଟ୍ରେନ୍, ବସ୍, ଉଡ଼ାଜାହାଜରେ ଯାତାୟାତ ସମୟରେ ସମ୍ପର୍କରେ ଆସିଥିବା ସହଯାତ୍ରୀ ।
(v) ବିବାହ, ବ୍ରତ, ଶୁଦ୍ଧି କ୍ରିୟା, ଧାର୍ମିକ ଅନୁଷ୍ଠାନ ସଭାସମିତିରେ ଏକତ୍ରିତ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଙ୍ଗ ଅନ୍ଵେଷଣରେ ସାମିଲ କରାଯାଇଥାଏ ।
(କ) ଡ଼େଙ୍ଗୁ ଜ୍ଵର
ଉ.– ଏକ ଭୂତାଣୁଜନିତ ରୋଗ। ଏହି ଭୂତାଣୁର ନାମ
ଡେଙ୍ଗୁ ଭୂତାଣୁ (DENV) । ଡେଙ୍ଗୁ ଭୂତାଣୁର ବାହକ ହେଉଛି ମାଈ ଏଡ଼ିସ୍ ମଶା ।
- ଏଡ଼ିସ୍ ମଶା ଜଣେ ଡେଙ୍ଗୁଜ୍ୱର ଦ୍ବାରା ଆକ୍ରାନ୍ତ ବ୍ୟକ୍ତିକୁ କାମୁଡ଼ିବା ସମୟରେ ଡେଙ୍ଗୁ ଭୂତାଣୁ ଏଡ଼ିସ୍ ମଶା ଶରୀରରେ ପ୍ରବେଶ କରିଥାଏ । ପୁନଶ୍ଚ ଏହି ଡେଙ୍ଗୁ ସଂକ୍ରମିତ ଏଡ଼ିସ୍ ମଶା ଜଣେ ସୁସ୍ଥ ଲୋକକୁ କାମୁଡ଼ିଲେ, ମଶାର ଲାଳ ସହିତ ଡେଙ୍ଗୁ ଭୂତାଣୁ ସୁସ୍ଥ ଲୋକର ଶରୀର ମଧ୍ୟକୁ ପ୍ରବେଶକରି ଡେଙ୍ଗୁ ରୋଗ ସୃଷ୍ଟି କରିଥାଏ । ଫଳରେ ସୁସ୍ଥ ବ୍ୟକ୍ତି ଡେଙ୍ଗୁଜ୍ୱର ଦ୍ବାରା ଆକ୍ରାନ୍ତ ହୁଏ |
(ଖ) ସ୍ବାଇନ୍ ଫ୍ଲୁ
ଉ.– ଇନ୍ଫ୍ଲୁଏଞ୍ଜା ଭୂତାଣୁର ଗୋଟିଏ ଷ୍ଟ୍ରେନ୍ଦ୍ଵାରା ସ୍ଵାଇନ୍ ଫ୍ଲୁ ହୋଇଥାଏ । ଏହା ସାଧାରଣତଃ ଘୁଷୁରିଙ୍କୁ ରୋଗାକ୍ରାନ୍ତ କରିଥାଏ । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ଲୋକଙ୍କୁ ଏହି ରୋଗର ସଂକ୍ରମଣ ସାଧାରଣତଃ ହୋଇଥାଏ । ଏହି ରୋଗ ଶୀତଦିନେ ବ୍ୟାପିଥାଏ । ସ୍ଲାଇନ୍ ଫ୍ଲୁ. ପ୍ରତିରୋଧୀ ଟୀକା ଏବେ ବଜାରରେ ଉପଲବ୍ଧ ହେଲାଣି । ଛିଙ୍କିବା, କାଶିବା ସମୟରେ ସୃଷ୍ଟି ହେଉଥିବା ଛୋଟ ବିନ୍ଦୁକ ମାଧ୍ୟମରେ ଏହି ରୋଗର ଭୂତାଣୁ ଗୋଟିଏ ସଂକ୍ରମିତ ସ୍ଵାଇନ୍ ଫ୍ଲୁ ରୋଗୀଠାରୁ ଅନ୍ୟ ଏକ ସୁସ୍ଥ ମଣିଷ ଶରୀରକୁ ସଞ୍ଚରିତ ହୋଇଥାଏ । ଫଳରେସୁସ୍ଥ ମଣିଷଟି ସ୍ଵାଇନ୍ ଫ୍ଲୁ ରୋଗ ଦ୍ଵାରା ଆକ୍ରାନ୍ତ ହୁଏ । ତେଣୁ ସ୍ଵାଇନ୍ ଫ୍ଲୁ. ଏକ ଜୁନୋଟିକ୍ ରୋଗ ।
(ଗ) ପ୍ଲେଗ୍
ଉ.– ପ୍ଲେଗ୍ ଏକ ବୀଜାଣୁଜନିତ ରୋଗ । ଏହି ବୀଜାଣୁର ନାମ ହେଲା- ୟେରସିନିଆ ପେଷ୍ଟିସ୍ (Yersinia pestis) । ପ୍ଲେଗ୍ ରୋଗ ସାଧାରଣ ଭାବରେ ମୂଷାଠାରେ ଦେଖାଯାଏ ।
– ପ୍ଲି (Flea) ନାମକ ଏକପ୍ରକାର ରକ୍ତ ଶୋଷା ମାଛି ସଂକ୍ରମିତ ମୂଷାକୁ କାମୁଡ଼ିଲେ ମୂଷା ଠାରେ ରହିଥିବା ପ୍ଲେଗ୍ ବୀଜାଣୁ ପ୍ରଥମେ
ଫ୍ଲିଶରୀରରେ ପ୍ରବେଶ କରେ । ସୁସ୍ଥ ମଣିଷକୁ ଏହି ପ୍ଲେଗ୍ ରୋଗ ସଂକ୍ରମିତ ଫ୍ଲା କାମୁଡ଼ିଲେ ପ୍ଲେଗ୍ ରୋଗ ମଣିଷ ଶରୀରକୁ ବ୍ୟାପିଥାଏ ।
- ତେଣୁ ପ୍ଲେଗ୍ରୋଗ ବୀଜାଣୁର ବାହକ (Vector) ହେଉଛି ଫ୍ଲା ଏବଂ ମଧ୍ୟବର୍ତ୍ତୀ ପୋଷକ ହେଉଛି ମୂଷା । ଏହି ରୋଗ ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବାରୁ ଏହା ଏକ ପଶୁଜନ୍ୟ ରୋଗ ବା ଜୁନୋଟିକ୍ ରୋଗ (Zoonotic disease) ଅଟେ ।
(ଘ) ମାକ୍ରୋଫେଜ୍
ଉ. ମନୋସାଇଟ୍ଗୁଡ଼ିକ ଅପରିପକ୍ବ କୋଷ । ଏଗୁଡ଼ିକ ଶରୀରର ବିଭିନ୍ନ ଗୁରୁତ୍ଵପୂର୍ଣ ଅଙ୍ଗ; ଯଥା – ମସ୍ତିଷ୍କ, ଫୁସ୍ଫୁସ୍, ଯକୃତ୍
ମଧ୍ୟକୁ ପ୍ରବେଶକରି ଆକାରରେ ପ୍ରାୟ ୫ ଗୁଣ ବଡ଼ ହୋଇ ପରିପକ୍ଵ କୋଷରେ ପରିଣତ ହୁଅନ୍ତି । ଏହି ପରି ପକ୍ଵ ମନୋସାଇଟ୍ଗୁଡ଼ିକୁ ମାକ୍ରୋଫେଜ୍ କୁହାଯାଏ ।
(ଙ) ମୃତ ଟୀକା ଓ ଜୀବନ୍ତ ଟୀକା
ଉ. ରୋଗଜନକର ବାହ୍ୟ ଆବରଣ ବା ଖୋଳପାରେ ପ୍ରୋଟିନ୍ ରହିଥିବା ପ୍ରୋଟିନ୍ ଓ ପଲିପେପ୍ଟାଇଡ୍ଗୁଡ଼ିକ ଆଣ୍ଟିଜେନ୍ ଭଳି କାର୍ଯ୍ୟ କରିଥାନ୍ତି । ତେଣୁ ଟୀକା ନେବାର କିଛିହିନ ମଧ୍ୟରେ ଆମ ଶରୀରରେ ଏହି ଆଣ୍ଟିଜେନ୍ ବା ବିରୁଦ୍ଧରେ ଆଣ୍ଟିବଡ଼ି ତିଆରି ଆରମ୍ଭ ହୋଇଥାଏ । ତେଣୁ ମୃତ ରୋଗଜନକର ବାହ୍ୟ ଖୋଳପାକୁ ବ୍ୟବହାର କରି
ପ୍ରସ୍ତୁତ ହେଉଥିବା ଟୀକାକୁ “ ମୃତ ଟୀକା” କୁହାଯାଏ ।
- ପୋଲିଓ ରୋଗପାଇଁ ବ୍ୟବହୃତ ଟୀକାରେ ଜୀବିତ ଭୂତାଣୁକୁ ଟୀକା ଭାବରେ ବ୍ୟବହାର କରାଯାଇଛି । କିନ୍ତୁ ଏହି ଟୀକାରେ ବ୍ୟବହୃତ ଜୀବିତ ଭୂତାଣୁର ସଂକ୍ରମଣ କ୍ଷମତା ନଥାଏ । ତେଣୁ ଟୀକା ମଧ୍ଯରେ ରହିଥିବା ଜୀବିତ ପୋଲିଓ ଭୂତାଣୁ ମଣିଷ ଶରୀରର ପୋଲିଓ ରୋଗ ସୃଷ୍ଟି କରିପାରନ୍ତି ନାହିଁ । କେବଳ ପୋଲିଓ ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡ଼ି ସୃଷ୍ଟି କରିପାରନ୍ତି । ଏହି ପ୍ରକାର ଜୀବନ୍ତ ରୋଗଜନକ ବ୍ୟବହାର ଦ୍ଵାରା ପ୍ରସ୍ତୁତ ଟୀକାକୁ “ ଜୀବନ୍ତ ଟୀକା” କୁହାଯାଏ ।
(କ) ଆଣ୍ଟିବଡ଼ି କେଉଁଠାରୁ ତିଆରି ହୁଏ ?
ଉ. ଆମ ଶରୀରରେ ଥିବା ବି. ଲିମ୍ଫୋସାଇଟ୍ରୁ ବିଭାଜନ ପ୍ରକ୍ରିୟାରେ ସୃଷ୍ଟ ପ୍ଲାଜ୍ମା କୋଷରୁ ଆଣ୍ଟିବଡ଼ି ତିଆରି ହୋଇଥାଏ।
(ଖ) କେଉଁ ପ୍ରକାର ସଂକ୍ରମଣକୁ ବିଶ୍ୱମହାମାରୀ କୁହାଯାଏ ?
ଉ. ଯେତେବେଳେ ଗୋଟିଏ ମହାମାରୀ ବିଶ୍ଵର ଅନେକଗୁଡ଼ିଏ ଦେଶ ଅଥବା କେତୋଟି ମହାଦେଶରେ ବ୍ୟାପିଥାଏ ଏବଂ ଏହାଦ୍ଵାରା ବିଶ୍ଵର ବହୁ ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଥାନ୍ତି, ସେତେବେଳେ ଏହାକୁ “ବିଶ୍ଵ ମହାମାରୀ” ଭାବରେ ନାମିତ କରାଯାଇଥାଏ।
(ଗ) କେଉଁ ପ୍ରାଣୀମାନଙ୍କୁ ରୋଗବାହକ ପ୍ରାଣୀ କୁହାଯାଏ ?
ଉ. ସଂକ୍ରମଣକ୍ଷମ ରୋଗଜନକକୁ ଯେଉଁ ପ୍ରାଣୀ ବା ଜୀବ ଗୋଟିଏ ପ୍ରାଣୀ ଶରୀରରୁ ଅନ୍ୟ ଏକ ପ୍ରାଣୀ ଶରୀରକୁ ସଞ୍ଚରିତ କରିଥାଏ ତାକୁ ରୋଗବାହକ କୁହାଯାଏ । ସାଧାରଣ ଭାବରେ ବିଭିନ୍ନ ରୋଗବାହକ ପ୍ରାଣୀଗୁଡ଼ିକ ହେଉଛନ୍ତି ମଶା, ମାଛି, ଟିଙ୍କ ଇତ୍ୟାଦି ପରି ଆରଥ୍ରୋପୋଡ଼ା (Arthropoda) ଶ୍ରେଣୀର ପ୍ରାଣୀ ।
(ଘ) ଜୁନୋଟିକ୍ ରୋଗ କାହାକୁ କୁହାଯାଏ ?
ଉ. ପଶୁଙ୍କଠାରୁ ମଣିଷ ଶରୀରକୁ ସଂକ୍ରମିତ ହେଉଥିବା ରୋଗକୁ ‘ପଶୁଜନ୍ୟରୋଗ’ ବା ଜୁନୋଟିକ୍ ରୋଗ (Zoonotic Disease) କୁହାଯାଏ।
(କ) ମଶା, ମାଛି, ଟିଙ୍କ ଇତ୍ୟାଦି କେଉଁ ପ୍ରକାର ବାହକ ?
(ଖ) ମ୍ୟାଲେରିଆ କେଉଁ ଏକକୋଷୀ ପ୍ରାଣୀଦ୍ଵାରା ହୋଇଥାଏ ?
(ଗ) ପଶୁ ଠାରୁ ମଣିଷ ଶରୀରକୁ ସଞ୍ଚାରିତ ହେଉଥିବା ରୋଗକୁ କ’ଣ କୁହାଯାଏ ?
(ଘ) ଯକୃତ ଭିତରେ ରହିଥିବା ମାକ୍ରୋଫେଜ୍କୁ କ’ଣ କୁହାଯାଏ ?
ଉତ୍ତର
(କ) ଜୈବିକ ରୋଗ ବାହକ, (ଖ) ପ୍ଲାସ୍ମୋଡ଼ିୟମ୍, (ଗ) ପଶୁଜନ୍ୟ ରୋଗ, (ଘ) କୁଫର ସେଲ୍
(କ) ମସ୍ତିଷ୍କରେ ରହିଥିବା ମାକ୍ରୋଫେଜ୍କୁ କୁହାଯାଏ ।
(ଖ) ନିଉଟ୍ରୋଫିଲ୍ଗୁଡ଼ିକ ପ୍ରକ୍ରିୟା ଦ୍ବାରା ବୀଜାଣୁଙ୍କୁ ମାରି ଖାଇଦିଅନ୍ତି ।
(ଗ) ପ୍ଲାଜମା କୋଷରୁ ତିଆରି ହୋଇଥାଏ।
(ଘ) ମୃତ ରୋଗଜନକ ଭୂତାଣୁର ଖୋଳପାରୁ, ଟୀକା ପ୍ରସ୍ତୁତ ହୋଇଥାଏ।
(ଡ) ସ୍ଟିପିଙ୍ଗ୍ ସିକ୍ନେସ୍ ରୋଗ ଦ୍ଵାରା ହୋଇଥାଏ।
ଉତ୍ତର
(କ) ମାଇକ୍ରୋସ୍ଟିଆ, (ଖ) କବଳନ ବା ଫାଗୋସାଇଟୋସିସ୍,
(ଗ) ଆଣ୍ଟିବଡ଼ି, (ଘ) ମୃତ, (ଙ) ଟ୍ରିଫାନୋସୋମା
(କ) ସ୍ଵାଇନ୍ ଫ୍ଲୁ ଭୂତାଣୁ ସଞ୍ଚାରଣ କିପରି ହୋଇଥାଏ ?
(A) ସ୍ପର୍ଶ ଦ୍ବାରା (B) ମଶା ଦ୍ବାରା
(C) ମୂଷା ଦ୍ବାରା (D) ଛୋଟ ବୁନ୍ଦାଦ୍ୱାରା
(ଖ) ହ୍ୟୁମୋରାଲ ରୋଗ ପ୍ରତିରୋଧୀ ବ୍ୟବସ୍ଥା କେଉଁ ରକ୍ତ କୋଷ ଦ୍ଵାରା ହୋଇଥାଏ ?
(A) ବି–ଲିମ୍ଫୋସାଇଟ୍ (B) ନ୍ୟୁଟ୍ରୋଫିଲ୍
(C) ମନୋସାଇଟ୍ (D) ଇଓସିନୋଫିଲ
(ଗ) ଶିଶୁ ଜନ୍ମ ହେବା ପୂର୍ବରୁ ମାଆ ଶରୀରରୁ ଆଣ୍ଟିବଡ଼ି ଶିଶୁ ଶରୀରକୁ କେଉଁ ବାଟ ଦେଇ ଆସିଥାଏ ?
(A) ଲିମ୍ଫୋବ୍ଲାଷ୍ଟ ଦ୍ଵାରା (B) ଭ୍ରୂଣବନ୍ଧ ଦ୍ଵାରା
(C) ମନୋସାଇଟ୍ ଦ୍ଵାରା (D) ମାକ୍ରୋଫେଜ୍ ଦ୍ବାରା
ଉତ୍ତର
(କ) (D) ଛୋଟ ବୁନ୍ଦାଦ୍ଵାରା, (ଖ) (A) ବି-ଲିମ୍ଫୋସାଇଟ୍, (ଗ) (B) ଭ୍ରୂଣବନ୍ଧ ଦ୍ଵାରା